୮୫ ବର୍ଷରେ ଅଜୟଙ୍କ ସହ ଡେବ୍ୟୁ କରିବେ ଏହି ମହିଳା

ମୁମ୍ବାଇ: ଆଗକୁ ରିଲିଜ୍‌ ହେବାକୁ ଯାଉଛି ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍‌’। ଆପଣ ଜାଣିଛନ୍ତି ଏହି ଫିଲ୍ମରେ ତାଙ୍କ ସହ ଡେବ୍ୟୁ କରିବେ ଜଣେ ୮୫ ବର୍ଷୀୟ ମହିଳା। କଥାଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗିଲେ ବି ଏହା ସତ। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରହୁଥିବା ୮୫ ବର୍ଷୀୟ ପୁଷ୍ପା ଜୋଶୀ ଅଜୟ ଦେବଗନ୍‌ଙ୍କ ‘ରେଡ୍‌’ ଫିଲ୍ମରେ ସୌରଭ ଶୁକ୍ଳାଙ୍କ ମା’ ଭୂମିକାରେ ନଜର ଆସିବେ। ଏଥିରେ ସେ ପ୍ରଥମ କରି କ୍ୟାମେରା ଫେସ୍‌ କରିବେ।  କାରଣ […]

old

Rakesh Mallick
  • Published: Monday, 05 March 2018
  • , Updated: 05 March 2018, 07:59 PM IST

ମୁମ୍ବାଇ: ଆଗକୁ ରିଲିଜ୍‌ ହେବାକୁ ଯାଉଛି ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍‌’। ଆପଣ ଜାଣିଛନ୍ତି ଏହି ଫିଲ୍ମରେ ତାଙ୍କ ସହ ଡେବ୍ୟୁ କରିବେ ଜଣେ ୮୫ ବର୍ଷୀୟ ମହିଳା। କଥାଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗିଲେ ବି ଏହା ସତ। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରହୁଥିବା ୮୫ ବର୍ଷୀୟ ପୁଷ୍ପା ଜୋଶୀ ଅଜୟ ଦେବଗନ୍‌ଙ୍କ ‘ରେଡ୍‌’ ଫିଲ୍ମରେ ସୌରଭ ଶୁକ୍ଳାଙ୍କ ମା’ ଭୂମିକାରେ ନଜର ଆସିବେ। ଏଥିରେ ସେ ପ୍ରଥମ କରି କ୍ୟାମେରା ଫେସ୍‌ କରିବେ।  କାରଣ ଏହା ହେଉଛି ତାଙ୍କର ପ୍ରଥମ ଫିଲ୍ମ ।

ସବୁଠୁ ବଡ଼କଥା ହେଉଛି ସେ ସେଟ୍‌ରେ ସମୟରେ ପହଁଞ୍ଚିବା ସହ ନିଜ କାମକୁ ମଧ୍ୟ ଖୁବ୍‌ ନିଷ୍ଠାର ସହ କରିଥିଲେ। ସେଟ୍‌ରେଇ ଉପସ୍ଥିତ ଥିବା ପ୍ରାୟ ସବୁ ସଦସ୍ୟ ତାଙ୍କର ଯତ୍ନ ନେଉଥିଲେ। ଅଜୟ ଦେବଗନ ବି ସେଟ୍‌ରେ ପୁଷ୍ପା ଯୋଷୀଙ୍କ ସହ ଅଧିକ ସମୟ ବିତାଉଥିଲେ।

‘ରେଡ୍‌’ ଫିଲ୍ମର ନିର୍ଦ୍ଦେଶକ ରାଜ କୁମାର ଗୁପ୍ତା କହିଥିଲେ ‘‘ପୁଷ୍ପା ଯୋଷୀ ସେଟ୍‌ରେ ସମସ୍ତଙ୍କ ପ୍ରିୟ ଥିଲେ। ସମସ୍ତେ ତାଙ୍କ ସହ ସମୟ କାଟିବାକୁ ଚାହୁଁଥିଲେ। କାହିଁକି ନା ସେ ବହୁତ ଭଲ। ତାଙ୍କ କଥାବାର୍ତା ସମସ୍ତଙ୍କୁ ବହୁତ ଭଲ ଲାଗୁଥିଲା। ସେ ୮୫ ବର୍ଷରେ ପ୍ରଥମ କରି ଫିଲ୍ମରେ କାମ କରୁଥିଲେ ମଧ୍ୟ ପୂରା ପ୍ରଫେସନାଲ ଭଳି କାମ କରୁଥିଲେ। ତାଙ୍କୁ ତାଙ୍କ ଲାଇନ୍‌ ଖୁବ୍‌ ଭଲରେ ମନରୁହେ। ସେ ସବୁବେଳେ ହସୁଥାନ୍ତି। ତାଙ୍କ ସହ କାମ କରି ଖୁବ୍ ଭଲ ଲାଗିଲା।’’

ରେଡ୍‌ ପିଲ୍ମ ମାର୍ଚ୍ଚ ୧୬ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ଅଜୟଙ୍କ ଛଡା, ଇଲିଆନା ଡିକ୍ରୁଜ ଓ ସୌରଭ ଶୁକ୍ଳା ନଜର ଆସିବେ।

Related story