କୋଏଲ୍‌ଙ୍କୁ ବିବାହ ପରେ ବଦଳିଗଲା ବବିଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା ତଥା ଡ୍ୟାନ୍‌ସିଂ ଷ୍ଟାର୍‌ ବବି ମିଶ୍ର ନିଜ ନିଆରା ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କଠାରୁ ଉଭୟ ତାଳି ଓ ଗାଳି ମଧ୍ୟ ପାଇଛନ୍ତି।

ପିଲାବେଳୁ ଖୁବ୍‌ ଦୁଷ୍ଟ ଥିବା ବବି ବଡ଼ ହେବା ପରେ କିନ୍ତୁ ବହୁତ ବଦଳି ଯାଇଛନ୍ତି। ତେବେ ବବିଙ୍କ ଜୀବନରେ ବଡ଼ଧରଣର ପରିବର୍ତ୍ତନ ହୋଇଛି ବିବାହ ପରେ।

ବଙ୍ଗୀୟ ସୁନ୍ଦରୀ କୋଏଲ୍‌ ବାନାର୍ଜୀଙ୍କ ହାତ ଧରିବା ପରେ ବବି ଏବେ ନିଶାର ନ ଅକ୍ଷର ବି ଧରୁନାହାନ୍ତି। ଖାଲି ସେତିକି ନୁହେଁ, ଏବେ ଆଉ ବିଳମ୍ବିତ ରାତି ନ ହୋଇ ଦିନ ଥାଉ ଥାଉ ଘରକୁ ବି ଫେରି ଆସୁଛନ୍ତି, ଠିକ୍‌ ସୁନା ପିଲା ଭଳି।

୨୦୧୨ ଜାନୁଆରୀ ୨୭ ତାରିଖରେ ବବି ବଙ୍ଗୀୟ ବିୟୁଟି କୋଏଲ୍‌ ବାନାର୍ଜୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। କିନ୍ତୁ ଏ ପ୍ରେମ ଏତେ ସହଜ ନ ଥିଲା। ବବିଙ୍କ କହିବା ଅନୁଯାୟୀ, ସେ ଦୁଇ ବର୍ଷ କୋଏଲ୍‌ଙ୍କ ପଛରେ ଗୋଡ଼ାଇବା ପରେ ଯାଇ କୋଏଲ୍‌ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରିଥିଲେ।

ବିବାହ ପରେ ଜୀବନରେ କ’ଣ ପରିବର୍ତ୍ତନ ଆସିଛି ବୋଲି ପ୍ରଶ୍ନର ଉତ୍ତରରେ ବବି କୁହନ୍ତି, “ବିବାହ ପୂର୍ବରୁ ମୁଁ ବିଳମ୍ବିତ ରାତ୍ରିରେ ମଦ ପିଇ ଘରକୁ ଫେରୁଥିଲି। ସେଇଟା ମୋ ଅଭ୍ୟାସ ଥିଲା। ଏବେ କିନ୍ତୁ ସେ ଅଭ୍ୟାସ ବଦଳିଯାଇଛି। ଏବେ ମୁଁ ରାତି ଦେଖୁନି, ଦିନ ଥାଉ ଥାଉ ଘରକୁ ପଳାଇ ଆସୁଛି।”

ପିଲାଦିନେ କେତେ ଦୁଷ୍ଟ ଥିଲେ ବୋଲି ପ୍ରଶ୍ନରେ ବବି କହିଛନ୍ତି, “ଏ ପ୍ରଶ୍ନର ଉତ୍ତର ଦେବାର ଆବଶ୍ୟକତା ନାହିଁ। କାରଣ ସାର୍ଟ ଖୋଲିଦେଲେ, ଆପଣ ମୋ ଶରୀରରେ ଥିବା ଦାଗରୁ ଖୁବ୍‌ ସହଜରେ ଜାଣି ପାରିବେ ଯେ ପିଲାବେଳେ ମୁଁ କେତେ ଦୁଷ୍ଟ ଥିଲି?”

ଆହୁରି ପଢ଼ନ୍ତୁ

ନିର୍ଦ୍ଦେଶକ ରାମ ଗୋପାଳ ଭର୍ମାଙ୍କ ନାରେ ଥାନାରେ ମାମଲା

ଚାଇନା ସୀମାନ୍ତରେ ମୁତୟନ ଯବାନଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ କିଣିବ ଭାରତ

ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇ ନଦୀକୁ ଖସିପଡ଼ିଲେ

ଗଲୱାନ ସଂଘର୍ଷ: ଚାଞ୍ଚଲ୍ୟକର ଖୁଲାସା କଲେ ସହିଦଙ୍କ ପରିବାର ଲୋକ

ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଏହିସବୁ ସିରିଏଲ୍

ଦେଶରେ ୭ ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ପୁଣି ୨୪ ହଜାରରୁ ଅଧିକ ପଜିଟିଭ

ସ୍ପାଇନିସ ଫ୍ଲୁ ବେଳେ ଯାହା କରିଥିଲା, ଏବେ ସେମିତି କାମ କଲା ଅଷ୍ଟ୍ରେଲିଆ

ରଣବୀରଙ୍କ ଜନ୍ମଦିନରେ ଏକ ବିଦ୍ୟାଳୟକୁ ଫ୍ୟାନ୍ ଦେବେ କମ୍ପ୍ୟୁଟର

ଏହି ସ୍ଥାନରେ ଆଜିଠାରୁ ‘ଟ୍ରିପଲ ଲକଡାଉନ୍‌’

ପ୍ରିୟଙ୍କା ଗାନ୍ଧିଙ୍କ ଠାରୁ ନେଇ ଗଲେ, ବିଜେପି ମିଡିଆ ମୁଖ୍ୟଙ୍କୁ ବଙ୍ଗଳା ଦେଲେ ସରକାର

ସାମ୍ନାକୁ ଆସିଲା କରୋନାର ଆଉ ୩ ନୂଆ ଲକ୍ଷଣ, ଏମିତି ସମସ୍ୟା ହେଲେ କୋଭିଡ୍‌ ଟେଷ୍ଟ ଜରୁରୀ

୧୨ ଦିନରେ ତିଆରି ହେଲା ୧୦୦୦ ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