ବିଜ୍ଞପ୍ତି ଜାରି, ଜୁଲାଇରୁ ସ୍ଥଳ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭାରତୀୟ ସ୍ଥଳ ସେନାରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ଲାଗି ଜୁଲାଇ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଏ ନେଇ ସ୍ଥଳସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସ୍ଥଳ ସେନାରେ ଭର୍ତ୍ତି ହେବାର ସବିଶେଷ ତଥ୍ୟ ଖୁବ ଶୀଘ୍ର ସେନାର ଅଫିସିଆଲ ୱେବସାଇଟରେ ଦିଆଯିବ । ତେବେ https://joinindianarmy.nic.in/index.htm ୱେବସାଇଟରେ ଅଗ୍ନିବୀର ନିଯୁକ୍ତି ନେଇ ଆବଶ୍ୟକୀୟ ଯୋଗ୍ୟତା ବିଷୟରେ ଉଲ୍ଲେଖ ରହିଛି […]

Army

Ordigital Desk
  • Published: Monday, 20 June 2022
  • , Updated: 20 June 2022, 04:51 PM IST

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭାରତୀୟ ସ୍ଥଳ ସେନାରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ଲାଗି ଜୁଲାଇ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଏ ନେଇ ସ୍ଥଳସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସ୍ଥଳ ସେନାରେ ଭର୍ତ୍ତି ହେବାର ସବିଶେଷ ତଥ୍ୟ ଖୁବ ଶୀଘ୍ର ସେନାର ଅଫିସିଆଲ ୱେବସାଇଟରେ ଦିଆଯିବ । ତେବେ https://joinindianarmy.nic.in/index.htm ୱେବସାଇଟରେ ଅଗ୍ନିବୀର ନିଯୁକ୍ତି ନେଇ ଆବଶ୍ୟକୀୟ ଯୋଗ୍ୟତା ବିଷୟରେ ଉଲ୍ଲେଖ ରହିଛି ।

ନୋଟିଫିକେସନ୍ ଅନୁଯାୟୀ ଅଗ୍ନିବୀର ଜେନେରାଲ ଡ୍ୟୁଟି, ଅଗ୍ନିବୀର ଟେକ୍ନିକାଲ, ଅଗ୍ନିବୀର ଟେକ୍ନିକାଲ ( ଆଭିଏସନ୍/ ଆମ୍ୟୁନିସନ୍ ଏକଜାମିନର ), ଅଗ୍ନିବୀର  ( କ୍ଲର୍କ/ଷ୍ଟୋର କିପର ଟେକ୍ନିକାଲ), ଅଗ୍ନିବୀର ଟ୍ରେଡ୍ସମ୍ୟାନ (୧୦ମ ପାସ୍ ) ଓ ଅଗ୍ନିବୀର ଟ୍ରେଡ୍ସମ୍ୟାନ(୮ମ ପାସ୍) ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଗ୍ନିବୀର ନିଯୁକ୍ତି ଲାଗି ବୟସ ସୀମା ସର୍ବନିମ୍ନ ୧୭ ବର୍ଷ ୬ ମାସ ହୋଇଥିବା ବେଳେ ସର୍ବାଧିକ ୨୩ ବର୍ଷ ରହିଛି । ତେବେ କେବଳ ୨୦୨୨-୨୩ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ୨ ବର୍ଷ ବୃଦ୍ଧି କରାଯାଇଛି ।

