‘କାହାକୁ ଡେଟ୍‌ କରୁଛ ’ ପ୍ରଶ୍ନର ଏପରି ଉତ୍ତର ଦେଲେ ଅମିରଙ୍କ ଲାଡଲି ଇରା

ମୁମ୍ୱାଇ: ବଲିଉଡର ମିଷ୍ଟର ପରଫେକସ୍‌ନିଷ୍ଟ  ଅମିର ଖାନଙ୍କ ଝିଅ ଇରା ଖାନ ଲାଇମ୍‌ ଲାଇଟ୍‌ରୁ ସବୁବେଳେ ଦୂରେଇ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ସୋଶାଲ ମିଡିଆ ଜରିଆରେ ସେ ନିଜ ଫ୍ୟାନ୍‌ଙ୍କ ସହ ଯୋଡି ହୋଇଥାନ୍ତି। ଇରା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ରେଗୁଲାର ଭାବେ ଫଟୋ ଶେଆର କରନ୍ତି। କିଛି ଦିନ ପୂର୍ବେ ସେ ଇନ୍‌ଷ୍ଟାଗ୍ରାମ୍‌ରେଏକ ଫିଚର ‘(Ask Me A Question)’ ର ବ୍ୟବହାର କରି ନିଜ ଫ୍ୟାନ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଅବସରରେ […]

ira-4..

Niharika Rout
  • Published: Friday, 14 June 2019
  • , Updated: 14 June 2019, 01:01 PM IST

ମୁମ୍ୱାଇ: ବଲିଉଡର ମିଷ୍ଟର ପରଫେକସ୍‌ନିଷ୍ଟ  ଅମିର ଖାନଙ୍କ ଝିଅ ଇରା ଖାନ ଲାଇମ୍‌ ଲାଇଟ୍‌ରୁ ସବୁବେଳେ ଦୂରେଇ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ସୋଶାଲ ମିଡିଆ ଜରିଆରେ ସେ ନିଜ ଫ୍ୟାନ୍‌ଙ୍କ ସହ ଯୋଡି ହୋଇଥାନ୍ତି। ଇରା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ରେଗୁଲାର ଭାବେ ଫଟୋ ଶେଆର କରନ୍ତି।

କିଛି ଦିନ ପୂର୍ବେ ସେ ଇନ୍‌ଷ୍ଟାଗ୍ରାମ୍‌ରେଏକ ଫିଚର ‘(Ask Me A Question)' ର ବ୍ୟବହାର କରି ନିଜ ଫ୍ୟାନ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଫ୍ୟାନ୍‌ମାନେ କାହାକୁ  ଡେଟ କରୁଛ ବୋଲି ପ୍ରଶ୍ନ କରିଥିଲେ। ଇରା ମଧ୍ୟ ବେଶ୍‌ ଚାଲାକିର ସହ ଏହାର ଜବାବ ରଖିଛନ୍ତି।

 ଇରାଙ୍କ ଫ୍ୟାନ୍ସ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚାହୁଁଥିବା ବେଳେ ଇରା ମଧ୍ୟ କିଛି ଲୁଚାଉ ନାହାନ୍ତି। ଇରାଙ୍କ ଫ୍ୟାନ୍‌ ତାଙ୍କୁ କାହାକୁ ଡେଟ କରୁଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ଇରା ଏହାର ଉତ୍ତର କିଛି ନ ରଖି  ଇରା ମିଶାଲ କୃପଲାନୀ ନାମକ ଯୁବକଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିବା ସହ ତାଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

ଇରା ସବୁବେଳେ ନିଜ ଆକାଉଣ୍ଟରେ ମିଶାଲଙ୍କ ସହ ଫଟୋ ଶେଆର କରୁଛନ୍ତି। ହେଲେ ପରସ୍ପରକୁ ଡେଟ କରୁଥିବା ନେଇ ଉଭୟ କିଛି ସ୍ପଷ୍ଟ କରୁ ନାହାନ୍ତି। ଏନେଇ ଇରା କୌଣସି ଅଫିସିଆର ଆନାଉନ୍ସମେଣ୍ଟ ମଧ୍ୟ କରି ନାହାନ୍ତି। ତେଣୁ ଦୁହିଁଙ୍କ ମଧ୍ୟରେ ଦୋସ୍ତିଠୁ କିଛି ଅଧିକା ଥିବା ଅନୁମାନ କରାଯାଉଛି।

Related story