Advertisment

NIRF ରାଙ୍କିଙ୍ଗ୍ ୨୦୨୧: IIT ମାଡ୍ରାସର ହ୍ୟାଟ୍ରିକ୍

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୨୦୨୧ ବର୍ଷ ପାଇଁ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ରାଙ୍କିଙ୍ଗସ୍ ଫ୍ରେମୱର୍କ (NIRF) ଜାରି କରିଛନ୍ତି। ଏଥିରେ IIT ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି। କ୍ରମାଗତ ତୃତୀୟ ବର୍ଷ ପାଇଁ IIT ମାଡ୍ରାସ ଶୀର୍ଷ ସ୍ଥାନ ଅଧିକାର କରିଛି। IIT ମାଡ୍ରାସ ଭାରତରେ ଓଭରଅଲ୍ ଓ ଇଞ୍ଜିନିୟରିଂରେ ଏକ ନମ୍ବର ସ୍ଥାନ ହାସଲ କରିଛି। ସେହିପରି ଓଭରଅଲରେ IIS, ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ […]

author-image
Ranjit Kumar Jena
ଆଇଆଇଟି ମାଡ୍ରାସରେ ରେକର୍ଡ଼ସ୍ତରୀୟ ପ୍ଲେସମେଣ୍ଟ, ଦରମା ବାର୍ଷିକ ୧.୯୮ କୋଟି ଟଙ୍କା

IIT-Madras

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୨୦୨୧ ବର୍ଷ ପାଇଁ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ରାଙ୍କିଙ୍ଗସ୍ ଫ୍ରେମୱର୍କ (NIRF) ଜାରି କରିଛନ୍ତି। ଏଥିରେ IIT ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି। କ୍ରମାଗତ ତୃତୀୟ ବର୍ଷ ପାଇଁ IIT ମାଡ୍ରାସ ଶୀର୍ଷ ସ୍ଥାନ ଅଧିକାର କରିଛି। IIT ମାଡ୍ରାସ ଭାରତରେ ଓଭରଅଲ୍ ଓ ଇଞ୍ଜିନିୟରିଂରେ ଏକ ନମ୍ବର ସ୍ଥାନ ହାସଲ କରିଛି। ସେହିପରି ଓଭରଅଲରେ IIS, ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ IIT ବମ୍ବେ ତୃତୀୟ ସ୍ଥାନ ହାସଲ କରିଛି।

Advertisment

ଅନ୍ୟପକ୍ଷରେ ଇଞ୍ଜିନିୟରିଂ କଲେଜର ଶ୍ରେଷ୍ଠ ୧୦ ତାଲିକାରେ ୮ଟି IIT ଓ ଦୁଇଟି NIT ସଂସ୍ଥା ରହିଛନ୍ତି। ସେହିପରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମିରାଣ୍ଡା ହାଉସ୍ ସର୍ବଶ୍ରେଷ୍ଠ କଲେଜ, ମହିଳା ଏଲଏସଆର୍ କଲେଜ୍ ଦ୍ୱିତୀୟ ସ୍ଥାନରେ ଏବଂ ଲୋୟଲା କଲେଜ୍ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ IIM ଅହମ୍ମଦବାଦ ମ୍ୟାନେଜମେଣ୍ଟ ପାଇଁ ସର୍ବଶ୍ରେଷ୍ଠ କଲେଜ ବିବେଚିତ ହୋଇଛି।

ବିଶ୍ୱବିଦ୍ୟାଳୟ ତାଲିକାରେ IIS, ବେଙ୍ଗାଲୁରୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ଥିବା ବେଳେ କୋଲକାତା ବିଶ୍ୱବିଦ୍ୟାଳୟ ଚତୁର୍ଥ, କୋଏମ୍ବାଟୁରର ଅମୃତ ବିଶ୍ୱ ବିଦ୍ୟାପୀଠମ୍ ପଞ୍ଚମ, ଜାମିଆ ମିଲିଆ ଇସ୍‌ଲାମିଆ ଷଷ୍ଠ, ମଣିପାଲ ଆକାଡେମୀ ଅଫ୍ ହାୟର ଏଜୁକେସନ୍‌ ସପ୍ତମ, କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଅଷ୍ଟମ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ନବମ ଓ ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟ ଦଶମ ସ୍ଥାନରେ ରହିଛି।

Advertisment

https://twitter.com/dpradhanbjp/status/1435853986846818307?s=20

ମ୍ୟାନ୍‌ଜେମଣ୍ଟରେ IIM ଅହମଦାବାଦ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ IIM ବେଙ୍ଗାଲୁରୁ ଦ୍ୱିତୀୟ, IIM କୋଲକାତା ତୃତୀୟ, IIM କୋଝିକୋଡେ ଚତୁର୍ଥ ଓ IIM ଦିଲ୍ଲୀ ପଞ୍ଚମ ସ୍ଥାନ ହାସଲ କରିଛି।

ଇଞ୍ଜିନିୟରିଂ କଲେଜ ଗୁଡ଼ିକ ମଧ୍ୟରେ IIT ମାଡ୍ରାସ ପ୍ରଥମ ସ୍ଥାନରେ ଥିବା ବେଳେ IIT ଦିଲ୍ଲୀ ଦ୍ୱିତୀୟ, IIT ବମ୍ବେ ତୃତୀୟ, IIT କାନପୁର ଚତୁର୍ଥ, IIT ଖଡ଼ଗପୁର ପଞ୍ଚିମ, IIT ରୁର୍‌କୀ ଷଷ୍ଠ, IIT ଗୌହାଟୀ ସପ୍ତମ, IIT ହାଇଦ୍ରାବାଦ ଅଷ୍ଟମ, IIT ତିରୁଚିରାପଲ୍ଲୀ ନବମ ଓ IIT ସୁରଥକଲ ଦଶମ ସ୍ଥାନରେ ରହିଛି।