ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଲତା ଓ ଆମୀର

ମୁମ୍ବାଇ: ଦେଶର ଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିରେ ମହାରାଷ୍ଟ୍ରର କିଛି ସ୍ଥାନ ମଧ୍ୟ ରହିଛି। ମହାରାଷ୍ଟ୍ରର ବନ୍ୟା ପୀଡ଼ିତମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍ ଲୋକଙ୍କୁ ଅନୁରୋଧ କରିଛନ୍ତି। ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍‌କୁ ଦାନ କରୁଛନ୍ତି। ଏହି ମହାନ୍ କାର୍ଯ୍ୟରେ ବଲିଉଡ୍‌ ସେଲେବ୍ରିଟିମାନେ ମଧ୍ୟ ସାମିଲ ହୋଇଛନ୍ତି। Thank you @aamir_khan for your contribution of ₹25,00,000/- (₹25 […]

lata-aamir

lata-aamir

Chinmayee Roy
  • Published: Friday, 23 August 2019
  • Updated: 23 August 2019, 03:06 PM IST

Sports

Latest News

ମୁମ୍ବାଇ: ଦେଶର ଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିରେ ମହାରାଷ୍ଟ୍ରର କିଛି ସ୍ଥାନ ମଧ୍ୟ ରହିଛି। ମହାରାଷ୍ଟ୍ରର ବନ୍ୟା ପୀଡ଼ିତମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍ ଲୋକଙ୍କୁ ଅନୁରୋଧ କରିଛନ୍ତି। ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍‌କୁ ଦାନ କରୁଛନ୍ତି। ଏହି ମହାନ୍ କାର୍ଯ୍ୟରେ ବଲିଉଡ୍‌ ସେଲେବ୍ରିଟିମାନେ ମଧ୍ୟ ସାମିଲ ହୋଇଛନ୍ତି।

https://twitter.com/Dev_Fadnavis/status/1163802596538142720

ବଲିଉଡ୍‌ ଅଭିନେତା ଆମୀର ଖାନ୍‌ ଓ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେଶକର ମହାରାଷ୍ଟ୍ରର ବନ୍ୟାପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ଆମୀର ୨୫ ଲକ୍ଷ ଟଙ୍କା  ଦାନ କରିଥିବା ବେଳେ ଲତା ମଙ୍ଗେଶକର ୧୧ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଶ୍ରୀ ଫଡ୍‌ନାଭିସ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହା ସହିତ ସେ ସେମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

https://twitter.com/Dev_Fadnavis/status/1163805494374543361

ସେହିଭଳି ‘ବିଗ୍ ବି’ ଅମିତାଭ ବଚ୍ଚନ ମଧ୍ୟ ମହାରାଷ୍ଟ୍ରର ବନ୍ୟା ପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍‌କୁ ୫୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ତାଙ୍କୁ ବି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।
https://twitter.com/Dev_Fadnavis/status/1163339560081715203

https://twitter.com/Dev_Fadnavis/status/1163336571929497600

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ୫ କୋଟି ଟଙ୍କାର ସାହାଯ୍ୟ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବନ୍ୟା ଯୋଗୁ ମହାରାଷ୍ଟ୍ରର ସାଙ୍ଗଲୀ, କୋଲ୍ହାପୁର ଓ ସତାରା ଅଞ୍ଚଳ ପ୍ରଭାବିତ ହୋଇଛି। ରାଜ୍ୟ ସରକାର ବନ୍ୟାପୀଡ଼ିତଙ୍କ ପାଇଁ ୬ ହଜାର ୮୦୦ କୋଟି ଟଙ୍କାର ରିଲିଫ୍ ପାଣ୍ଠି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos