୪୦ ବର୍ଷ ତଳର ଓଡ଼ିଆ ଚଳଚ୍ଚିତ୍ର ‘ସମୟ’ ପ୍ରଦର୍ଶିତ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଦଶମ ସ୍ମୃତିଛାୟା କାର୍ଯ୍ୟକ୍ରମରେ ୪୦ ବର୍ଷ ତଳର ଓଡ଼ିଆ ଚଳଚ୍ଚିତ୍ର ‘ସମୟ’ ପ୍ରଦର୍ଶିତ ହୋଇଛି। ସୋନାଲି ପ୍ରଡକ୍ସନ ବ୍ୟାନରରେ ୧୯୭୬ ମସିହାରେ ‘ସମୟ’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ଦେଖିବା ପାଇଁ ପୁଣି ଥରେ କଳାକାରମାନେ ଏକାଠି ହୋଇଥିଲେ। ଏହି ଅବସରରେ  ଏହି ଫିଲ୍ମ ନାୟକ ପ୍ରଶାନ୍ତ ନନ୍ଦ ଓ ନାୟିକା ତ୍ରିପୁରା ମିଶ୍ରଙ୍କ ସହିତ ଅନ୍ୟାନ୍ୟ ଅଭିନେତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏହାସହିତ ବିଗତ ଦିନରେ କଣ୍ଠଶିଳ୍ପୀମାନଙ୍କୁ ନେଇ ପ୍ରସ୍ତୁତ […]

odia film

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 11:23 AM IST

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଦଶମ ସ୍ମୃତିଛାୟା କାର୍ଯ୍ୟକ୍ରମରେ ୪୦ ବର୍ଷ ତଳର ଓଡ଼ିଆ ଚଳଚ୍ଚିତ୍ର ‘ସମୟ’ ପ୍ରଦର୍ଶିତ ହୋଇଛି। ସୋନାଲି ପ୍ରଡକ୍ସନ ବ୍ୟାନରରେ ୧୯୭୬ ମସିହାରେ ‘ସମୟ’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ଦେଖିବା ପାଇଁ ପୁଣି ଥରେ କଳାକାରମାନେ ଏକାଠି ହୋଇଥିଲେ। ଏହି ଅବସରରେ  ଏହି ଫିଲ୍ମ ନାୟକ ପ୍ରଶାନ୍ତ ନନ୍ଦ ଓ ନାୟିକା ତ୍ରିପୁରା ମିଶ୍ରଙ୍କ ସହିତ ଅନ୍ୟାନ୍ୟ ଅଭିନେତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା।

ଏହାସହିତ ବିଗତ ଦିନରେ କଣ୍ଠଶିଳ୍ପୀମାନଙ୍କୁ ନେଇ ପ୍ରସ୍ତୁତ ଭଜନ ସିଡି ‘ପ୍ରାୟଶ୍ଚିତ’ ଲୋକାର୍ପିତ ହୋଇଥିଲା। ସେହିପରି ନିକଟରେ ଦେହାନ୍ତ ହୋଇଥିବା ମଣିମାଳା ଦେବୀଙ୍କ ଉପରେ ଏକ ପ୍ରାମଣିକ ଚିତ୍ର ପ୍ରଦର୍ଶନ ହୋଇଥିଲା।

Related story