ୟୁଜର୍ସ ଫି’କୁ ବିରୋଧ କରି ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ୟୁଜର୍ସ ଫି’ ଆଦାୟକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି।  ବିକ୍ଷୋଭକାରୀମାନେ ବିଏମସି ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ସହ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀମାନେ ବିଏମସି ଅଫିସ ଆଗରେ  ଭଙ୍ଗାରୁଜା କରିବା ସହ ନାରାବାଜି କରିଥିଲେ। ବିଏମ୍‌ସି ଆଦାୟ କରୁଥିବା ୟୁଜର୍ସ ଫି’କୁ କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରା ନ ଯାଇ ବାଟମାରଣା କରାଯାଉଥିବା ବିଜେପ ପକ୍ଷରୁ ଅଭିଯୋଗ କରାଯାଇଛି। ୟୁଜର୍ସ […]

bjp

Rakesh Mallick
  • Published: Monday, 25 April 2016
  • , Updated: 02 May 2016, 06:48 AM IST

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ୟୁଜର୍ସ ଫି’ ଆଦାୟକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି।  ବିକ୍ଷୋଭକାରୀମାନେ ବିଏମସି ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ସହ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀମାନେ ବିଏମସି ଅଫିସ ଆଗରେ  ଭଙ୍ଗାରୁଜା କରିବା ସହ ନାରାବାଜି କରିଥିଲେ। ବିଏମ୍‌ସି ଆଦାୟ କରୁଥିବା ୟୁଜର୍ସ ଫି’କୁ କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରା ନ ଯାଇ ବାଟମାରଣା କରାଯାଉଥିବା ବିଜେପ ପକ୍ଷରୁ ଅଭିଯୋଗ କରାଯାଇଛି। ୟୁଜର୍ସ ଫି’କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି।

ବିଜେପି  ନେତ୍ରୀ  ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,“ୟୁଜର୍ସ ଫି ବାଟମାରଣା ହେଉଥିବା ନେଇ ଆମେ ଆଗରୁ ବିଏମସି  ଅଫିସ ଘେରାଉ କରିବୁ  ବୋଲି କହିଥିଲୁ। ସବୁଠୁ ଦୁଖଃଦ ଘଟଣା, ଆମେ ବିଏମସି ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଭାବରେ ନାରା ଦେବା ବେଳେ ଡିସିପି ଆମକୁ ଉଠିବା ପାଇଁ କହିଥିଲେ। ଆମେ ସମସ୍ତେ ଉଠିଯାଇଥିଲୁ। କିନ୍ତୁ ମହିଳା ପୋଲିସ୍ ଓ ପୁରୁଷ ପୋଲିସ୍ କର୍ମଚାରୀ  ଆମକୁ ଟଣାଓଟରା କରିଥିଲେ। ସରକାରଙ୍କ ମା’କୁ ଏ କି ସମ୍ମାନ?ବିଜେଡି ସରକାର ପୋଲିସ୍ ପ୍ରଶାସନ ପଛରେ ଲୁଚିଛି, ପୋଲିସ୍ ପ୍ରଶାସନର ଅପବ୍ୟବହାର କରୁଛି। ସାଧାରଣ ଲୋକଙ୍କ ସ୍ୱରକୁ ଦମନ କରିବା ପାଇଁ ସରକାର ଏପରି ଅପଚେଷ୍ଟା କରୁଛି। କିନ୍ତୁ ଭାରତୀୟ ଜନତା ପାର୍ଟି ଏହାକୁ ସହିବ ନାହିଁ।”

ବିଜେପି ସାଧାରଣ ସମ୍ପାଦକ ପ୍ୱଥୀରାଜ ହରିଚନ୍ଦନ କହିଛନ୍ତି,“ କୋଟି କୋଟି ଟଙ୍କାର ଭଷ୍ଟ୍ରାଚାର ହେଉଛି, କୌଣସି ୱାର୍ଡରେ ସଫେଇ ଠିକ୍ ଭାବରେ ହେଉନାହିଁ। ଏହାକୁ ସଜାଡ଼ିବା ପରିବର୍ତ୍ତେ  ଓ ଭ୍ରଷ୍ଟାଚାରକୁ ବନ୍ଦ କରିବା ପରିବର୍ତ୍ତେ  ତାକୁ ପ୍ରୋତ୍ସାହନ ଦେବା ପାଇଁ ୟୁଜର୍ସ ଫି’ ମାଧ୍ୟମରେ ଯେଉଁ ସବୁ ଟିକସ ଲୋକଙ୍କ ଉପରେ ଲଦୁଛନ୍ତି ତାହା କୌଣସି ମୋତେ ଗ୍ରହଣ କରାଯିବ ନାହିଁ। ଆଗାମୀ ଦିନରେ  ଭାରତୀୟ ଜନତା ପାର୍ଟି ୟୁଜର୍ସ ଫି ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ।”

Related story