Advertisment

ଦ୍ୱାଦଶ ପରୀକ୍ଷା ଫଳର ମାନଦଣ୍ଡ ତିଆରି କଲା ସିବିଏସଇ

ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେଉଁ ଆଧାରରେ ହେବ ସେନେଇ ଏକ ରିପୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବ ସିବିଏସଇ। ଗୁରୁବାର ଆଗତ ହେବାକୁ ଥିବା ଏହି ରିପୋର୍ଟ ଉପରେ ଆଇସିଏସଇ ଏବଂ ଅନ୍ୟାନ୍ୟ ରାଜ୍ୟ ବୋର୍ଡ ମଧ୍ୟ ନଜର ରଖିଛନ୍ତି। କୋଭିଡ-୧୯ ସଂକ୍ରମଣ ପାଇଁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛି। ପରେ ଅନେକ ରାଜ୍ୟ ବୋର୍ଡ ମଧ୍ୟ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି। ଏବେ ମୂଲ୍ୟାଙ୍କନ ପାଇଁ ସିବିଏସଇ ଏକ ୧୩ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବଦଳିଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି, ଦାଖଲ ତାରିଖ ବି ବଢ଼ିଲା

CBSE

ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେଉଁ ଆଧାରରେ ହେବ ସେନେଇ ଏକ ରିପୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବ ସିବିଏସଇ। ଗୁରୁବାର ଆଗତ ହେବାକୁ ଥିବା ଏହି ରିପୋର୍ଟ ଉପରେ ଆଇସିଏସଇ ଏବଂ ଅନ୍ୟାନ୍ୟ ରାଜ୍ୟ ବୋର୍ଡ ମଧ୍ୟ ନଜର ରଖିଛନ୍ତି। କୋଭିଡ-୧୯ ସଂକ୍ରମଣ ପାଇଁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛି। ପରେ ଅନେକ ରାଜ୍ୟ ବୋର୍ଡ ମଧ୍ୟ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି। ଏବେ ମୂଲ୍ୟାଙ୍କନ ପାଇଁ ସିବିଏସଇ ଏକ ୧୩ ଜଣିଆ କମିଟି ଗଠନ କରିଛି। ଏହି ମାନଦଣ୍ଡ ଆଧାରରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ସିବିଏସଇ ମାପଦଣ୍ଡ ସାର୍ବଜନୀନ କରିବା ପରେ ଅନ୍ୟାନ୍ୟ ବୋର୍ଡ ମଧ୍ୟ ପରୀକ୍ଷା ଫଳ ଘୋଷଣା କରିବେ ବୋଲି ଜଣାପଡ଼ିଛି।

Advertisment

ଅନ୍ୟପଟେ ଆଇସିଏସଇ ବୋର୍ଡ ଆଜି ସ୍ପଷ୍ଟ କରିଛି ଜୁଲାଇ ୨୦ ସୁଦ୍ଧା ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ କରିବ।

ଯଦିଓ କେଉଁ ଆଧାରରେ ମାନଦଣ୍ଡ ରହିବ ସ୍ପଷ୍ଟ ହୋଇନି ତେବେ ଟାଇମ୍ସ ଅପ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ସରକାରୀ ଭାବରେ ଛାତ୍ରଛାତ୍ରୀଙ୍କ ଦଶମ, ଏକାଦଶ ଶ୍ରେଣୀର ମୋଟ୍ ମାର୍କର ୩୦ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରୀ ବୋର୍ଡ ପରୀକ୍ଷାର ପରୀକ୍ଷା ଫଳାଫଳ ଉପରେ ୪୦ ପ୍ରତିଶତ ମାର୍କ ମିଶାଯାଇ ଚୂଡାନ୍ତ ପରୀକ୍ଷାଫଳ ନିର୍ଦ୍ଧାରଣ କରାଯାଇପାରେ। ଜଣେ ପ୍ରିନ୍ସିପାଲଙ୍କ ମତାମତକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରିନସିପାଲ ଜଣଙ୍କ ସିବିଏସଇର ୧୩ ଜଣିଆ କମିଟିକୁ ସମାନ ପରାମର୍ଶ ଦେଇଥିବା ସୂଚନା ରହିଛି।

Advertisment

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବା ପରେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ବରିଷ୍ଠ ଆଇଏଏସ୍ ଅଧିକାରୀ ବିପିନ୍ କୁମାରଙ୍କ ସମେତ ୧୨ ଜଣଙ୍କୁ ନେଇ ତିଆରି କରିଛି ଏହି କମିଟି। ଜୁନ୍ ୪ରେ ସିବିଏସଇ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଥିଲା। ବିଜ୍ଞପ୍ତି ଜାରି କରିବାବେଳେ ସିବିଏସଇ କଣ୍ଟ୍ରୋଲର ପରୀକ୍ଷକ ସଂଯମ ଭରଦ୍ୱାଜ କହିଛନ୍ତି ଯେ ଏହି କମିଟିରେ ୧୨ ଜଣିଆ ସଦସ୍ୟ ରହିଛନ୍ତି। ଏହି କମିଟି ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହିତ କରିବ ଏବଂ ସେମାନଙ୍କ ମାର୍କ ସିଟ୍ ପ୍ରସ୍ତୁତ କରିବା ପାଇଁ ଆଧାର ସ୍ଥିର କରିବ। ବିଜ୍ଞପ୍ତି ଅନୁଯାୟୀ କମିଟି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାର ଥିଲା ପରେ ଏହି ଅବଧିକୁ ଜୁନ୍ ୧୪ ଯାଏ ବଢ଼ାଯାଇଥିଲା।

ସେହିପରି ସିବିଏସଇ ସ୍କୁଲ ଗୁଡ଼ିକ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନର ମାର୍କ ଅପଲୋଡ୍ ପାଇଁ ଶେଷ ତାରିଖକୁ ଜୁନ୍ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।