ନଚ୍‌ବଲିୟେ-୯ରେ ୧୨ଯୋଡି: ଏକ୍ସଙ୍କ ସହ ନାଚିବେ ଉର୍ବଶୀ

ମୁମ୍ବାଇ: ନଚ୍‌ ବଲିୟେ ସିଜନ୍‌-୯ର ସମସ୍ତ ପ୍ରତିଯୋଗୀଙ୍କ ନାଁ ସାମ୍ନାକୁ ଆସିଛି। ଗତ ଶୁକ୍ରବାର ଦିନ ଏହି ରିଆଲିଟି ଶୋର ଗ୍ରାଣ୍ଡ ଓପନିଂ ଥିଲା। ଏଥର ୧୨ଟି ଯୋଡି ଏହି ପ୍ରତିଯୋଗିତାରେ ସାମିଲ୍‌ ହୋଇଛନ୍ତି। ଏଥର ପ୍ରତିଯୋଗୀମାନେ ଏକ୍ସ-ବୟଫ୍ରେଣ୍ଡ କିମ୍ବା ବର୍ତ୍ତମାନର ପାର୍ଟନରଙ୍କ ସହ ଶୋରେ ସାମିଲ୍ ହେବାକୁ କୁହାଯାଇଥିଲା। ଏଥିରେ ସାମିଲ ପ୍ରତିଯୋଗୀମାନେ ହେଉଛନ୍ତି ଶ୍ରଦ୍ଧା ଆର୍ଯ୍ୟା ଏବଂ ବୟଫ୍ରେଣ୍ଡ ଆଲମ୍‌ ସିଂ। ମହିଳା ରେସ୍ଲର୍ ବବିତା ଫୋଗତ୍‌ ଏବଂ ତାଙ୍କ ସ୍ୱାମୀ ବିବେକ୍ ସୁହାଗ୍‌। ଟେଲି […]

urvashi-dholakia-confirms-p

Niharika Rout
  • Published: Tuesday, 23 July 2019
  • , Updated: 23 July 2019, 12:52 PM IST

ମୁମ୍ବାଇ: ନଚ୍‌ ବଲିୟେ ସିଜନ୍‌-୯ର ସମସ୍ତ ପ୍ରତିଯୋଗୀଙ୍କ ନାଁ ସାମ୍ନାକୁ ଆସିଛି। ଗତ ଶୁକ୍ରବାର ଦିନ ଏହି ରିଆଲିଟି ଶୋର ଗ୍ରାଣ୍ଡ ଓପନିଂ ଥିଲା। ଏଥର ୧୨ଟି ଯୋଡି ଏହି ପ୍ରତିଯୋଗିତାରେ ସାମିଲ୍‌ ହୋଇଛନ୍ତି। ଏଥର ପ୍ରତିଯୋଗୀମାନେ ଏକ୍ସ-ବୟଫ୍ରେଣ୍ଡ କିମ୍ବା ବର୍ତ୍ତମାନର ପାର୍ଟନରଙ୍କ ସହ ଶୋରେ ସାମିଲ୍ ହେବାକୁ କୁହାଯାଇଥିଲା।

ଏଥିରେ ସାମିଲ ପ୍ରତିଯୋଗୀମାନେ ହେଉଛନ୍ତି ଶ୍ରଦ୍ଧା ଆର୍ଯ୍ୟା ଏବଂ ବୟଫ୍ରେଣ୍ଡ ଆଲମ୍‌ ସିଂ। ମହିଳା ରେସ୍ଲର୍ ବବିତା ଫୋଗତ୍‌ ଏବଂ ତାଙ୍କ ସ୍ୱାମୀ ବିବେକ୍ ସୁହାଗ୍‌। ଟେଲି ଅଭିନେତ୍ରୀ ଅନିତା ହନ୍ସନନ୍ଦାନି ଏବଂ ସ୍ୱାମୀ ରୋହିତ୍‌ ରେଡି, ବିନ୍ଦୁ ଦାରା ସିଂ ଏବଂ ଦିନ ଉମରୋଭା, ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ, ସାନ୍ତୁନୁ ମାହାଶ୍ୱରୀ ଏବଂ ନିତ୍ୟାମି ସିର୍କେ। ସୌରଭ ରାଜ ଜୌନ୍ ଏବଂ ରିଦ୍ଧିମା ଜୌନ୍‌। କିଥ୍ ସିକ୍ୟୁରିଆ ଏବଂ ରୋଚେଲ୍‌ ରାଓ, ଫୌଜେଲ୍‌ ଖାନ୍‌ ଏବଂ ମୁସ୍‌କାନ୍‌ କାତାରିଆ, ବିସାଲ୍‌ ଆଦିତ୍ୟ ସିଂ ଏବଂ ମାଧୁରିମା ତୁଲି, ଅଲି ଗୋନି ଏବଂ ନତାସା।

ତେବେ ଏଥର ଉର୍ବଶୀ ଢୋଲକିଆ ଏବଂ ତାଙ୍କ ଏକ୍ସ-ବୟଫ୍ରେଣ୍ଡ  ଅନୁଜ୍‌ ସଚ୍‌ଦେଭ ମଧ୍ୟ ଏହି ଶୋରେ ସାମିଲ୍‌ ହୋଇଛନ୍ତି।

ଏଥର ଶୋର ଜଜ୍ ଭାବେ ଅଭିନେତ୍ରୀ ରବିନା ଟଣ୍ଡନ ଏବଂ କୋରିଓଗ୍ରାଫର ଅହମ୍ମଦ ଖାନ୍‌ ଯୋଗ ଦେଇଛନ୍ତି। ମନିସ୍‌ ପଲ୍‌ ଶୋ’ର ହୋଷ୍ଟ ରହିବେ।

Related story