ଭୁବନେଶ୍ୱର: ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି (ଓଲିଉଡ଼) ୮୦ ବର୍ଷରେ ପାଦ ଥାପିଛି। ୧୯୩୬ ଏପ୍ରିଲ ୨୮ ଆଜିର ଦିନରେ ‘ସୀତା ବିବାହ’ରୁ ଓଡ଼ିଆ ସିନେମାର ଯାତ୍ରା ଆରମ୍ଭ ହୋଇଥିଲା। ପୁରୀର ଲକ୍ଷ୍ମୀ ଟକିଜ୍ରେ ରିଲିଜ୍ ହୋଇଥିଲା ଓଡ଼ିଆ ଭାଷାରେ ନିର୍ମିତ ଏହି ଫିଲ୍ମ।
ବହୁ ଘାତ ପ୍ରତିଘାତ ମଧ୍ୟରେ ଓଡ଼ିଆ ଭାଷାରେ ଏକ ପୂର୍ଣ୍ଣାଙ୍ଗ ଫିଲ୍ମ ତିଆରି କରି ଓଡ଼ିଶାବାସୀଙ୍କୁ ଭେଟି ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ଫିଲ୍ମରେ ୧୪ଟି ଗୀତ ସହ ୨୯ଟି ଦୃଶ୍ୟ ପାଇଁ ୨୯,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ହେଲେ ଦୁଃଖର ବିଷୟ ଏହି ଫିଲ୍ମର ରିଲ୍ଟି ଏକ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଛି। ଏବେ ମୂକ ସାକ୍ଷୀ ଭାବେ ପୁରୀରେ ଉକ୍ତ ଲକ୍ଷ୍ମୀ ଟକିଜ୍ ଓ ଫିଲ୍ମର କିଛି ପୋଷ୍ଟର ହିଁ ରହିଛି।