୩ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାମ ଗୋପାଳ ବର୍ମାଙ୍କ ଅପମାନଜନକ ପୋଷ୍ଟ

ମୁମ୍ୱାଇ: ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏଥର ଭାରତର ତିନି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ନିଜର ଟ୍ୱିଟର ପେଜ୍‌ରେ ରାମ ସଂସଦର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସୋନିଆ ଗାନ୍ଧି ଆଗରେ ବସିଥିବା ବେଳେ ପଛରେ ତିନି ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ପାଜପେୟୀ, ପି.ଭି. ନରସିଂହ ରାଓ ଏବଂ ଚନ୍ଦ୍ରଶେଖର ସିଂହ ବସି ହସୁଥିବା ଦେଖିବାକୁ ମିଳୁଛି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, […]

ram-gopal-verma

Rakesh Mallick
  • Published: Monday, 31 October 2016
  • , Updated: 31 October 2016, 03:57 PM IST

ମୁମ୍ୱାଇ: ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏଥର ଭାରତର ତିନି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ନିଜର ଟ୍ୱିଟର ପେଜ୍‌ରେ ରାମ ସଂସଦର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସୋନିଆ ଗାନ୍ଧି ଆଗରେ ବସିଥିବା ବେଳେ ପଛରେ ତିନି ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ପାଜପେୟୀ, ପି.ଭି. ନରସିଂହ ରାଓ ଏବଂ ଚନ୍ଦ୍ରଶେଖର ସିଂହ ବସି ହସୁଥିବା ଦେଖିବାକୁ ମିଳୁଛି।

ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ସ୍କୁଲ ହେଉ କି ସଂସଦ ପଛବେଞ୍ଚ ବାଲା ସବୁ ବେଳେ ଖରାପ। ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଏହି ଫଟୋ ଭାରତୀୟ ପୁରୁଷଙ୍କ ମାନସିକତାକୁ ପ୍ରମାଣିତ କରୁଛି। ପୋଲିସକୁ ଖବର ନେବା ଦରକାର ଏମାନେ ସବୁ କିଏ।”

ରାମଙ୍କ ଏହି ବିବାଦୀୟ ପୋଷ୍ଟ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

Related story