ଏପରି ସମୟ ଥିଲା କାନ୍ଦି କାନ୍ଦି କଟୁଥିଲା ଦିନ, କହିଲେ ପରିଣିତି

ମୁମ୍ବାଇ;  ଚାକଚକ୍ୟ ପୂର୍ଣ୍ଣ  ଦୁନିଆ ହେଉଛି ବଲିଉଡ। ସେଲିବ୍ରିଟଙ୍କ ଲାଇଫ୍ ଷ୍ଟାଇଲ ଦେଖି ଏଭଳି ଜୀବନ କାଟିବାକୁ ଅନେକ ସ୍ୱପ୍ନ ଦେଖନ୍ତି। ସେଲିବ୍ରିଟଙ୍କ ନାଁ, ଲାଇଫ୍ ଷ୍ଟାଇଲ୍‌, ଫରେନ୍‌ ଟୁର, ଗ୍ଲାମରସ୍‌ ଲୁକ୍‌କୁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ ବଲିଉଡର ଡାର୍କ ସାଇଡ୍ ଉପରକୁ କାହାରି ଧ୍ୟାନ ଯାଇ ନ ଥାଏ। ଫିଲ୍ମ ଫ୍ଲପ୍‌ ହେବା ପରେ କ’ଣ ହୁଏ ଏହି ଟପ୍‌ ଷ୍ଟାରଙ୍କର ଜାଣିଛନ୍ତି। ‘କିଲ୍‌ ଦିଲ୍‌’ ଓ ଦାବତ-ଏ-ଇଶ୍କ’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ […]

pareniti-4..

Niharika Rout
  • Published: Tuesday, 06 August 2019
  • , Updated: 06 August 2019, 02:27 PM IST

ମୁମ୍ବାଇ;  ଚାକଚକ୍ୟ ପୂର୍ଣ୍ଣ  ଦୁନିଆ ହେଉଛି ବଲିଉଡ। ସେଲିବ୍ରିଟଙ୍କ ଲାଇଫ୍ ଷ୍ଟାଇଲ ଦେଖି ଏଭଳି ଜୀବନ କାଟିବାକୁ ଅନେକ ସ୍ୱପ୍ନ ଦେଖନ୍ତି। ସେଲିବ୍ରିଟଙ୍କ ନାଁ, ଲାଇଫ୍ ଷ୍ଟାଇଲ୍‌, ଫରେନ୍‌ ଟୁର, ଗ୍ଲାମରସ୍‌ ଲୁକ୍‌କୁ ସମସ୍ତେ ପସନ୍ଦ କରିଥାନ୍ତି।

କିନ୍ତୁ ବଲିଉଡର ଡାର୍କ ସାଇଡ୍ ଉପରକୁ କାହାରି ଧ୍ୟାନ ଯାଇ ନ ଥାଏ। ଫିଲ୍ମ ଫ୍ଲପ୍‌ ହେବା ପରେ କ’ଣ ହୁଏ ଏହି ଟପ୍‌ ଷ୍ଟାରଙ୍କର ଜାଣିଛନ୍ତି। ‘କିଲ୍‌ ଦିଲ୍‌’ ଓ ଦାବତ-ଏ-ଇଶ୍କ’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରି ପାରି ନ ଥିବା ବେଳେ ଏହାର ହିରୋଇନ ପରିଣିତି ଚୋପ୍ରା କିପରି ଡିପ୍ରେସନକୁ ଚାଲି ଯାଇଥିଲେ, ସେ ବିଷୟରେ ସେ ନିଜେ କହିଛନ୍ତି।

ବଲିଉଡର ଚୁଲବୁଲି, ବିନ୍ଦାସ୍‌ ଅଭିନେତ୍ରୀ ପରିଣିତି ଚୋପ୍ରା ଏବେ ନିଜ ଅପକମିଙ୍ଗ ଫିଲ୍ମ ‘ଜବରିଆ ଯୋଡ଼ି’ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ସେ ନିଜ କ୍ୟାରିଅର ଡାଉନଫଲ୍‌ ସମ୍ପର୍କରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି।

