ରାୟଗଡା: ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗର ବିଭାଗୀୟ ତଦନ୍ତ ଆରମ୍ଭ

ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅର୍ନ୍ତଗତ ପୁଟୁପଦର ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଗତ ୧୫ ତାରିଖରେ ସ୍କୁଲ ଛୁଟି ପରେ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକୁଟିଆ ପାଇ ନିଜ କୋଠରୀକୁ ଡାକି ଅସଦ ବ୍ୟବହାର କରିଥିଲେ । ଏପରି କି ଏହି କଥା କାହାରିକୁ ନ କହିବାକୁ ଟଙ୍କା ଯାଚିଥିଲେ । ଏ ନେଇ ଶିକ୍ଷୟିତ୍ରୀ ଜଣକ ଘରକୁ ଯାଇ ଘଟଣା ସମ୍ପର୍କରେ ପ୍ରଥମେ ତାଙ୍କ […]

raygada

Rakesh Mallick
  • Published: Sunday, 20 September 2015
  • , Updated: 20 September 2015, 05:26 PM IST

ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅର୍ନ୍ତଗତ ପୁଟୁପଦର ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଗତ ୧୫ ତାରିଖରେ ସ୍କୁଲ ଛୁଟି ପରେ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକୁଟିଆ ପାଇ ନିଜ କୋଠରୀକୁ ଡାକି ଅସଦ ବ୍ୟବହାର କରିଥିଲେ । ଏପରି କି ଏହି କଥା କାହାରିକୁ ନ କହିବାକୁ ଟଙ୍କା ଯାଚିଥିଲେ । ଏ ନେଇ ଶିକ୍ଷୟିତ୍ରୀ ଜଣକ ଘରକୁ ଯାଇ ଘଟଣା ସମ୍ପର୍କରେ ପ୍ରଥମେ ତାଙ୍କ ସ୍ୱାମୀକୁ କହିବା ପରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ବିଇଓ ସ୍କୁଲରେ ପହଞ୍ଚି ଉଭୟ ପ୍ରଧାନଶିକ୍ଷକ ଓ ଅଭିଯୋଗକାରୀ ଶିକ୍ଷୟିତ୍ରୀଙ୍କ ବୟାନ ନେଇଛନ୍ତି। ଏହି ତଦନ୍ତ ରିପୋର୍ଟକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି।

Related story