ଶ୍ରୀନଗର: ୩୨ ବର୍ଷ ପରେ କାଶ୍ମୀରରେ ଏକ ଫିଲ୍ମର ସୁଟିଂ କରୁଛନ୍ତି ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ। ଆଉ ଏନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି।
୬୫ ବର୍ଷୀୟା ଶବାନା ପ୍ରସିଦ୍ଧ ହିନ୍ଦୀ ଲେଖକ ପ୍ରେମଚାନ୍ଦଙ୍କ କ୍ଷୁଦ୍ର ଗଳ୍ପ ‘ଇଦ୍ଗାହ’ ଉପରେ ଆଧାରାତି ଏହି ଫିଲ୍ମରେ କାମ କରୁଛନ୍ତି। ଆଉ ଏହି ପ୍ରୋଜେକ୍ଟ କାମରେ ସେ ଏବେ କାଶ୍ମୀରରେ ଅଛନ୍ତି।
ଶବାନା ଟ୍ୱିଟ୍ କରି ତାଙ୍କର କାଶ୍ମୀର ଅନୁଭୂତି ବଖାଣିଛନ୍ତି। ସେ ଲେଖିଛନ୍ତି,“ସମୟ ଥିଲା ଯେତେବେଳେ ଆମେ ପ୍ରତିବର୍ଷ କାଶ୍ମୀରରେ ସୁଟିଂ କରୁଥିଲୁ। କିନ୍ତୁ ଏବେ ମୁଁ ୧୯୮୪ ପରେ ପ୍ରଥମ ଥର ପାଇଁ ଏଠାକୁ ସୁଟିଂ କରିବାକୁ ଆସିଛି। ପର୍ଯ୍ୟଟକଙ୍କ ସହିତ ମୋର ଭଲ ସମୟ ବିତୁଛି।”
ଶବାନା କିଛି ସୁନ୍ଦର ଫଟୋ ବି ଟ୍ୱିଟ୍ କରିଛନ୍ତି।
ଗୁଲମାର୍ଗ ନିକଟସ୍ଥ ଏକ ଗାଁରେ ଏହି ଫିଲ୍ମର ସୁଟିଂ ଚାଲିଛି। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପୀୟୁଷ ପଞ୍ଜୁଆନି।
‘ଇଦ୍ଗାହ’ ହେଉଛି ପ୍ରେମଚାନ୍ଦଙ୍କର ଏକ ପ୍ରସିଦ୍ଧ କ୍ଷୁଦ୍ରଗଳ୍ପ। ହମିଦ ନାମକ ଏକ ଛୋଟ ବାଳକ ହମିଦ ଓ ତା’ ଜେଜେମା’ ଅମୀନାଙ୍କ ଉପରେ ପର୍ଯ୍ୟବସିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଅଭିନେତ୍ରୀ ପୁନମ ଢ଼ିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।
Bollywood
ରାସ୍ତା ମଝିରେ ଅଭିନେତାଙ୍କୁ ଆକ୍ରମଣ, ଛୁରାମାଡ଼ କଲେ ଦୁର୍ବୃତ୍ତ
ଅଭିନେତାଙ୍କୁ ପ୍ରଥମେ ଛୁରୀରେ ତା'ପରେ ଲୁହା ରଡ୍ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
National
ହାଇଦ୍ରାବାଦ ଦଳାଚକଟା ଘଟଣା: ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ
୪ ଡିସେମ୍ବରରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ।