ଶ୍ରୀଦେବୀଙ୍କୁ ବଧୂ ବେଶରେ ସଜେଇବାକୁ କାହିଁକି ଲାଗିଲା ୫ ମିନିଟ୍‌, ଶୁଣିଲେ ଆପଣଙ୍କ ହୃଦୟ ବି ଥରିଯିବ

ମୁମ୍ବାଇ: ଏମିତି ହେଲାନି ସେମିତି ହେଲାନି। ଏମିତି ମେକଅପ୍‌ ଲଗାଇଥିଲେ ମୁଁ ଆଉଟିକେ ସୁନ୍ଦର ଦିଶିଥାନ୍ତି। ସେଇ କସମେଟିକ୍‌ ଲାଗାଇଥିଲେ ମୁଁ ଆଉ ଟିକେ ଚମକିଥାନ୍ତି। ଏହି କଲର ଲିପଷ୍ଟିକ୍‌ ସହ ଅମକେ କଲର ଆଇ ସାଡୋ ଦେଇଥିଲେ ମାନିଥାନ୍ତା। ବଞ୍ଚିଥିଲା ବେଳେ ମେକ‌ଅପ୍‌ ନେବା ବେଳେ ଏମିତି କେତେ କ’ଣ କଣ କହୁଥିଲ। ତେଣୁ ତାଙ୍କୁ ସଜେଇବା ପାଇଁ ୧ ଘଣ୍ଟା ଲାଗୁଥିଲା। ହେଲେ ସେଦିନ କିନ୍ତୁ ସେ ସୁନାପିଲା ପରିଥିଲେ। ମେକଅପ୍‌ ଖରାପ ହେଉକି ଭଲି […]

kkkkkkkkkkkkkkk

Rakesh Mallick
  • Published: Saturday, 03 March 2018
  • , Updated: 03 March 2018, 07:24 PM IST

ମୁମ୍ବାଇ: ଏମିତି ହେଲାନି ସେମିତି ହେଲାନି। ଏମିତି ମେକଅପ୍‌ ଲଗାଇଥିଲେ ମୁଁ ଆଉଟିକେ ସୁନ୍ଦର ଦିଶିଥାନ୍ତି। ସେଇ କସମେଟିକ୍‌ ଲାଗାଇଥିଲେ ମୁଁ ଆଉ ଟିକେ ଚମକିଥାନ୍ତି। ଏହି କଲର ଲିପଷ୍ଟିକ୍‌ ସହ ଅମକେ କଲର ଆଇ ସାଡୋ ଦେଇଥିଲେ ମାନିଥାନ୍ତା। ବଞ୍ଚିଥିଲା ବେଳେ ମେକ‌ଅପ୍‌ ନେବା ବେଳେ ଏମିତି କେତେ କ’ଣ କଣ କହୁଥିଲ। ତେଣୁ ତାଙ୍କୁ ସଜେଇବା ପାଇଁ ୧ ଘଣ୍ଟା ଲାଗୁଥିଲା। ହେଲେ ସେଦିନ କିନ୍ତୁ ସେ ସୁନାପିଲା ପରିଥିଲେ। ମେକଅପ୍‌ ଖରାପ ହେଉକି ଭଲି କିଛି ଅଭିଯୋଗ ନ ଥିଲା କି କିଛି ଅଳି ନ ଥିଲା। ତେଣୁ ସଜେଇବା ପାଇଁ ୫ ମିନିଟ୍‌ ଲାଗିଥିଲା।  ଅନ୍ତିମ ବିଦାୟରେ ତାଙ୍କୁ ବଧୂ ବେଶରେ ସଜେଇ ଥିବା ଶ୍ରୀଦେବୀଙ୍କ ମେକଅପ୍‌ ଆର୍ଟିଷ୍ଟ ଭାବବିହୂଳ ହୋଇ ଏମିତି କିଛି ଅଭିଜ୍ଞତା ବଖାଣିଛନ୍ତି ।

ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି। ଶ୍ରୀଦେବୀଙ୍କର ଅଚାନକ ମୃତ୍ୟୁ ପୂରା ବଲିଉଡ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଦେଇଛି। କେବଳ କପୁର ପରିବାରରେ ନୁହଁ ସାରା ଦେଶରେ ଶ୍ରୀଦେବୀଙ୍କ ନିଧନ ଶୋକର ଛାୟା ଖେଳାଇଦେଇଛି।

