ବୟସରେ ୧୦ ବର୍ଷ ସାନ ସିଙ୍ଗର୍‌ଙ୍କୁ ଡେଟ୍‌ କରୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଛାଡ଼ି ଆଜିକାଲି ପ୍ରିୟଙ୍କା ହଲିଉଡ୍‌ରେ ଅଧିକ ଆକ୍ଟିଭ ରହୁଛନ୍ତି। ସେ ସବୁବେଳେ ବି-ଟାଉନ୍‌ରେ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ ଉଭୟ ବଲିଉଡ୍ ଓ ହଲିଉଡ୍‌ରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ତାହା ପୁଣି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ। ମିଳିଥିବା ଖବର ଅନୁଯାୟୀ ପ୍ରିୟଙ୍କାଙ୍କୁ ତାଙ୍କ ଲଭ୍‌ ପାର୍ଟନର ମିଳିଯାଇଛନ୍ତି। ଆଜିକାଲି ପ୍ରିୟଙ୍କା ତାଙ୍କ ସହ ଅଧିକ ସମୟ ବିତାଉଛନ୍ତି। ସେ କିଏ ଜାଣିଛନ୍ତି? ସେ ହେଉଛନ୍ତି ଆମେରିକୀୟ ସିଙ୍ଗର ନିକ୍ ଜୋନସ୍‌। ଦୁହିଁଙ୍କର […]

priyanka

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 08:59 AM IST

ମୁମ୍ବାଇ: ବଲିଉଡ୍‌ ଛାଡ଼ି ଆଜିକାଲି ପ୍ରିୟଙ୍କା ହଲିଉଡ୍‌ରେ ଅଧିକ ଆକ୍ଟିଭ ରହୁଛନ୍ତି। ସେ ସବୁବେଳେ ବି-ଟାଉନ୍‌ରେ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ ଉଭୟ ବଲିଉଡ୍ ଓ ହଲିଉଡ୍‌ରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ତାହା ପୁଣି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ।

ମିଳିଥିବା ଖବର ଅନୁଯାୟୀ ପ୍ରିୟଙ୍କାଙ୍କୁ ତାଙ୍କ ଲଭ୍‌ ପାର୍ଟନର ମିଳିଯାଇଛନ୍ତି। ଆଜିକାଲି ପ୍ରିୟଙ୍କା ତାଙ୍କ ସହ ଅଧିକ ସମୟ ବିତାଉଛନ୍ତି। ସେ କିଏ ଜାଣିଛନ୍ତି? ସେ ହେଉଛନ୍ତି ଆମେରିକୀୟ ସିଙ୍ଗର ନିକ୍ ଜୋନସ୍‌। ଦୁହିଁଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ପ୍ରିୟଙ୍କା ନିକ୍‌ଙ୍କଠାରୁ ୧୦ ବର୍ଷ ବଡ଼। ପ୍ରିୟଙ୍କାଙ୍କୁ ଏବେ ୩୫ ବର୍ଷ ହୋଇଥିବାବେଳେ ନିକ୍‌ଙ୍କୁ ୨୫ ବର୍ଷ।  ପ୍ରିୟଙ୍କା ଆସନ୍ତା ଜୁଲାଇ ମାସରେ ୩୬ ବର୍ଷରେ ପାଦ ଥାପିବେ।

ଏବେ ଯାଏଁ ପ୍ରିୟଙ୍କା କି ନିକ୍‌ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାଁନ୍ତି। ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ଦୁହିଁଙ୍କର ଜଣେ ଅତି ନିକଟତର ବ୍ୟକ୍ତି ଏ ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେମାନେ ନୂଆ ନୂଆ ପରସ୍ପରକୁ ଡେଟ୍‌ କରୁଛନ୍ତି। ପ୍ରିୟଙ୍କା ଓ ନିକ୍ ଏକ ପର୍‌ଫେକ୍ଟ ଯୋଡ଼ି।

ପ୍ରିୟଙ୍କା ଓ ନିକ୍‌ ଆଗରୁ ମଧ୍ୟ ଅନେକ ଥର ଏକାସହ ନଜର ଆସିଛନ୍ତି। କିନ୍ତୁ ନିକଟରେ ସେମାନଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦୁହେଁ ଅନ୍ୟ ବନ୍ଧୁମାନଙ୍କ ସହ ଏକ ବୋଟ୍‌ରେ ବସିଛନ୍ତି। ଫଟୋରେ ପ୍ରିୟଙ୍କା ଓ ନିକ୍‌ ପାଖାପାଖି ବସିଥିବା ଦେଖାଯାଇଛି। ବର୍ତ୍ତମାନ ପ୍ରିୟଙ୍କା କାଲିଫର୍ଣ୍ଣିଆରେ ଅଛନ୍ତି।

Related story