୮ ବର୍ଷ ପରେ ପରଦାରେ ଏକାଠି ହେବେ ଅଭିଷେକ୍ ଓ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ୍ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଶେଷଥର ପାଇଁ ୨୦୧୦ରେ ଫିଲ୍ମ ‘ରାବଣ’ରେ ଏକାଠି ଦେଖିବାକୁ ମିଳିଥିଲା। ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ମଣି ରତ୍ନମ।  ଦୀର୍ଘ ୮ ବର୍ଷ ପରେ ପୁଣିଥରେ ଦୁହେଁ ପରଦାରେ ଏକାଠି ନଜର ଆସିବେ।  ଫିଲ୍ମଟିର ନାଁ ହେଉଛି ‘ଗୁଲାବ୍‌ଜାମୁନ୍’। ଐଶ୍ୱର୍ଯ୍ୟା କହିଛନ୍ତି, ତାଙ୍କ ପାଖରେ ଏହି ଫିଲ୍ମର ସ୍କ୍ରିପ୍ଟ୍‌ ଦେଢ଼ ବର୍ଷ ପୂର୍ବରୁ ମିଳିସାରିଥିଲା। ହେଲେ ସମୟ ନ ମିଳିବା ଯୋଗୁ ସେମାନେ ଏହି ଫିଲ୍ମ […]

358f8ae15fcb9c82b71a69f88eb7deed

Rakesh Mallick
  • Published: Tuesday, 31 July 2018
  • , Updated: 31 July 2018, 06:55 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ୍ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଶେଷଥର ପାଇଁ ୨୦୧୦ରେ ଫିଲ୍ମ ‘ରାବଣ’ରେ ଏକାଠି ଦେଖିବାକୁ ମିଳିଥିଲା। ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ମଣି ରତ୍ନମ।  ଦୀର୍ଘ ୮ ବର୍ଷ ପରେ ପୁଣିଥରେ ଦୁହେଁ ପରଦାରେ ଏକାଠି ନଜର ଆସିବେ।  ଫିଲ୍ମଟିର ନାଁ ହେଉଛି ‘ଗୁଲାବ୍‌ଜାମୁନ୍’।

ଐଶ୍ୱର୍ଯ୍ୟା କହିଛନ୍ତି, ତାଙ୍କ ପାଖରେ ଏହି ଫିଲ୍ମର ସ୍କ୍ରିପ୍ଟ୍‌ ଦେଢ଼ ବର୍ଷ ପୂର୍ବରୁ ମିଳିସାରିଥିଲା। ହେଲେ ସମୟ ନ ମିଳିବା ଯୋଗୁ ସେମାନେ ଏହି ଫିଲ୍ମ ଅଫର୍‌କୁ ଗ୍ରହଣ କରିପାରୁ ନଥିଲେ। ଫିଲ୍ମଟିର ନିର୍ଦ୍ଦେଶନା ସର୍ବେଶ ମେୱାରା ଦେଉଥିବାବେଳେ ଫ୍ୟାଣ୍ଟମ ଫିଲ୍ମ ଏହାର ପ୍ରଯୋଜନା କରିବେ।

ଉଲ୍ଲେଖଯୋଗ୍ୟ, ଐଶ୍ୱର୍ଯ୍ୟା ଖୁବ୍‌ ଶୀଘ୍ର ଫିଲ୍ମ ‘ଫନ୍ନେ ଖାନ୍‌’ରେ ନଜର ଆସିବେ। ଫିଲ୍ମଟି ଆଗଷ୍ଟ ୩ ତାରିଖରେ ରିଲିଜ୍ ହେବ। ଏହା ପୂର୍ବରୁ ସେ ଫିଲ୍ମ ‘ଏ ଦିଲ୍‌ ହୈ ମୁସ୍‌କିଲ୍‌’ରେ ନଜର ଆସିଥିଲେ। ସେହିଭଳି ଅଭିଷେକ୍ ବଚ୍ଚନଙ୍କ ଅପ୍‌କମିଂ ଫିଲ୍ମ ‘ମନମର୍ଜିୟାଁ’ ଆସନ୍ତା ସେପ୍ଟେମ୍ବର ମାସରେ ରିଲିଜ୍ ହେବ।

 

 

Related story