୮ ମିନିଟ୍‌ର ସିନ୍‌ ପାଇଁ ଖର୍ଚ୍ଚ ହୋଇଛି ୫୪ କୋଟି

ହାଇଦ୍ରାବାଦ: ଆଜି କାଲି ବହୁତ ବଡ଼ ବଡ଼ ପ୍ରୋଜେକ୍ଟର ଫିଲ୍ମ ତିଆରି ହେଉଛି। ୨୦୦ କୋଟି ଟଙ୍କାର ଫିଲ୍ମ ପ୍ରୋଜେକ୍ଟ ଏବେ ସାଧାରଣ ହୋଇଗଲାଣି। ତେବେ ସାଉଥ୍‌ରେ ଏକ ଫିଲ୍ମରେ ୮ ମିନିଟ୍‌ର ଏକ ସିନ୍ ପାଇଁ କେବଳ ୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୂରା ଫିଲ୍ମର ବଜେଟ୍ ୨୦୦ କୋଟି ଟଙ୍କା ରହିଥିବା କେବଳ ୮ ମିନିଟ୍‌ର ସିନ୍ ପାଇଁ ଖର୍ଚ୍ଚ ହୋଇଛି ୫୪ କୋଟି। ଏହା ଏକ ଯୁଦ୍ଧ ସିନ୍‌। ଏହି ସିନ୍ […]

war

Jitendra Garnayak
  • Published: Saturday, 29 September 2018
  • , Updated: 29 September 2018, 10:19 AM IST

ହାଇଦ୍ରାବାଦ: ଆଜି କାଲି ବହୁତ ବଡ଼ ବଡ଼ ପ୍ରୋଜେକ୍ଟର ଫିଲ୍ମ ତିଆରି ହେଉଛି। ୨୦୦ କୋଟି ଟଙ୍କାର ଫିଲ୍ମ ପ୍ରୋଜେକ୍ଟ ଏବେ ସାଧାରଣ ହୋଇଗଲାଣି।

ତେବେ ସାଉଥ୍‌ରେ ଏକ ଫିଲ୍ମରେ ୮ ମିନିଟ୍‌ର ଏକ ସିନ୍ ପାଇଁ କେବଳ ୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୂରା ଫିଲ୍ମର ବଜେଟ୍ ୨୦୦ କୋଟି ଟଙ୍କା ରହିଥିବା କେବଳ ୮ ମିନିଟ୍‌ର ସିନ୍ ପାଇଁ ଖର୍ଚ୍ଚ ହୋଇଛି ୫୪ କୋଟି। ଏହା ଏକ ଯୁଦ୍ଧ ସିନ୍‌। ଏହି ସିନ୍ ଫିଲ୍ମର କ୍ଲାଇମାକ୍ସରେ ଆସିବ।

[caption id="attachment_281504" align="aligncenter" width="750"] image credit- cinejosh[/caption]

ଏହି ଫିଲ୍ମରେ ସାଉଥ୍ ସୁପର୍‌ଷ୍ଟାର ଚିରଞ୍ଜୀବି ଅଭିନୟ କରୁଛନ୍ତି। ଫିଲ୍ମଟିର ନାଁ ‘ସୟେ ରା ନରସିଂହ ରେଡ୍ଡୀ’। ଏହାର ନିର୍ଦ୍ଦେଶନା ଦେଉଛନ୍ତି ସୁରେନ୍ଦ୍ର ରେଡ୍ଡୀ। ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଚିରଞ୍ଜୀବିଙ୍କ ପୁଅ ରାମଚରଣ।

[caption id="attachment_281505" align="aligncenter" width="750"] image credit- cinejosh[/caption]

ଏହି ଯୁଦ୍ଧ ସିନ୍ ଜର୍ଜିଆରେ ସୁଟିଂ ହୋଇଛି। ସେଥିପାଇଁ ଭାରତରୁ ୧୫୦ ଲୋକଙ୍କୁ ସେଠାକୁ ନିଆଯାଇଥିଲା। ତା’ସହିତ ସେଠାକାର ୬୦୦ ସ୍ଥାନୀୟ କଳାକାରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା। ସବୁ କଷ୍ଟ୍ୟୁମ୍ ଭାରତରୁ ନିଆଯାଇଥିଲା।

Related story