ରିଲିଜ୍‌ ଦିନରୁ ରାଜ୍‌ କଲା ସଞ୍ଜୁ : ଫିଲ୍ମ ଦେଖି ଆମୀର ଅବାକ୍‌, ଲେଖିଦେଲେ ଏମିତି କିଛି

ମୁମ୍ବାଇ: ରିଲିଜ୍‌ ଦିନରୁ ରାଜ୍‌ କଲା ସଞ୍ଜୁ। ବଲିଉଡ୍‌ ଅଭିନେତା ସଞ୍ଜୟଦତ୍ତଙ୍କ ଟ୍ରାଜେଡ଼ି ଲାଇଫ୍‌କୁ ନେଇ ଆଧାରିତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍‌ ଛୁଇଁପାରିଛି।  ଗତକାଲି ଏହି ଚଳଚ୍ଚିତ୍ର ରିଲିଜ୍‌ ହୋଇଥିବା ବେଳେ ସିନେ ଷ୍ଟାରଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ ଛୁଟୁଛି।  କିଏ ସଞ୍ଜୟଙ୍କ ଲାଇଫ୍‌ ଷ୍ଟାଇଲ୍‌ ଜାଣି ଦୁଃଖ ପ୍ରକାଶ କରିଛି ତ’ ଆଉ  କିଏ ଆଚମ୍ବିତ ହୋଇଛି।  ସବୁଠୁ ବଡ଼ କଥା ହେଉଛି ସଞ୍ଜୁ ଚରିତ୍ରରେ ଅଭିନୟ […]

Aamir

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 12:29 PM IST

ମୁମ୍ବାଇ: ରିଲିଜ୍‌ ଦିନରୁ ରାଜ୍‌ କଲା ସଞ୍ଜୁ। ବଲିଉଡ୍‌ ଅଭିନେତା ସଞ୍ଜୟଦତ୍ତଙ୍କ ଟ୍ରାଜେଡ଼ି ଲାଇଫ୍‌କୁ ନେଇ ଆଧାରିତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍‌ ଛୁଇଁପାରିଛି।  ଗତକାଲି ଏହି ଚଳଚ୍ଚିତ୍ର ରିଲିଜ୍‌ ହୋଇଥିବା ବେଳେ ସିନେ ଷ୍ଟାରଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ ଛୁଟୁଛି।  କିଏ ସଞ୍ଜୟଙ୍କ ଲାଇଫ୍‌ ଷ୍ଟାଇଲ୍‌ ଜାଣି ଦୁଃଖ ପ୍ରକାଶ କରିଛି ତ’ ଆଉ  କିଏ ଆଚମ୍ବିତ ହୋଇଛି।  ସବୁଠୁ ବଡ଼ କଥା ହେଉଛି ସଞ୍ଜୁ ଚରିତ୍ରରେ ଅଭିନୟ କରିଥିବା ରଣବୀରଙ୍କ ଲୁକ୍‌ ଏବଂ ଅଭିନୟ। ଜବରଦସ୍ତ ଅଭିନୟ ପାଇଁ  ରଣବୀରଙ୍କୁ  ଦର୍ଶକଙ୍କ ଥରଫରୁ ମିଳିଛି ଥମ୍‌ସ ଅପ୍‌ ।  ଏମିତିକି ଫିଲ୍ମ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌। ଫିଲ୍ମ ଦେଖିବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଏନଇ ସେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର ପେଜ୍‌ରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘‘ସଞ୍ଜୁ ମୋତେ ବହୁତ ପସନ୍ଦ ଆସିଲା।  ଗୋଟିଏ ବାପା ପୁଅ ଓ ଦୁଇ ବନ୍ଧୁର ଏହା ଏକ ଭାବଭରା କାହାଣୀ। ରଣବୀର ଏଥିରେ ଖୁବ୍‌ ଜବରଦସ୍ତ ଅଭିନୟ କରିଛନ୍ତି। ଏଥିରେ ବି  ଭିକି କୌଶଲଙ୍କ  ଆକ୍ଟିଂ  ଖୁବ୍‌ ଜବରଦସ୍ତ । ତାଙ୍କର ଜୀବନ୍ତ ଅଭିନୟ, ମୋର ବୁଦ୍ଧି ବଣା କରିଦେଲା।’’

https://twitter.com/aamir_khan/status/1012685015358976000

ଏତେ ସୁନ୍ଦର ଫିଲ୍ମ ତିଆରି ପାଇଁ ଆମୀର ରାଜ୍‌ କୁମାର ହିରାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ‘‘ ଧନ୍ୟବାଦ ରାଜୁ, ଆଉ ଏକ ମନୋରଞ୍ଜନ ଭରା ଓ ଦମ୍‌ଦାର୍‌ ଫିଲ୍ମ ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା।

ସୂଚନାଯୋଗ୍ୟ ଯେ, ‘ସଞ୍ଜୁ’ ଦେଖିବା ପରେ ରଣବୀରଙ୍କ ଅଭିନୟ ସହ ତାଙ୍କ ଲୁକ୍‌ ଓ ରାଜ୍‌କୁମାର ହୀରୀନୀଙ୍କ ନିର୍ଦ୍ଦେଶନାକୁ ଖୁବ୍‌ ପ୍ରଶଂସା କରାଯାଇଛି। ଏହା ସହ ସଞ୍ଜୟଙ୍କ ବିଷୟରେ ଏମିତି ସବୁ କଥା ଜଣା ପଡ଼ିଲା, ଯାହା ଦର୍ଶକଙ୍କୁ ଭାବବିହୋଳ କରି ଦେଇଛି।

ଆଲିଆ ଭଟ୍ଟଙ୍କ ମା’ ସୋନୀ ରାଜଦାନ୍‌ ଲେଖିଛନ୍ତି, ‘‘ ମୁଁ ଏହି ପୁଅକୁ ଖୁବ୍‌ ପସନ୍ଦ କରେ। ଇଏ ଦୁନିଆକ କିଛି ଉଦାର ଲୋକମାନଙ୍କ ମଧ୍ୟରେ ଜଣେ।  ସଞ୍ଜୁଙ୍କୁ କାହା ସହ ତୁଳନା କରିହେବ ନାହିଁ।

ଦିବ୍ୟା କୋସ୍‌ଲା କୁମାର ଲେଖିଛନ୍ତି, ‘‘ ବହୁତ୍‌ କମ୍‌ ଫିଲ୍ମ ଅଛି ଯାହା ଆପଣଙ୍କୁ ସ୍ପର୍ଶ କରିବ। ଆଉ ଏହି ଫିଲ୍ମ ଆଚମ୍ବିତ କରିଦେଲା ଭଳି’’।

 

Related story