ପରିଣିତି କହିଛନ୍ତି, ୨୦୧୫ ମସିହା  ମୋ ପାଇଁ  ଖୁବ୍‌ ଖରାପ ଥିଲା। ସେହି ସମୟରେ ଆସିଥିବା  ଫିଲ୍ମ ‘କିଲ୍‌ ଦିଲ୍‌’ ଓ ଦାବତ-ଏ-ଇଶ୍କ’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରି ପାରି ନ ଥିଲା। ଏହାବ୍ୟତୀତ ମୋର ସମସ୍ତ ପୁଞ୍ଜି ଏକ ଘରେ  ଖର୍ଚ୍ଚ କରି ଦେଇଥିବାରୁ  ହାତ ମଧ୍ୟ ଖାଲି ହୋଇ ଯାଇଥିଲା।

ନିଜ କ୍ୟାରିଅରରେ ମୁଁ ବହୁତ ଖରାପ ସମୟ ଦେଖିଛି। ଏପରି ସମୟ ଥିଲା, ଯେତେବେଳେ ମୋ’ ପାଖରେ କାମ ନ ଥିଲା କି ଟଙ୍କା ନ ଥିଲା। ଏପରି ସ୍ଥିତିରେ  ୬ ମାସ ପର୍ଯ୍ୟନ୍ତ ମିଡିଆକୁ ସାମନା କରି ପାରି ନ ଥିଲି, ଡିପ୍ରେସନକୁ ଚାଲି ଯାଇଥିଲି। କେବଳ ଘରେ ଖାଇକି, ଶୋଇବା ଛଡ଼ା ମୋ ପାଖରେ କିଛି କାମ ନ ଥିଲା ବୋଲି କହିଛନ୍ତି ଏହି ଅଭିନେତ୍ରୀ।

ଏପରି ସମୟରେ କ’ଣ କରିବି କିଛି ଭାବି ନ ପାରି କେବଳ ଶୋଉଥିଲି ବୋଲି କହିଛନ୍ତି ଏହି ଅଭିନେତ୍ରୀ। ଏପରିକି ଖାଇବା ମଧ୍ୟ କମ୍‌  କରି ଦେଇଥିଲି। ସେ ସମୟରେ ମୋ ଦୁଃଖରେ ମୋ ପାଖରେ ଛିଡ଼ା ହେବାକୁ କେହି ସାଙ୍ଗ ନ ଥିଲେ କି ପରିବାର ଲୋକେ ବି ନ ଥିଲେ। ସେମାନଙ୍କ ସହ ସମ୍ପର୍କ କିଛି ଭଲ ନ ଥିଲା। ପ୍ରାୟ ୨ ସପ୍ତାହରେ ଥରେ ତାଙ୍କ ସହ କଥା ହେଉଥିଲି। ଦିନକୁ ପ୍ରାୟ ୧୦ ଥର କାନ୍ଦୁଥିଲି ଓ ଉଦାସ ହୋଇ ଯାଉଥିଲି ବୋଲି କହିଛନ୍ତି ପରିଣିତି ।

ଏହି ସମୟରେ ମୋ’ ଭାଇ ସହଜ ଓ ସାଙ୍ଗ ସଞ୍ଜନା ପହଞ୍ଚି ମୋର ବହୁତ ଯତ୍ନ ନେଇଥିଲେ। ୨୦୧୬ ମସିହା ଆରମ୍ଭ ହେବା ପରେ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେଲା। ମୁଁ ଏହି ପରିସ୍ଥିତିରୁ ନିଜକୁ ବାହାର କଲି। ଏହାପରେ ‘ଗୋଲମାଲ-୪’  ଓ ‘ମେରି ପ୍ୟାରି ବିନ୍ଦୁ’ ପରି ଫିଲ୍ମରେ କାମ କଲି। ଯାହାର କି ବକ୍ସ ଅଫିସ କଲେକ୍ସନ ଖୁବ୍‌ ଭଲ ଥିଲା।

ପରିଣିତଙ୍କ ‘ଜବରିଆ ଯୋଡି’ ଅଗଷ୍ଟ ୯ ତାରିଖରେ ରିଲିଜ ହେବ। ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ସିଦ୍ଧାର୍ଥ ମଲହୋତ୍ରା। ଏହାପରେ ବ୍ୟାଡମିଣ୍ଟନ ପ୍ଲେୟାର ସାୟନା ନେହୱଲଙ୍କ ବାୟୋପିକ୍‌ରେ ମଧ୍ୟ ସେ କାମ କରୁଛନ୍ତି।

 

Related story