ଗଛରେ କାର୍‌ ପିଟି ହୋଇ ୩ ମୃତ, ୨ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର-ବିଜେପୁର ରାସ୍ତାର ତିଲମହୁଲ ଛକରେ ଗତକାଲି ରାତିରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣ ପ୍ରାଣ ହରାଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ମୃତକମାନେ ଭୁବନେଶ୍ୱର ଜାଗମରା ଅଞ୍ଚଳର। ତେବେ ସେମାନଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରି ନାହିଁ। ସୂଚନା ଅନୁଯାୟୀ ପିକ୍‌ନିକ୍‌ ପାଇଁ ନୃସିଂହନାଥ ପୀଠରୁ ଏକ କାର୍‌ରେ ଭୁବନେଶ୍ୱର ଫେରୁଥିବା ବେଳେ ପଦ୍ମପୁର-ବିଜେପୁର ରାସ୍ତାର […]

car-accident

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 02:35 PM IST

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର-ବିଜେପୁର ରାସ୍ତାର ତିଲମହୁଲ ଛକରେ ଗତକାଲି ରାତିରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣ ପ୍ରାଣ ହରାଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ ମୃତକମାନେ ଭୁବନେଶ୍ୱର ଜାଗମରା ଅଞ୍ଚଳର। ତେବେ ସେମାନଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରି ନାହିଁ।

ସୂଚନା ଅନୁଯାୟୀ ପିକ୍‌ନିକ୍‌ ପାଇଁ ନୃସିଂହନାଥ ପୀଠରୁ ଏକ କାର୍‌ରେ ଭୁବନେଶ୍ୱର ଫେରୁଥିବା ବେଳେ ପଦ୍ମପୁର-ବିଜେପୁର ରାସ୍ତାର ତିଲମହୁଲ ଛକରେ ଗାଡ଼ିଟି ଏକ ଗଛରେ ପିଟି ହୋଇଯାଇଥିଲା।

Related story