ମୁମ୍ବାଇ: ଚାଲିଗଲେ ଆଉ ଜଣେ ଯୁବ ଅଭିନେତା। ଟେଲିଭିଜନ ତଥା ବଲିଉଡର ଜଣାଶୁଣା ଅଭିନେତା ମୋହିତ ବାଘେଲଙ୍କ କର୍କଟ ରୋଗରେ ଆଜି ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ନିଜ ହୋମଟାଉନ୍ ଉତ୍ତରପ୍ରଦେଶର ମଥୁରାରେ ଆଜି ତାଙ୍କର ପରଲୋକ ଘଟିଛି। କିଛି ଦିନ ପୂର୍ବେ ଦିଲ୍ଲୀ ଏମସ୍ରେ କର୍କଟ ରୋଗରେ ସେ ଚିକିତ୍ସାଧୀନ ଥିଲେ।
One of the nicesttt people to work with! Happy, positive and motivated always. Love you Mohit. RIP🤎 #JabariyaJodi https://t.co/b0Gr6GpCxg
— Parineeti Chopra (@ParineetiChopra) May 23, 2020
ମୋହିତ ୨୦୧୧ରେ ସୁପରଷ୍ଟାର ସଲମନ୍ ଖାନ୍ଙ୍କ ରେଡି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି। ବଲିଉଡ୍ ଫିଲ୍ମମେକର ରାଜ୍ ସାଣ୍ଡିଲ୍ୟ ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା, ପରିନୀତି ଚୋପ୍ରା ଶୋକ ପ୍ରକାଶ କରିଛନ୍ତି। ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜବରିଆଁ ଜୋଡ଼ି’ରେ ମଧ୍ୟ ମୋହିତ କାମ କରିଛନ୍ତି।
ଏହି ଚଳଚ୍ଚିତ୍ରରେ ଲିଡ୍ ରୋଲରେ ଉଭୟ ପରିନୀତି ଚୋପ୍ରା ଏବଂ ସିଦ୍ଧାର୍ଥ ମଲହୋତ୍ରା ଅଭିନୟ କରିଛନ୍ତି। ରାଜ୍ ସାଣ୍ଡିଲ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭାବପ୍ରବଣଭରା ପୋଷ୍ଟ କରିଛନ୍ତି।
मोहित मेरे भाई इतनी जल्दी क्या थी जाने की?
मैंने तुझसे कहा था देख तेरे लिए सारी इंडस्ट्री रुक गयी है जल्दी से ठीक होके आजा उसके बाद ही सब काम शुरू करेंगे,
तू बहुत अच्छी एक्टिंग करता है,इसलिए अगली फिल्म के सेट पे तेरा इंतज़ार करूँगा...और तुझे आना ही पड़ेगा
ॐ साई राम #cancer RIP pic.twitter.com/FD2lE3tHJz— Raaj Shaandilyaa (@writerraj) May 23, 2020
ସେ ଲେଖିଛନ୍ତି ଯେ, ‘ମୋହିତ ମୈରେ ଭାଇ ଇତନୀ ଜଲଦି କ୍ୟା ଥୀ ଜାନେ କୀ ? ରିଆଲିଟି ସୋ ‘ଛୋଟେ ମିଆ’ରୁ କ୍ୟାରିଅର ଆରମ୍ଭ କରିଥିଲେ ବାଘେଲ। ୨୦୧୧ ସଲମାନ୍ ଖାନ୍ଙ୍କ ଅଭିନୀତି ରେଡିରେ ନଜର ଆସିଥିଲେ ମୋହିତ। ମାସେ ପୂର୍ବରୁ ବଲିଉଡର ଦୁଇ ପ୍ରସିଦ୍ଧ ହସ୍ତୀ ଇରଫାନ୍ ଖାନ ଓ ଋଷିକପୁରଙ୍କ ମଧ୍ୟ କର୍କଟରେ ମୃତ୍ୟୁ ଘଟିଥିଲା। ଏବେ ଯୁବ ଅଭିନେତା ମୋହିତ ବାଘେଲଙ୍କ ପରଲୋକ ବଲିଉଡ୍ ପାଇଁ ଆଉ ଏକ କ୍ଷତି ବୋଲି କୁହାଯାଉଛି।