‘ବିଗ୍‌ ବସ୍ ତାମିଲ୍’ ସୁଟିଂ ସେଟ୍‌ରେ ଅଘଟଣ, ଜଣଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲ୍ ଭାଷାରେ ମଧ୍ୟ ‘ବିଗ୍ ବସ୍’ ନାଁରେ ଏକ ରିୟଲିଟି ଶୋ’ ଚାଲିଛି। ଏବେ ଏହାର ଦ୍ୱିତୀୟ ସିଜିନ୍ ଚାଲିଛି। ଏହି ବିବାଦୀୟ ଶୋ’ର ଉପସ୍ଥାପକ ଅଛନ୍ତି କମଲ୍ ହାସନ୍।

ଶୋ’ଟି ବେଶ୍ ଚର୍ଚ୍ଚାରେ ରହୁଛି। ଚେନ୍ନାଇର ଇଭିପି ଫିଲ୍ମ ସିଟିରେ ହୋଇଥିବା ସେଟ୍‌ରେ ଏହାର ସୁଟିଂ ହେଉଛି। ତେବେ ସୁଟିଂ ସେଟ୍‌ରେ ଏକ ଦୁର୍ଘଟଣା ଘଟି ଯାଇଛି ଓ ଏଥିରେ ଜଣେ ଏସି ମେକାନିକ୍‌ଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୁଣଶେଖରନ୍।

ମିଳିଥିବା ସୂଚନା ମୁତାବକ, ଗତ ଶନିବାର ଏ ଘଟଣା ଘଟିଥିଲା। ଗୁନାଶେଖରନ୍‌ ଦ୍ୱିତୀୟ ମହଲାରୁ ପଡ଼ି ଯାଇଥିଲେ। ସେଟ୍‌ରେ ଲାଗିଥିବା ଏସିରେ କିଛି ସମସ୍ୟା ଦେଖାଯାଇଥିଲା। ସେ ଏସି ସଜାଡ଼ିବାକୁ ଯାଇଥିବା ବେଳେ ଖସି ପଡ଼ିଥିଲେ।

ଗୁଣଶେଖରନ୍‌ଙ୍କୁ ସଙ୍ଗେ ସଙ୍ଗେ  ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।

ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ଏହାର ତଦନ୍ତ କରୁଛି।

‘ବିଗ୍ ବସ୍ ତାମିଲ୍’ ସେଟ୍‌ରେ ଏମିତି ଦୁର୍ଘଟଣା ପ୍ରଥମ ଥର ଘଟି ନାହିଁ। ‘ବିଗ୍ ବସ୍ ତାମିଲ୍‌’ର ସିଜିନ୍ ୧ର ସୁଟିଂ ଚାଲିଥିବା ବେଳେ ମଧ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୧୭ ହଜାର କୋଟିର ଉପହାର ଦେଲେ ପ୍ରଧାନମନ୍ତ୍ରୀ

ଏଣିକି ରାଡାର, ଏୟାରକ୍ରାଫ୍ଟ, ରାଇଫଲ୍ ଭଳି ଯୁଦ୍ଧ ସାମଗ୍ରୀ ଆମଦାନୀ ହେବ ନାହିଁ

୯ ଅଗଷ୍ଟ,ରବିବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଠାବ, ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ

୮ ଅଗଷ୍ଟ, ଶନିବାର: ମନ ବିଚଳିତ ରହିବ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ସୁଶାନ୍ତଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟ ଗଲା ସିବିଆଇ

ଚୀନରୁ ଆସୁଛି ଆଉ ଏକ ଭୂତାଣୁ: ଗଲାଣି ୭ ଜଣଙ୍କ ଜୀବନ, ୬୦ ସଂକ୍ରମିତ

ଭାରତ ପରେ ଆମେରିକାରେ ବ୍ୟାନ୍‌ ହେଲା ଟିକଟକ, ଟ୍ରମ୍ପ ଦେଲେ ଏମିତି ନିର୍ଦ୍ଦେଶ

ଏବେ ‘କ’ଣ ଭାବିବା’ ନୁହେଁ ‘କିପରି ଭାବିବା’: ମୋଦି

୭ ଅଗଷ୍ଟ, ଶୁକ୍ରବାର: ଅଧିକ ପରିଶ୍ରମ କରିବେ