ରାଉରକେଲା ହାଇଟେକ୍‌ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ

ରାଉରକେଲା: ରାଉରକେଲା ହାଇଟେକ୍‌ ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ସହରର ରାସ୍ତାରେ ସେମାନେ ଜୋତା ପଲିସ କରିଥିଲେ। କଲେଜ କର୍ତ୍ତୃପକ୍ଷ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଛାତ୍ରଛାତ୍ରୀମାନେ ଏପରି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ୨୦୧୫-୧୬ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ବିଶ୍ୱବିଦ୍ୟାଳୟରେ ପଞ୍ଜୀକରଣ ହୋଇ ନ ପାରିବା ପ୍ରତିବାଦରେ ୨ଦିନ ହେଲା କଲେଜ ଆଗରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ସେମାନଙ୍କ ସହ ଅଭିଭାବକମାନେ ଆଜି ଧାରଣା ଦେଇଥିଲେ। ସରକାର ଏହି ମାମଲାରେ […]

rourkrla

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 07:09 PM IST

ରାଉରକେଲା: ରାଉରକେଲା ହାଇଟେକ୍‌ ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ସହରର ରାସ୍ତାରେ ସେମାନେ ଜୋତା ପଲିସ କରିଥିଲେ। କଲେଜ କର୍ତ୍ତୃପକ୍ଷ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଛାତ୍ରଛାତ୍ରୀମାନେ ଏପରି ପ୍ରତିବାଦ ପ୍ରଦର୍ଶନ କରିଥିଲେ।

୨୦୧୫-୧୬ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ବିଶ୍ୱବିଦ୍ୟାଳୟରେ ପଞ୍ଜୀକରଣ ହୋଇ ନ ପାରିବା ପ୍ରତିବାଦରେ ୨ଦିନ ହେଲା କଲେଜ ଆଗରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ସେମାନଙ୍କ ସହ ଅଭିଭାବକମାନେ ଆଜି ଧାରଣା ଦେଇଥିଲେ। ସରକାର ଏହି ମାମଲାରେ ଶୀଘ୍ର ହସ୍ତକ୍ଷେପ କରିବା ପାଇଁ ଦାବି  କରାଯାଇଛି।

୨୦୧୫-୧୬ ଶିକ୍ଷାବର୍ଷ ପାଇଁ ନାମଲେଖାକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story