ଶ୍ରୀଦେବୀଙ୍କୁ ଅନ୍ତିମ ବିଦାୟ ଦେବା ସମୟରେ ଜଣେ ନବ ବଧୂପରି ସଜା ଯାଇଥିଲା। ତାଙ୍କୁ ଏକ ସୁନ୍ଦର ଲାଲ ଶାଢ଼ୀରେ ପରିଧାନ କରାଯାଇଥିଲା। ତା’ ସାଙ୍ଗକୁ ତାଙ୍କ ମଥାରେ ଝଲସୁଥିଲା ଲାଲ୍‌ ସିନ୍ଦୁର, ଓ ଓଠରେ ନାଲି ଲିପଷ୍ଟିକ।  ଶ୍ରୀଦେବୀଙ୍କୁ ନବ ବଧୂ ପରି ସଜାଇଥିଲେ ତାଙ୍କ ସାନ ଯାଆ ଅର୍ଥାତ୍ ଅନିଲ କପୁରଙ୍କର ପତ୍ନୀ ସୁନିତା କପୁର। ସଜେଇବାରେ ତାଙ୍କୁ ସାହାଯ୍ୟ କରିଥିଲେ ଶ୍ରୀଦେବୀଙ୍କ ହେୟାର ଷ୍ଟାଇଲିସ୍ଟ ନୁର ଜାହାଁ ଓ ରାଣୀ ମୁଖାର୍ଜୀ।

ନୁରଜାହାଁ କହିଛନ୍ତି ଯେ ‘ଶ୍ରୀଦେବୀ ମ୍ୟାଡାମଙ୍କୁ ବିନ୍ଦି ଓ ଲିପ୍‌ଷ୍ଟିକ୍ ବହୁତ ପସନ୍ଦ ଥିଲା। ତେଣୁ ତାଙ୍କୁ ସିନ୍ଦୁର ଲିପଷ୍ଟିକ୍ ଲଗାଯାଇଥିଲା। ସେହିପରି ଦକ୍ଷିଣ ଭାରତୀୟ ଜୁଏଲାରୀ ଶ୍ରୀଦେବୀଙ୍କ ବହୁତ ପ୍ରିୟ ଥିଲା।  ତେଣୁ ଆମେ ତାଙ୍କ କଲେକ୍ସନ୍‌ ଭିତରୁ ସୁନାର ଅଳଙ୍କାର ବାଛି ପିନ୍ଧାଇଥିଲୁ।

ନୁରଜାହାଁ କହିଛନ୍ତି ଯେ ଶ୍ରୀଦେବୀଙ୍କୁ ମେକ୍‌ଅପ ଦେବାପାଇଁ ଅତି କମ୍‌ରେ ୧ଘଣ୍ଟା ଲାଗେ। କିନ୍ତୁ ଶେଷଥର ତାଙ୍କୁ ମେକ୍‌ପ କରିବା ପାଇଁ ଲାଗିଥିଲା ମାତ୍ର ପାଞ୍ଚ ମିନିଟ୍॥ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ଆପଣମାନେ ଭାବୁଥିବେ । ଏତେ ତରବରିଆ ଭାବେ କାହିଁକି ମେକ୍‌ଅପ୍ କରାଗଲା? କିନ୍ତୁ ତାହା ସତ ନୁହେଁ। ଏହାର କାରଣ ମଧ୍ୟ ନୁରଜାହାଁ କହିଛନ୍ତି। ସେ କହିଛନ୍ତି  ‘ମେକ୍‌ଅପ୍ କରିବା ସମୟରେ ମ୍ୟାଡାମ୍ ପୁରା ନିରବ ଥିଲେ। କୌଣସି ପ୍ରକାର ହସ୍ତକ୍ଷେପ କରୁ ନ ଥିଲେ। ତେଣୁ ମୋତେ ବେଶୀ ସମୟ ଲାଗି ନ ଥିଲା ସତ କିନ୍ତୁ ମେକ୍‌ଅପ୍ କରିବା ସମୟରେ ମୋର ହାତ ଥରିଯାଉଥିଲା।’

Related story