‘ସୁନ୍ଦରଗଡ଼ର ସଲମାନ୍ ଖାନ୍‌’ର ଆସିଲା ଟାଇଟଲ ଟ୍ରାକ୍‌, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚକୋଲେଟବୟ ବାବୁସାନଙ୍କ ଅଭିନୀତ ଆଗାମୀ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍‌ର ଆସିଲା ଟାଇଟଲ ଟ୍ରାକ୍‌। ତରଙ୍ଗ ସିନେ ପ୍ରଡକ୍ସନ୍ସ ନିବେଦିତ ଏହି ଫିଲ୍ମରେ ଆଗରୁ ଲେଟସ୍ ସେଲିବ୍ରେଟ୍ ରଜ ଏବଂ ତୋ ଇସ୍କରେ ଜିଏସ୍‌ଟି ଲାଗିବନି ଜମା..ମତେ ଦେଇଦେ ଗୋଟେ ରକେଟ୍‌ ମାର୍କା ଚୁମ୍ମା ଗୀତ ସୋସିଆଲ ମିଡିଆରେ ରିଲିଜ୍‌ ହୋଇସାରିଛି। ଆଜି ଏହାର ଟାଇଟଲ ଟ୍ରାକ୍‌ ରିଲିଜ୍‌ ହୋଇଛି। ଯୁବପିଢିଙ୍କୁ ଛୁଇଁଲା ଭଳିଆ ଗୀତଟି ବୋବାଲ ହୋଇଛି। ୟୁଟ୍ୟୁବ୍‌ରେ ଗୀତଟି […]

salman

Rakesh Mallick
  • Published: Friday, 01 June 2018
  • , Updated: 01 June 2018, 07:31 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚକୋଲେଟବୟ ବାବୁସାନଙ୍କ ଅଭିନୀତ ଆଗାମୀ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍‌ର ଆସିଲା ଟାଇଟଲ ଟ୍ରାକ୍‌। ତରଙ୍ଗ ସିନେ ପ୍ରଡକ୍ସନ୍ସ ନିବେଦିତ ଏହି ଫିଲ୍ମରେ ଆଗରୁ ଲେଟସ୍ ସେଲିବ୍ରେଟ୍ ରଜ ଏବଂ ତୋ ଇସ୍କରେ ଜିଏସ୍‌ଟି ଲାଗିବନି ଜମା..ମତେ ଦେଇଦେ ଗୋଟେ ରକେଟ୍‌ ମାର୍କା ଚୁମ୍ମା ଗୀତ ସୋସିଆଲ ମିଡିଆରେ ରିଲିଜ୍‌ ହୋଇସାରିଛି। ଆଜି ଏହାର ଟାଇଟଲ ଟ୍ରାକ୍‌ ରିଲିଜ୍‌ ହୋଇଛି। ଯୁବପିଢିଙ୍କୁ ଛୁଇଁଲା ଭଳିଆ ଗୀତଟି ବୋବାଲ ହୋଇଛି। ୟୁଟ୍ୟୁବ୍‌ରେ ଗୀତଟି ବେଶ କ୍ରେଜ୍‌ ସୃଷ୍ଟି କଲାଣି।  ଷ୍ଟାଇଲିସ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଡ.ନିର୍ମଳ ନାୟକ ଏହାକୁ ଲେଖିଛନ୍ତି।

ଗୀତଟିକୁ  ଇଣ୍ଡଷ୍ଟିରେ ନୂତନ କଣ୍ଠଶିଳ୍ପୀ କୌଶିକ ଗୀତଟିକୁ ଗାଇଛନ୍ତି।  ଗୋଟିଏ ଦିନରେ ଏହି ଭିଡିଓଟିକୁ  ୫୫ ହଜାର ଦର୍ଶକ ଦେଖିସାରିଲେଣି। ଏହି ଫିଲ୍ମକୁ ଅଶୋକ ପତି  ନିର୍ଦ୍ଦେଶନା ଦେଉଛନ୍ତି।  ଫିଲ୍ମଟି ପ୍ରଚୁର ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚି ଆଦୃତ ହେବ ବୋଲି ପ୍ରଡକ୍ସନ ଟିମ୍‌ ଆଶା ରଖିଛି। ସେହିପରି ସୋସିଆଲ ମିଡିଆରେ ଉକ୍ତ ଚଳଚ୍ଚିତ୍ରର ଟ୍ରିଜର ମଧ୍ୟ ରିଲିଜ୍‌ ହୋଇଯାଇଛି। ତେବେ ଗୀତର ଭିଡିଓ ଦେଖନ୍ତୁ।

https://youtu.be/kkr0b3P10eI

Related story