ଆଦିତ୍ୟ ପାଞ୍ଚୋଲିଙ୍କ ନାଁରେ ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ବିରୋଧରେ ବଲିଉଡର ଜଣେ ଲୋକପ୍ରିୟ ନାୟିକା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ମୁମ୍ବାଇ ପୁଲିସ ଏ ସଂକ୍ରାନ୍ତ ଏକ ମାମଲା ରୁଜୁ କରିଛି। ଭରସୋଭା ପୁଲିସ୍ ଷ୍ଟେସନ୍‌ ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୭୬, ୩୨୮, ୩୮୪, ୩୪୧, ୩୪୨, ୩୨୩ ଏବଂ ୫୦୬ ଆଦି ଦଫା ରୁଜୁ କରିଛି। କିନ୍ତୁ ଏହା ୧୦ ବର୍ଷ ପୁରୁଣା ମାମଲା ହୋଇଥିବାରୁ ଏଥିପାଇଁ ପ୍ରମାଣ ଯୋଗାଡ଼ କରିବା ଏବଂ ଏହାକୁ ପ୍ରମାଣ […]

aditya

Subrat Kumar Nayak
  • Published: Friday, 28 June 2019
  • , Updated: 28 June 2019, 12:50 PM IST

ନୂଆଦିଲ୍ଲୀ: ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ବିରୋଧରେ ବଲିଉଡର ଜଣେ ଲୋକପ୍ରିୟ ନାୟିକା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ମୁମ୍ବାଇ ପୁଲିସ ଏ ସଂକ୍ରାନ୍ତ ଏକ ମାମଲା ରୁଜୁ କରିଛି। ଭରସୋଭା ପୁଲିସ୍ ଷ୍ଟେସନ୍‌ ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୭୬, ୩୨୮, ୩୮୪, ୩୪୧, ୩୪୨, ୩୨୩ ଏବଂ ୫୦୬ ଆଦି ଦଫା ରୁଜୁ କରିଛି।

କିନ୍ତୁ ଏହା ୧୦ ବର୍ଷ ପୁରୁଣା ମାମଲା ହୋଇଥିବାରୁ ଏଥିପାଇଁ ପ୍ରମାଣ ଯୋଗାଡ଼ କରିବା ଏବଂ ଏହାକୁ ପ୍ରମାଣ କରିବା କଷ୍ଟକର ହେବ। ତେବେ ଶେଷ ଖବର ସୁଦ୍ଧା ଏହାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ତେବେ ଏହି ଅଭିଯୋଗକୁ ନେଇ ଆଦିତ୍ୟ କହିଛନ୍ତି, ଏହା ଏକ ଯୋଜନାବଦ୍ଧ ପଦକ୍ଷେପ। ତେବେ ସେ କାଉଣ୍ଟର ଏଫ୍‌ଆଇଆର ଦେବେ କି ନା ପଚରାଯିବାରୁ ଉତ୍ତରରେ ଆଦିତ୍ୟ କହିଛନ୍ତି, ତଦନ୍ତ ସରିଲେ ଦୁଷ୍କର୍ମ ହୋଇଥିଲା କି ହୋଇନଥିଲା ଆପେ ଜଣାପଡ଼ିଯିବ। ତଦନ୍ତ ସରିଲେ ସମସ୍ତେ ସତ କ’ଣ ଜାଣିଯିବେ।

ତେବେ ସେ ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ନେଇ ପୁଲିସ୍‌ରେ ଅଭିଯୋଗ ହୋଇଥିବା ବାବଦରେ ସେ କହିଛନ୍ତି, ମୁଁ ଏହି ଅଭିଯୋଗ ବାବଦରେ କିଛି ଜାଣିନି।

ଆଦିତ୍ୟଙ୍କୁ ଶେଷ ଥର ପାଇଁ ‘ବାଜିରାଓ ମସ୍ତାନି’ ଫିଲ୍ମରେ ଦେଖିବାକୁ ମିଳିଥିଲା। ସେ ପୁଅ ସୂରଜ ପାଞ୍ଚୋଲିଙ୍କ ପ୍ରଥମ ଫିଲ୍ମ ‘ହିରୋ’ରେ ମଧ୍ୟ ଅଭିନୟ କରିଥିଲେ। ଏତଦ୍‌ବ୍ୟତୀତ ସଲମାନ ଖାନଙ୍କ ବେଶ୍‌ କିଛି ଫିଲ୍ମରେ ସେ ପୂର୍ବରୁ ନଜର ଆସିଛନ୍ତି।

Related story