ବର୍ତ୍ତମାନ ପ୍ରେମକୁ ପ୍ରଦର୍ଶନୀ କରିଦିଆଯାଇଛି: ଜୟା

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ୧୩.୨୫ କୋଟି ଟଙ୍କା ରୋଜଗାର କରିସାରିଲାଣି। କେବଳ ସେତିକି ନୁହେଁ ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ବୋଲ୍ଡ ସିନ୍‌କୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ହେଲେ ଜୟା ନିଜ ବୋହୂଙ୍କ ଏପରି ବୋଲ୍ଡ ସିନ୍‌ ପାଇଁ କିଛି ଖୋଲା ଖୋଲି କହି ନ ଥିଲେ ମଧ୍ୟ ୧୮ତମ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ଏହାକୁ ନେଇ ମତ ରଖିଥିଲେ। ପରୋକ୍ଷରେ ସେ […]

jaya

Rakesh Mallick
  • Published: Saturday, 29 October 2016
  • , Updated: 29 October 2016, 07:16 PM IST

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ୧୩.୨୫ କୋଟି ଟଙ୍କା ରୋଜଗାର କରିସାରିଲାଣି। କେବଳ ସେତିକି ନୁହେଁ ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ବୋଲ୍ଡ ସିନ୍‌କୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ହେଲେ ଜୟା ନିଜ ବୋହୂଙ୍କ ଏପରି ବୋଲ୍ଡ ସିନ୍‌ ପାଇଁ କିଛି ଖୋଲା ଖୋଲି କହି ନ ଥିଲେ ମଧ୍ୟ ୧୮ତମ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ଏହାକୁ ନେଇ ମତ ରଖିଥିଲେ।

ପରୋକ୍ଷରେ ସେ କହିଥିଲେ ଯେ, ଦିନ ଥିଲା ନିର୍ଦ୍ଦେଶକ ଫିଲ୍ମରେ କଳାକୁ ଦେଖାଉଥିଲେ। ବର୍ତ୍ତମାନ ସମୟରେ ପ୍ରେମକୁ ପ୍ରଦର୍ଶନୀ ପରି ଉପସ୍ଥାପନ କରାଯାଉଛି। ଏହାଠାରୁ ବଳି ଲାଜର କଥା ଆଉ କିଛି ନାହିଁ। ଫିଲ୍ମ ଜରିଆରେ ବିଜନେସ କରିବା ଓ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ୧୦୦ କୋଟି ଟଙ୍କା ରୋଜଗାର କରିବା ଆଜିକାଲି ଫିଲ୍ମର ମୁଖ୍ୟ ଲକ୍ଷ୍ୟ ହୋଇଗଲାଣି।

Related story