ନିଜ ଡ୍ରେସ୍‌କୁ ନେଇ ପୁଣି ଟ୍ରଲ୍ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ନିଜ ବୋଲ୍ଡ ଅନ୍ଦାଜ୍‌ ଓ ଫଟୋ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଯେବେ ବି ସୋଶାଲ୍‌ ମିଡିଆରେ ନିଜର ଫଟୋ ଶେୟାର୍‌ କରନ୍ତି, ତାହା ଖୁବ୍‌ ଶୀଘ୍ର ଭାଇରାଲ୍‌ ହୋଇଯାଏ। କେବେ ତାଙ୍କ ଲୁକ୍‌ ହିଟ୍‌ ହୁଏ ତ କେବେ ପୁଣି ଟ୍ରଲ୍ ହୁଏ। ନିକଟରେ ଉର୍ବଶୀ ନିଜର ଏକ ଫଟୋ ସୋଶାଲ୍‌ ମିଡିଆରେ ଅପ୍‌ଲୋଡ୍ କରିଛନ୍ତି। ଏହି ଫଟୋରେ ଉର୍ବଶୀ ଏକ କଲର୍‌ଫୁଲ୍‌ ଗାଉନ୍‌ ପିନ୍ଧିଥିବା ନଜର ଆସିଛି, […]

urvasi

Chinmayee Roy
  • Published: Wednesday, 09 January 2019
  • , Updated: 09 January 2019, 07:07 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ନିଜ ବୋଲ୍ଡ ଅନ୍ଦାଜ୍‌ ଓ ଫଟୋ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଯେବେ ବି ସୋଶାଲ୍‌ ମିଡିଆରେ ନିଜର ଫଟୋ ଶେୟାର୍‌ କରନ୍ତି, ତାହା ଖୁବ୍‌ ଶୀଘ୍ର ଭାଇରାଲ୍‌ ହୋଇଯାଏ। କେବେ ତାଙ୍କ ଲୁକ୍‌ ହିଟ୍‌ ହୁଏ ତ କେବେ ପୁଣି ଟ୍ରଲ୍ ହୁଏ। ନିକଟରେ ଉର୍ବଶୀ ନିଜର ଏକ ଫଟୋ ସୋଶାଲ୍‌ ମିଡିଆରେ ଅପ୍‌ଲୋଡ୍ କରିଛନ୍ତି। ଏହି ଫଟୋରେ ଉର୍ବଶୀ ଏକ କଲର୍‌ଫୁଲ୍‌ ଗାଉନ୍‌ ପିନ୍ଧିଥିବା ନଜର ଆସିଛି, ଯେଉଁଥିରେ ଅନେକ ଇଂରାଜୀ ଅକ୍ଷର ମଧ୍ୟ ଲେଖାଯାଇଛି। ତାଙ୍କର ଏହି ଫଟୋର ଚର୍ଚ୍ଚା ଏବେ ସୋଶାଲ୍ ମିଡି‌ଆରେ ବଢ଼ିବାକୁ ଲାଗିଛି।

https://www.instagram.com/p/BsPwtSwgMpW/?utm_source=ig_web_copy_link

ଉର୍ବଶୀଙ୍କ ଏହି ଡ୍ରେସ୍‌ elisabetta franchi କଲେକ୍ସନ୍‌ର ଥିବା ଜଣାପଡ଼ିଛି। ତାଙ୍କର ଏହି ଲୁକ୍‌ Marco ferra ଡିଜାଇନ୍‌ କରିଛନ୍ତି। ଉର୍ବଶୀଙ୍କ ଏହି ଲୁକ୍‌ ଓ ଫ୍ୟାଶନ୍‌କୁ କିଛି ଫ୍ୟାନ୍ସ୍‌ ବେଶ୍‌ ପସନ୍ଦ କରିଥିବାବେଳେ କିଛି ୟୁଜର୍ସ ଟ୍ରଲ୍‌ ବି କରିଛନ୍ତି। ଜଣେ ବ୍ୟକ୍ତି ଏଥିରେ କମେଣ୍ଟ ଦେଇଛନ୍ତି ଯେ, ‘ଆପଣଙ୍କ ଡ୍ରେସ୍‌ରେ ଯେଉଁ ଅକ୍ଷରଗୁଡ଼ିକ ଲେଖା ହୋଇଛି, ସେଥିରେ କୌଣସି ବାର୍ତ୍ତା ଲୁଚି ରହିଛି କି?’ ସେହିଭଳି ଆଉ ଜଣେ ଲେଖିଛନ୍ତି, ‘ଏ କେଉଁ ଦେଶର ପତକା ପିନ୍ଧିକି ଆସିଛ।’

https://www.instagram.com/p/BsVEyt5gEW6/?utm_source=ig_web_copy_link

ଉର୍ବଶୀଙ୍କ ଆଉ ଏକ ଲୁକ୍‌ ମଧ୍ୟ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ଏଥିରେ ଉର୍ବଶୀ ଲାଲ୍‌ ରଙ୍ଗର ହାଇ ସ୍ଲିଟ୍‌ ଡ୍ରେସ୍‌ ପିନ୍ଧିଛନ୍ତି। ଏହି ଡ୍ରେସ୍‌ରେ ଉର୍ବସୀ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି।

Related story