ବିଗ୍‌ବସ୍‌ ପରେ ଏହି ରିଆଲିଟି ଶୋ’ ରେ ନଜର ଆସିବେ ଶ୍ରୀସନ୍ତ

ମୁମ୍ବାଇ: ବିଗ୍‌ବସ୍‌ର ଚଳିତ ସିଜନ୍‌ ଖୁବ୍‌ଶୀଘ୍ର ସରିବାକୁ ଯାଉଛି। ତେବେ ଏହି ବିଗ୍‌ବସ୍‌ ସିଜନ୍‌ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ଶ୍ରୀସନ୍ତ ତାଙ୍କ ଫ୍ୟାନ୍‌ମାନଙ୍କୁ କିନ୍ତୁ ନିରାଶ କରିବେ ନାହିଁ। କାରଣ ବିଗ୍‌ ବସ୍‌ ସିଜିନ୍-୧୨ ସରିବା ପରେ ସେ ଆଉ ଏକ ରିଆଲିଟି ସୋ’ରେ ମଧ୍ୟ ନଜରକୁ ଆସିବେ। ବଲିଉଡ୍‌ର ସଫଳ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ନିଜର ଏକ ଆକ୍ସନ୍‌ ଓ ରୋମାଞ୍ଚ ଭରା ରିଆଲିଟି ଶୋ ‘ଖତରୋଁକେ ଖିଲାଡ଼ୀ’କୁ ନେଇ ଛୋଟ ପରଦାକୁ ଆସୁଛନ୍ତି। ଏଥିରେ ଶ୍ରୀସନ୍ତ ଭାଗ […]

sri

Chinmayee Roy
  • Published: Sunday, 23 December 2018
  • , Updated: 23 December 2018, 09:24 AM IST

ମୁମ୍ବାଇ: ବିଗ୍‌ବସ୍‌ର ଚଳିତ ସିଜନ୍‌ ଖୁବ୍‌ଶୀଘ୍ର ସରିବାକୁ ଯାଉଛି। ତେବେ ଏହି ବିଗ୍‌ବସ୍‌ ସିଜନ୍‌ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ଶ୍ରୀସନ୍ତ ତାଙ୍କ ଫ୍ୟାନ୍‌ମାନଙ୍କୁ କିନ୍ତୁ ନିରାଶ କରିବେ ନାହିଁ। କାରଣ ବିଗ୍‌ ବସ୍‌ ସିଜିନ୍-୧୨ ସରିବା ପରେ ସେ ଆଉ ଏକ ରିଆଲିଟି ସୋ’ରେ ମଧ୍ୟ ନଜରକୁ ଆସିବେ। ବଲିଉଡ୍‌ର ସଫଳ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ନିଜର ଏକ ଆକ୍ସନ୍‌ ଓ ରୋମାଞ୍ଚ ଭରା ରିଆଲିଟି ଶୋ ‘ଖତରୋଁକେ ଖିଲାଡ଼ୀ’କୁ ନେଇ ଛୋଟ ପରଦାକୁ ଆସୁଛନ୍ତି। ଏଥିରେ ଶ୍ରୀସନ୍ତ ଭାଗ ନେବେ।

ଏହା ପୂର୍ବରୁ ଶ୍ରୀସନ୍ତ ଡ୍ୟାନ୍ସ ଶୋ’ ‘ଝଲକ୍‌ ଦିଖଲାଜା’ରେ  ମଧ୍ୟ ନଜରକୁ ଆସିଥିଲେ। ତେବେ ‘ଖତରୋଁକେ ଖିଲାଡ଼ୀ’ର ଆଗାମୀ ସିଜନ୍‌ରେ ଶ୍ରୀସନ୍ତଙ୍କ ଉପସ୍ଥିତି ଶୋ’ର ରୋମାଞ୍ଚ ଆହୁରି ବଢ଼ାଇଦେବ। କାରଣ ବିଗ୍‌ବସ୍‌ରେ ଶ୍ରୀସନ୍ତଙ୍କ ପ୍ରଦର୍ଶନକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଶ୍ରୀସନ୍ତଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ମଧ୍ୟ ଏହି ଶୋ’ରେ ସାମିଲ୍‌ ହେବେ।

ନିକଟରେ ପ୍ରକାଶ ପାଇଥିବା ଏହି ଶୋ'ର ପ୍ରତିଯୋଗୀଙ୍କ ଲିଷ୍ଟ ଅନୁଯାୟୀ ନୂଆ ସିଜିନ୍‌ରେ ଭାରତୀ ସିଂହ, ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ, ଶ୍ରୀସନ୍ତ, ବିକାଶ ଗୁପ୍ତା, ଆଦିତ୍ୟ ନାରାୟଣ, ଶମିତା ଶେଟ୍ଟୀ, ଜାସମିନ୍‌ ଭସୀନ୍, ରିଦିମା ପଣ୍ଡିତ୍‌, ଜୈନ୍‌ ଇମାମ୍, ପୁନିତ ପାଠକ, ଅବିକା ଗୌର୍ ଓ ଏଲି ଗୋନୀ ପ୍ରଭୃତି ଭାଗ ନେବେ।

ଆସନ୍ତା ଜାନୁଆରୀ ୫ରୁ କଲର୍ସ ଚ୍ୟାନେଲରେ ଏହି ଶୋ’ର ପ୍ରସାରଣ ହେବ।

Related story