ଶିକ୍ଷାର ବିକାଶ କ୍ଷେତ୍ରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମିଲ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଏହା ହେଉଛି ପ୍ରଥମ ପ୍ରତିଷ୍ଠା ଦିବସ। ଶିକ୍ଷାର ବିକାଶ କ୍ଷେତ୍ରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି। ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଖୁବ୍ ଶୀଘ୍ର ଚୟନ କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଏହି ଅବସରରେ […]

cm at rd womens collage

Rakesh Mallick
  • Published: Thursday, 03 December 2015
  • , Updated: 03 December 2015, 01:57 PM IST

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଏହା ହେଉଛି ପ୍ରଥମ ପ୍ରତିଷ୍ଠା ଦିବସ। ଶିକ୍ଷାର ବିକାଶ କ୍ଷେତ୍ରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି। ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଖୁବ୍ ଶୀଘ୍ର ଚୟନ କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଏହି ଅବସରରେ କ୍ୟାମ୍ପସରେ ଏସବିଆଇ ଏଟିଏମ୍ କାଉଣ୍ଟର, ସ୍ୱାସ୍ଥ୍ୟ କେନ୍ଦ୍ର, କ୍ୟାଣ୍ଟିନ୍ ଓ ବିଶ୍ୱବିଦ୍ୟାଳୟର ନୂଆ ୱେବସାଇଟକୁ ଲଞ୍ଚ୍ କରାଯାଇଛି।

ଅନ୍ୟପକ୍ଷରେ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ବେଳେ କିଛି ଛାତ୍ରୀଙ୍କୁ ସଭାସ୍ଥଳକୁ ଛଡାଯାଇ ନ ଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ଏହାକୁ ନେଇ ପ୍ରତିବାଦ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଅସ୍ୱୀକାର କରିଛନ୍ତି।

Related story