ରାୟଗଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଅଞ୍ଚଳ ଘୋଷଣା ଦାବିରେ ବିକ୍ଷୋଭ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଏନସିପି ପକ୍ଷରୁ ଆଜି ରାୟଗଡ଼ା ବନ୍ଦ ଡ଼ାକରା ଦିଆଯାଇଥିଲା। ଜିଲ୍ଲାର ୧୧ଟି ବ୍ଲକରୁ ୪ଟିକୁ ମରୁଡ଼ି ଘୋଷଣା କରାଯାଇଛି। ବାକି ୭ଟି ବ୍ଲକକୁ ସରକାର ଉପେକ୍ଷା କରିଥିବା ଅଭିଯୋଗ କରାଯାଇ ଏନସିପି ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଥିଲା। ବନ୍ଦ ଯୋଗୁଁ ସହରର କୌଣସି ଦୋକାନ ବଜାର ଖୋଲି ନ ଥିଲା। ଏନସିପି କର୍ମୀମାନେ ବିଭିନ୍ନ ସ୍କୁଲ ଆଗରେ ପିକେଟିଂ କରିବା ଯୋଗୁଁ  ବନ୍ଦ ରହିଥିଲା। ସେପଟେ […]

rayagada

Rakesh Mallick
  • Published: Friday, 27 November 2015
  • , Updated: 27 November 2015, 01:23 PM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଏନସିପି ପକ୍ଷରୁ ଆଜି ରାୟଗଡ଼ା ବନ୍ଦ ଡ଼ାକରା ଦିଆଯାଇଥିଲା। ଜିଲ୍ଲାର ୧୧ଟି ବ୍ଲକରୁ ୪ଟିକୁ ମରୁଡ଼ି ଘୋଷଣା କରାଯାଇଛି। ବାକି ୭ଟି ବ୍ଲକକୁ ସରକାର ଉପେକ୍ଷା କରିଥିବା ଅଭିଯୋଗ କରାଯାଇ ଏନସିପି ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଥିଲା। ବନ୍ଦ ଯୋଗୁଁ ସହରର କୌଣସି ଦୋକାନ ବଜାର ଖୋଲି ନ ଥିଲା। ଏନସିପି କର୍ମୀମାନେ ବିଭିନ୍ନ ସ୍କୁଲ ଆଗରେ ପିକେଟିଂ କରିବା ଯୋଗୁଁ  ବନ୍ଦ ରହିଥିଲା।

ସେପଟେ ମୁନିଗୁଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଅଞ୍ଚଳ ଘୋଷଣା ଓ ୮ ଦଫା ଦାବି ନେଇ ଅଖିଳ ଭାରତ କିଶାନ ମଜଦୁର ସଭା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଙ୍ଗଠନର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ଅଞ୍ଚଳର ଚାଷୀ ଓ ଚାଷ ସମ୍ପର୍କିତ ସମସ୍ୟାକୁ ନେଇ ୮ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।

 

Related story