ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଜେଟିପି କର୍ମଚାରୀଙ୍କ ମାଡ଼ ମାରିବା ଅଭିଯୋଗ

ପୁରୀ: ଶ୍ରୀମନ୍ଦିର ବାହାରାକାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ ଚାଲିଥିବା ସମୟରେ ଭକ୍ତ ଓ ଶ୍ରୀମନ୍ଦିର ପୋଲିସ ମଧ୍ୟରେ ମାରପିଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ବେଳେ ପୋଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଉତ୍ତରପ୍ରଦେଶର ଆଗ୍ରାରୁ ଆସିଥିବା ଜଣେ ମହିଳା ଭକ୍ତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଭୋଗମଣ୍ଡପ ନୀତି ପାଇଁ ଗହଳି […]

b-jagannath

Rakesh Mallick
  • Published: Monday, 22 February 2016
  • , Updated: 22 February 2016, 05:47 PM IST

ପୁରୀ: ଶ୍ରୀମନ୍ଦିର ବାହାରାକାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ ଚାଲିଥିବା ସମୟରେ ଭକ୍ତ ଓ ଶ୍ରୀମନ୍ଦିର ପୋଲିସ ମଧ୍ୟରେ ମାରପିଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ବେଳେ ପୋଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଉତ୍ତରପ୍ରଦେଶର ଆଗ୍ରାରୁ ଆସିଥିବା ଜଣେ ମହିଳା ଭକ୍ତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଭୋଗମଣ୍ଡପ ନୀତି ପାଇଁ ଗହଳି ହଟାଇବା ବେଳେ କିଛି ଭକ୍ତ ଉତ୍ତ୍ୟକ୍ତ ହୋଇ ହାତ ଉଠାଇ ଥିବା ଶ୍ରୀମନ୍ଦିର ପୋଲିସ ପକ୍ଷରୁ ଅଭିଯୋଗ କରାଯାଇଛି। ଏତଲାକୁ ଭିତ୍ତି କରି ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ସକାଳ ପ୍ରାୟ ସାଢେ ୯ଟାରେ ମହାପ୍ରଭୁଙ୍କ ସକାଳ ଧୂପ ସରିବା ପରେ ଭୋଗମଣ୍ଡପ ନୀତି ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଆଗ୍ରାରୁ ଆସିଥିବା ଏୟାର ଫେ।ର୍ସ ଅଫିସର ଅଭିଜିତ ଗୁହା ଓ ତାଙ୍କ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ବାହାରକାଠ ସମ୍ମୁଖରୁ ଜେଟିପି ସୁଦର୍ଶନ ସାହୁ ଏକ କାଗଜ ଖୋଲପା ଧରି ଗହଳି ହଟାଉଥିଲେ। ଏହି ସମୟରେ ଅଭିଜିତଙ୍କ ୬ମାସର ଶିଶୁ ଦେହରେ କାଗଜ ଖୋଳପା ବାଜି ଯିବାରୁ ଅଭିଜିତଙ୍କ ପତ୍ନୀ ଏହାର ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ଆଉ କିଛି ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ପରିବାର ଲୋକଙ୍କୁ ମାଡ ମାରିବା ସହ ତାଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିଜିତଙ୍କ ପତ୍ନୀ ନତାଶା ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନତାଶା ଦାବି କରିଛନ୍ତି। ସେହିପରି ଅଭିଜିତଙ୍କୁ ଦର୍ଶନରେ ସହଯୋଗ କରୁଥିବା ସେବାୟତ ମଧ୍ୟ ଭକ୍ତଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ କରିଛନ୍ତି।

ଜେଟିପି ସୁଦର୍ଶନ ସାହୁ ଅଭିଯୋଗ କରିଛନ୍ତି, ଭୋଗମଣ୍ଡପ ନୀତି ପାଇଁ ଭକ୍ତଙ୍କ ଗହଳି ହଟାଇବା ଡ୍ୟୁଟି କରୁଥିବା ବେଳେ ଭକ୍ତଙ୍କ ମାଡରେ ତାଙ୍କ ନାକରେ ଆଘାତ ଲାଗିଛି। ସେହିପରି ଶ୍ରୀମନ୍ଦିର ବାହାରକୁ ଆସିଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ପୋଲିସ ଦୁଇଟି ମାମଲା (ନଂ.୧୨/୧୬, ନଂ.୧୩/୧୬)ରେ ଦୁଇଟି ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ୨୦୧୫ ମେ’ରେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ସିଂହଦ୍ୱାର ଥାନା ପୋଲିସ ଜଣେ ସେବାୟତଙ୍କୁ ଗିରଫ କରିଥିଲା।

Related story