୫୦୦ ଓ ୧୦୦୦ ଟଙ୍କିଆ ବନ୍ଦ ନିଷ୍ପତ୍ତିକୁ ବି-ଟାଉନ୍‌ରେ ପ୍ରଶଂସା

ମୁମ୍ବାଇ: କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରିବା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜନେତାଠାରୁ ଆରମ୍ଭ କରି ଅଭିନେତା ସମସ୍ତେ ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି। ବଲିଉଡ କଳାକାରମାନେ ନରେନ୍ଦ୍ର ମୋଦିଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ବିଗ ବି, ରଜନୀକାନ୍ତଙ୍କଠାରୁ ଏକାଧିକ କଳାକାର କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ବିଗ୍‌ ବି ଅମିତାଭ ବଚ୍ଚନ ପିଙ୍କ ରଙ୍ଗରେ ଆସିବାକୁ ଥିବା ୨୦୦୦ ଟଙ୍କା ନୋଟ୍‌କୁ […]

amitav

Rakesh Mallick
  • Published: Wednesday, 09 November 2016
  • , Updated: 11 November 2016, 05:02 PM IST

ମୁମ୍ବାଇ: କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରିବା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜନେତାଠାରୁ ଆରମ୍ଭ କରି ଅଭିନେତା ସମସ୍ତେ ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି। ବଲିଉଡ କଳାକାରମାନେ ନରେନ୍ଦ୍ର ମୋଦିଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ବିଗ ବି, ରଜନୀକାନ୍ତଙ୍କଠାରୁ ଏକାଧିକ କଳାକାର କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ବିଗ୍‌ ବି ଅମିତାଭ ବଚ୍ଚନ ପିଙ୍କ ରଙ୍ଗରେ ଆସିବାକୁ ଥିବା ୨୦୦୦ ଟଙ୍କା ନୋଟ୍‌କୁ ତାଙ୍କ ଫିଲ୍ମ ‘ପିଙ୍କ୍‌’ର ପ୍ରଭାବ ବୋଲି କହିଛନ୍ତି।

ମେଗାଷ୍ଟାର ରଜନୀକାନ୍ତ ମୋଦିଙ୍କୁ ସଲାମ କରିବା ସହ ଭାରତର ଏକ ନୂଆ ଜନ୍ମ ବୋଲି କହିଥିବା ବେଳେ କେ.ଆର୍‌.କେ କଳାଧନ ଉପରେ ମୋଦିଙ୍କ ଏହା ସର୍ଜିକାଲ ଷ୍ଟ୍ରାଇକ୍ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

କଳାଧନ ଓ ଜାଲ୍‌ ନୋଟ୍‌ କାରବାର ରୋକିବାକୁ ମୋଦି ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଗତ କାଲିଠାରୁ ବନ୍ଦ କରିଦେଇଛନ୍ତି। ଏହା ସ୍ଥାନରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଶୀଘ୍ର ବଜାରକୁ ଆସିବ ବୋଲି ଆରବିଆଇ ଘୋଷଣା କରିଛି।

Related story