‘୯୯ ସଙ୍ଗ୍ସ ’ ନାମରେ ଫିଲ୍ମ ନିର୍ମାଣ କରୁଛନ୍ତି ଏଆର ରେହମାନ୍

ମୁମ୍ବାଇ: ଓସ୍କାର ବିଜୟୀ ଏଆର ରେହମାନ୍‌ ଖୁବଶୀଘ୍ର ନିର୍ମାଣ କରିବାକୁ ଯାଉଛନ୍ତି ଏକ ଫିଲ୍ମ। ଏହି ଫିଲ୍ମଟି ସଙ୍ଗୀତ ଭିତ୍ତିକ ହେବ। ଏଥିରେ ତାଙ୍କ କଣ୍ଠରୁ ଶୁଣିବାକୁ ମିଳିବ ଏକାଧିକ ଗୀତ। ଏଥିପାଇଁ ସ୍କ୍ରିପ୍ଟ ମଧ୍ୟ ଲଖା ସରିଛି। ଶୀଘ୍ର ସୁଟିଂ ଆରମ୍ଭ କରାଯିବ। ଏହି ଫିଲ୍ମର ନାମ ‘୯୯ ସଙ୍ଗ୍ସ’ ରହିଛି। ଏ ନେଇ ସେ ଫିଲ୍ମର ଫେଷ୍ଟ ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହାକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା। ଏଥିପାଇଁ ସେ […]

99 songs film by ar rehman

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 06:04 PM IST

ମୁମ୍ବାଇ: ଓସ୍କାର ବିଜୟୀ ଏଆର ରେହମାନ୍‌ ଖୁବଶୀଘ୍ର ନିର୍ମାଣ କରିବାକୁ ଯାଉଛନ୍ତି ଏକ ଫିଲ୍ମ। ଏହି ଫିଲ୍ମଟି ସଙ୍ଗୀତ ଭିତ୍ତିକ ହେବ। ଏଥିରେ ତାଙ୍କ କଣ୍ଠରୁ ଶୁଣିବାକୁ ମିଳିବ ଏକାଧିକ ଗୀତ। ଏଥିପାଇଁ ସ୍କ୍ରିପ୍ଟ ମଧ୍ୟ ଲଖା ସରିଛି। ଶୀଘ୍ର ସୁଟିଂ ଆରମ୍ଭ କରାଯିବ। ଏହି ଫିଲ୍ମର ନାମ ‘୯୯ ସଙ୍ଗ୍ସ’ ରହିଛି।

ଏ ନେଇ ସେ ଫିଲ୍ମର ଫେଷ୍ଟ ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହାକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା। ଏଥିପାଇଁ ସେ ଜଣେ ସଙ୍ଗୀତ ଉପରେ ଜ୍ଞାନ ଥିବା ଅଭିନେତାଙ୍କୁ ଚୟନ କରିଛନ୍ତି। ଏହି ଫିଲ୍ମ ଉଭୟ ତାମିଲ ଓ ହିନ୍ଦୀରେ ନିର୍ମିତ ହେବ। ଏହାକୁ ତାଙ୍କ ନିଜ୍‌ ପ୍ରଯୋଜନା ସଂସ୍ଥା ‘ୱାଇଏମ୍‌ ମୁଭିଜ୍‌’ ନିର୍ମାଣ କରିବ। ଏହା ୨୦୧୬ର ଶେଷ ଆଡ଼କୁ କିମ୍ବା ୨୦୧୭ ଜାନୁୟାରୀରେ ବି-ଟାଉନ୍‌କୁ ଆସିବ।

Related story