ଅମିତାଭଙ୍କ ଆୟକର ଛାଡ଼ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ‘କୈନ୍ ବନେଗା କରୋଡପତି’ରେ ବିଗ୍‌ ବିଙ୍କ ଆୟରେ ଟ୍ୟାକ୍ସ ଛାଡ଼ ନେଇ ମୁମ୍ବାଇ ହାଇକୋର୍ଟ ଦେଇଥବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି। ୨୦୦୧-୦୨ରେ ବିଗ୍‌ ବି କେବିସି ଜରିଆରେ କେତେ ଆୟ କରିଛନ୍ତି ତାହାର ଆଉ ଥରେ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟକୁ ଆୟକର ବିଭାଗ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। କେବିସିରେ ଅମିତାଭଙ୍କ ଆୟକୁ ନେଇ ବିବାଦ ଲାଗି ରହିଛି। ମୁମ୍ବାଇ ହାଇକୋର୍ଟ ଅମିତାଭଙ୍କୁ ୩୦ […]

amitav

Rakesh Mallick
  • Published: Wednesday, 11 May 2016
  • , Updated: 11 May 2016, 09:49 AM IST

ନୂଆଦିଲ୍ଲୀ: ‘କୈନ୍ ବନେଗା କରୋଡପତି’ରେ ବିଗ୍‌ ବିଙ୍କ ଆୟରେ ଟ୍ୟାକ୍ସ ଛାଡ଼ ନେଇ ମୁମ୍ବାଇ ହାଇକୋର୍ଟ ଦେଇଥବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି। ୨୦୦୧-୦୨ରେ ବିଗ୍‌ ବି କେବିସି ଜରିଆରେ କେତେ ଆୟ କରିଛନ୍ତି ତାହାର ଆଉ ଥରେ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ରାୟକୁ ଆୟକର ବିଭାଗ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। କେବିସିରେ ଅମିତାଭଙ୍କ ଆୟକୁ ନେଇ ବିବାଦ ଲାଗି ରହିଛି। ମୁମ୍ବାଇ ହାଇକୋର୍ଟ ଅମିତାଭଙ୍କୁ ୩୦ ପ୍ରତିଶତ ଆୟକର ଛାଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related story