ଅଗ୍ନିବୀର ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା

  • ଅଗ୍ନିବୀର ଜେନେରାଲ ଡ୍ୟୁଟି ପାଇଁ ପ୍ରାର୍ଥୀ ଦଶମରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଏପରକି ପ୍ରତି ବିଷୟରେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ଥିବା ଜରୁରୀ । ସେହିପରି ଗ୍ରେଡିଂ ସିଷ୍ଟମରେ ଆବେନକାରୀ C2 ଗ୍ରେଡରେ ପାସ କରିଥିବା ଦରକାର । ଏବଂ ପ୍ରତି ବିଷୟରେ ଅତି କମରେ D ଗ୍ରେଡ ଅର୍ଥାତ୍ ୩୩ ରୁ ୪୦ ପ୍ରତିଶତ ମାର୍କ ରଖିବା ଜରୁରୀ।
  • ଅଗ୍ନିବୀର ଟେକ୍ନିକାଲ ( ଆଭିଏସନ୍/ଆମ୍ୟୁନିସନ୍ ଏକଜାମିନର )ରେ ଭର୍ତ୍ତି ହେବା ପାଇଁ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ହେବା ଆବଶ୍ୟକ । ଫିଜିକ୍ସ, କେମିଷ୍ଟ୍ରି, ଗଣିତ ଓ ଇଂରାଜୀ ରଖି ଯୁକ୍ତ ଦୁଇ ବିଜ୍ଞାନରେ ଅତି କମରେ ୫୦ ପ୍ରତିଶତ ମାର୍କରେ ପାସ କରିଥିବା ଯୁବକ ଏହି ପଦବୀ ପାଇଁ ଆବେଦନ କରି ପାରିବେ । ଯେ କୌଣସି ସ୍କୁଲ କିମ୍ବା ବୋର୍ଡରୁ ଦ୍ବାଦଶ ପାସ୍ କରିଥିବା ଯୁବକ ଅଗ୍ନିବୀର ପାଇଁ ଆବେଦନ କରିପାରିବେ । ଏପରକି ଆଇଟିଆଇରେ ଅତି କମ୍‌ରେ ଏକ ବର୍ଷର ପାଠପଢା ଶେଷ କରିଥିବା ଯୁବକ ମଧ୍ୟ ଏହି ପୋଷ୍ଟ ଲାଗି ଆବେଦନ କରିବାକୁ ଯୋଗ୍ୟ ହୋଇ ପାରିବ । ତେବେ ଉକ୍ତ ଆଇଟିଆଇର କୋର୍ସ ବା ପାଠ୍ୟକ୍ରମ NSQF ଲେବୁଲ-୪ କିମ୍ବା ତା’ ଠାରୁ ଅଧିକ ଥିବା ଜରୁରୀ ।
  • ଅଗ୍ନିବୀର ( କ୍ଲର୍କ/ଷ୍ଟୋର କିପର ଟେକ୍ନିକାଲ) ପଦବୀ ପାଇଁ ଯେ କୌଣସି ଷ୍ଟ୍ରିମ (କଳା, ବିଜ୍ଞାନ ଓ ବାଣିଜ୍ୟ)ରେ ଦ୍ବାଦଶ ପାସ୍ କରିଥିବା ଛାତ୍ରମାନେ ଆବେଦନ କରି ପାରିବେ । ଏଥିପାଇଁ ସେମାନଙ୍କର ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ଥିବା ଜରୁରୀ ଏବଂ ପ୍ରତି ବିଷୟରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ଥିବା ଆବଶ୍ୟକ । ଏହା ସହ ଇଂଲିଶ, ଗଣିତ/ଆକାଉଣ୍ଟସ/ବୁକ କିପିଂ ରେ ୫୦ ପ୍ରତିଶତ ମାର୍କ ଥିବା ବାଧ୍ୟତାମୂଳକ ରଖାଯାଇଛି।
  • ଅଗ୍ନିବୀର ଟ୍ରେଡ୍ସମ୍ୟାନ (୧୦ ମ ପାସ୍) ପଦବୀ ପାଇଁ କେବଳ ଦଶମ ପାସ୍ ହେବା ଜରୁରୀ । କିନ୍ତୁ ପ୍ରତି ବିଷୟରେ ଅତି କମରେ ୩୩ ପ୍ରତିଶତ ମାର୍କ ଥିବା ଆବଶ୍ୟକ ।
  • ଅଗ୍ନିବୀର ଟ୍ରେଡ୍ସମ୍ୟାନ(୮ମ ପାସ୍) ପଦବୀ ପାଇଁ ମଧ୍ୟ କେବଳ ୮ମ ପାସ ଜରୁରୀ ଥିବା ବେଳ ପ୍ରତି ବିଷୟରେ ୩୩ ପ୍ରତିଶ ମାର୍କ ରଖଲେ ହିଁ ଆବେଦନ କରିହେବ

Related story