ମୁମ୍ୱାଇ: ବଲିଉଡ଼ର ଅନ୍ୟ ଷ୍ଟାର କିଡ଼୍ଙ୍କ ପରି ମିଷ୍ଟର ପରଫେକ୍ଟସନିଷ୍ଟ ଆମୀର ଖାନଙ୍କ ପିଲାମାନେ ଲାଇମ୍ ଲାଇଟ୍ରେ ରହିବାକୁ ପସନ୍ଦ କରନ୍ତି ନାହିଁ। ହେଲେ ଏବେ ଆମୀରଙ୍କ ଝିଅ ଇରା ଖାନ ନିଜର କିଛି ଫଟୋକୁ ନେଇ ସୋଶାଲ ମିଡ଼ିଆରେ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚାର କାରଣ ହେଉଛନ୍ତି ଇରାଙ୍କ ଜଣେ ଖାସ୍ ବନ୍ଧୁ ଓ ତାଙ୍କ ସହ ଉଠାଇଥିବା କିଛି ଫଟୋ। ଏହାକୁ ଇରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି। ହେଲେ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ବନ୍ଧୁ ନା ବୟଫ୍ରେଣ୍ଡ ସେ ନେଇ ସସ୍ପେନ୍ସ ଲାଗି ରହିଛି। କିନ୍ତୁ ଫଟୋରେ ଉଭୟ ବହୁତ ନିକଟତର ଥିବା ଜଣାପଡୁଛି।
ଇରାଙ୍କ ସହ ଫଟୋ ଉଠାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ମିଶାଲ କୃପଲାନି। ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ମଧ୍ୟ ବହୁଥର ମିଶାଲ୍ଙ୍କ ସହ ଇରା ନିଜ ଫଟୋ ଶେଆର କରିଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ଷ୍ଟ୍ରଙ୍ଗ ବଣ୍ଡିଂ ସବୁବେଳେ ବି ଟାଉନର ଗସିପ୍କୁ ଖୋରାକ ଯୋଗାଉଛି।
ମିଶାଲ୍ଙ୍କ ସମ୍ପର୍କରେ ବେଶି କିଛି ତଥ୍ୟ ମିଳି ନ ଥିଲେ ବି ସେ ଜଣେ ମ୍ୟୁଜିକ୍ କମ୍ପୋଜର ଅଟନ୍ତି ବୋଲି ଜଣାଯାଇଛି। ତାଙ୍କର ବହୁ ଭିଡ଼ିଓ ୟୁଟ୍ୟୁବରେ ରିଲିଜ୍ ମଧ୍ୟ ହୋଇ ସାରିଛି। କରନଙ୍କ ‘କଫି ୱିଥ୍ କରନ’ ଶୋ’କୁ ଆସିଥିବା ବେଳେ ଆମୀର ନିଜ ଝିଅର ଭବିଷ୍ୟତ ପ୍ଲାନିଂ, କ୍ୟାରିଅର ବିଷୟରେ କଥା ହୋଇଥିଲେ। ଇରା ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଇଚ୍ଛୁକ । ଇରା ନିଜ ଅଭିନୟକୁ ପସନ୍ଦ ନ କରି ଫିଲ୍ମ ଡାଇରେକ୍ଟ କରିବାକୁ ଅଧିକ ଇଚ୍ଛୁକ ଥିବା ଆମୀର କହିଥିଲେ।