ରମ୍ଭାଙ୍କ କାର୍‌ ଚୁରମାର, ଝିଅ ଗୁରୁତର

ମୁମ୍ବାଇ: ଏକଦା ବଲିଉଡ ତଥା ସାଉଥ ଇଣ୍ଡଷ୍ଟ୍ରୀରେ ରାଜ କରୁଥିବା ଚୁଲବୁଲି ରମ୍ଭାଙ୍କ ପରିବାର ଉପରେ ଲଦି ହୋଇ ପଡ଼ିଛି ଦୁଃଖର ପାହାଡ଼ ।  ଏକ କାର୍‌ ଦୁର୍ଘଟଣାରେ ରମ୍ଭାଙ୍କ କାର୍‌ ଚୁରମାର ହୋଇଯାଇଛି। ଏଥିରେ ରମ୍ଭା ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଝିଅଙ୍କ ଅବସ୍ଥା କିନ୍ତୁ ଗୁରୁତର ଅଛି। ନିଜ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ରମ୍ଭା ଏନେଇ ସୂଚନା ଦେବା ସହ ପ୍ରାର୍ଥନା କରିବା ନିମନ୍ତେ ଫ୍ୟାନ୍ସଙ୍କୁ ନିବେଦନ କରିଛନ୍ତି। ନିଜ ପୋଷ୍ଟରେ ରମ୍ଭା ଲେଖିଛନ୍ତି, […]

rambha

  • Published: Tuesday, 01 November 2022
  • , Updated: 01 November 2022, 11:49 AM IST

ମୁମ୍ବାଇ: ଏକଦା ବଲିଉଡ ତଥା ସାଉଥ ଇଣ୍ଡଷ୍ଟ୍ରୀରେ ରାଜ କରୁଥିବା ଚୁଲବୁଲି ରମ୍ଭାଙ୍କ ପରିବାର ଉପରେ ଲଦି ହୋଇ ପଡ଼ିଛି ଦୁଃଖର ପାହାଡ଼ ।  ଏକ କାର୍‌ ଦୁର୍ଘଟଣାରେ ରମ୍ଭାଙ୍କ କାର୍‌ ଚୁରମାର ହୋଇଯାଇଛି। ଏଥିରେ ରମ୍ଭା ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଝିଅଙ୍କ ଅବସ୍ଥା କିନ୍ତୁ ଗୁରୁତର ଅଛି। ନିଜ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ରମ୍ଭା ଏନେଇ ସୂଚନା ଦେବା ସହ ପ୍ରାର୍ଥନା କରିବା ନିମନ୍ତେ ଫ୍ୟାନ୍ସଙ୍କୁ ନିବେଦନ କରିଛନ୍ତି।

ନିଜ ପୋଷ୍ଟରେ ରମ୍ଭା ଲେଖିଛନ୍ତି, ପିଲାମାନଙ୍କୁ ସ୍କୁଲ ଆଣିବାକୁ ଯାଇଥିବା ବେଳେ ଅନ୍ୟ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହେଲା। ମୋ ସହ ପିଲା ଓ ନ୍ୟାନି ବି ଥିଲେ । ସମସ୍ତେ ସୁରକ୍ଷିତ ଥିବା ବେଳେ ମୋ’ ଝିଅ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛି।  ଆମ ପାଇଁ ପ୍ରାର୍ଥନା କରନ୍ତୁ।

[caption id="attachment_778233" align="aligncenter" width="650"] ରମ୍ଭାଙ୍କ କାର୍‌ ଓ ଗୁରୁତର ଅବସ୍ଥାରେ
ଚିକିତ୍ସାଧୀନ ଥିବା ତାଙ୍କ ଝିଅ ।[/caption]

ରମ୍ଭା ଚୁରମାର ହୋଇଥିବା ନିଜ କାର୍‌ ସହ ମେଡିକାଲରେ ଚିକିତ୍ସାଧୀନ ଥିବା ଝିଅ ଫଟୋ ବି ପୋଷ୍ଟ କରିଛନ୍ତି । ଏହା ଦେଖି ବଲିଉଡ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଫ୍ୟାନ୍ସ ବି ଭଗବାନଙ୍କ ନିକଟରେ ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ରମ୍ଭା ଏବେ ଫିଲ୍ମ ଦୁନିଆରୁ ଦୂରେଇ ନିଜ ପରିବାର ସହ  ଟରୋଣ୍ଟୋରେ ବସବାସ କରୁଛନ୍ତି।  ସେ ଜଣେ ଶ୍ରୀଲଙ୍କା ତାମିଲ ବିଜନେସମ୍ୟାନଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨ ଝିଅ ଓ ଏକ ପୁଅ ଅଛନ୍ତି।

[caption id="attachment_778235" align="aligncenter" width="650"] ପରିବାର ସହ ରମ୍ଭା ।[/caption]

ଏକଦା ସାଉଥ ସମେତ ବଲିଉଡରେ ବି ସେ ନିଜ ପରିଚୟ ସୃଷ୍ଟି କରିପାରିଥିଲେ। ବଲିଉଡର ଭାଇଜାନ ସଲମାନ ଖାନଙ୍କ ସହ ‘ଜୁଡୱା’ ଫିଲ୍ମ ରମ୍ଭାଙ୍କୁ ବଲିଉଡରେ ପରିଚୟ ଦେଇଥିଲା। ଏହାବାଦ ‘ଘରବାଲି ବାହରୱାଲି’, ‘କ୍ୟୁକି ମେଁ ଝୁଠ ନେହିଁ ବୋଲତା’ ଆଜି ଫିଲ୍ମରେ ନିଜ ଚୁଲବୁଲି ଅନ୍ଦାଜରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ। ହିନ୍ଦୀ ବାଦ ସେ ତାମିଲ, ତେଲଗୁ, କନ୍ନଡ, ମଲାୟଲମ, ବଙ୍ଗାଳି ଆଦି ଫିଲ୍ମରେ ବି କାମ କରିଛନ୍ତି। ସେ  ୮ଟି ଆଞ୍ଚଳିକ ଭାଷାରେ ଶହେରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି।

Related story