ଆଉ କେଇ ଘଣ୍ଟା ପରେ ପଡ଼ିବ 'ଦୀପ୍‌ଭୀର୍‌'ଙ୍କ ହାତଗଣ୍ଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ୬ ବର୍ଷର ପ୍ରେମ ସମ୍ପର୍କ ପରେ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଚର୍ଚ୍ଚିତ ବଲିଉଡ୍‌ ଯୋଡ଼ି ଦୀପିକା ପାଦୁକୋନ୍‌ ଓ ରଣଭୀର୍‌ ସିଂହ। ଇଟାଲିରେ ଲେକ୍‌ କୋମୋରେ ଏହି ବିବାହ ଉତ୍ସବ ୨ ଦିନ ଧରି ଚାଲିବ। ଏହି ବିବାହକୁ ବି’ ଟାଉନ୍‌ର ଅନ୍ୟତମ ଚର୍ଚ୍ଚିତ ବିବାହ ବୋଲି କୁହାଯାଉଛି। ଏହା ପୂର୍ବରୁ ଚଳିତ ବର୍ଷ ଅଭିନେତ୍ରୀ ସୋନମ୍‌ କପୁର ଓ ଆନନ୍ଦ ଆହୁଜାଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥିଲା। ବାହାଘରର ବିଧି ଏମିତି ହେବ ଆଜି […]

ranvir

Chinmayee Roy
  • Published: Wednesday, 14 November 2018
  • , Updated: 14 November 2018, 03:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ୬ ବର୍ଷର ପ୍ରେମ ସମ୍ପର୍କ ପରେ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଚର୍ଚ୍ଚିତ ବଲିଉଡ୍‌ ଯୋଡ଼ି ଦୀପିକା ପାଦୁକୋନ୍‌ ଓ ରଣଭୀର୍‌ ସିଂହ। ଇଟାଲିରେ ଲେକ୍‌ କୋମୋରେ ଏହି ବିବାହ ଉତ୍ସବ ୨ ଦିନ ଧରି ଚାଲିବ।

ଏହି ବିବାହକୁ ବି' ଟାଉନ୍‌ର ଅନ୍ୟତମ ଚର୍ଚ୍ଚିତ ବିବାହ ବୋଲି କୁହାଯାଉଛି। ଏହା ପୂର୍ବରୁ ଚଳିତ ବର୍ଷ ଅଭିନେତ୍ରୀ ସୋନମ୍‌ କପୁର ଓ ଆନନ୍ଦ ଆହୁଜାଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥିଲା।

ବାହାଘରର ବିଧି ଏମିତି ହେବ

ଆଜି ଓ ଆସନ୍ତାକାଲି ରଣଭୀର୍‌ ଓ ଦୀପିକାଙ୍କର ବାହାଘରର ରସମ ହେବ। ସେମାନେ ଦୁଇଥର ବିବାହ କରିବେ। ଥରେ ଦୀପିକାଙ୍କର କୋଙ୍କଣୀ ପରମ୍ପରା ଅନୁଯାୟୀ ଓ ଦ୍ୱିତୀୟ ଥର ରଣଭୀର୍‌ଙ୍କ ସିନ୍ଧି ପରମ୍ପରା ଅନୁଯାୟୀ ବାହାଘର ହେବ। ତେବେ କୋଙ୍କଣୀ ପରମ୍ପରା ଅନୁଯାୟୀ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା। ଭାରତୀୟ ସମୟ ଅନୁଯାୟୀ 'ଦୀପ୍‌ଭୀର୍‌'ଙ୍କ ବାହାଘର ସନ୍ଧ୍ୟା ୬.୩୦ ରୁ ୯.୩୦ ମଧ୍ୟରେ ହେବ। ଇଟାଲୀରେ ସେତେବଳେ ଦିନ ବେଳ ହୋଇଥିବ।

https://www.instagram.com/p/BqJ6PYBHtxk/?utm_source=ig_web_copy_link

ମଣ୍ଡପରେ ଏମିତି ହୋଇଛି ପ୍ରସ୍ତୁତି

ସମ୍ପୂର୍ଣ୍ଣ ୱେଡିଂ ଭେନ୍ୟୁକୁ ବିଳାସପୂର୍ଣ୍ଣ ଭାବେ ସଜାଯାଇଛି। ବିଶେଷ କରି ବିବାହ ବେଦିକୁ ଦୀପିକାଙ୍କ ମନପସନ୍ଦର ଫୁଲ, ୱାଟର୍ ଲିଲିରେ ସଜାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଇଟାଲୀର ଲେକ୍‌ କେମୋର ଭିଲ୍ଲାରେ ରଣଭୀର୍‌ ଓ ଦୀପିକାଙ୍କ ବାହାଘରର ସବୁ ରସମ୍‌ ଆରମ୍ଭ ହୋଇଯାଇଛି। ଗତକାଲି ଦୁହିଁଙ୍କର ସଙ୍ଗୀତ୍‌ ଓ ମେହେନ୍ଦି ରସମ ଧୂମ୍‌ଧାମ୍‌ର ସହ ଶେଷ ହୋଇଛି। ତେବେ ଆଜି ପ୍ରଥମେ ହଳଦୀ ସେରିମନି ହେବ ଏହାପରେ କୋଙ୍କଣୀ ପରମ୍ପରାର ସମସ୍ତ ରସମ ସହ ବିବାହ ସମ୍ପନ୍ନ ହେବ। ଏଥିସହ ରଣଭୀର୍‌ ସି'ପ୍ଲେନ୍‌ରେ ଆସି ଏକ ଭିନ୍ନ ଅନ୍ଦାଜର ସହ ବିବାହ ମଣ୍ଡପକୁ ଏଣ୍ଟ୍ରି କରିବେ ବୋଲି ଶୁଣିବାକୁ ମିଳୁଛି।

ବାହାଘରରେ କ’ଣ ପିନ୍ଧିବେ ଦୀପିକା?

ବାହାଘରରେ ଦୀପିକା ଡିଜାଇନର୍‌ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ଡ ଡ୍ରେସ୍‌ ପିନ୍ଧିବେ। କୋଙ୍କଣୀ ପରମ୍ପରାରେ ଦୀପିକା ଶାଢ଼ୀ ଓ ଆକର୍ଷଣୀୟ ସୁନାର ଗହଣା ପିନ୍ଧି ବାହା ହେବେ। ସେହିପରି ସିନ୍ଧି ପରମ୍ପରାରେ ଦୀପିକା ପିଙ୍କ୍‌ ଓ ପର୍ପଲ୍‌ ରଙ୍ଗର ଲେହେଙ୍ଗା ଓ କିଛି ନିଆରା ଗହଣା ପିନ୍ଧି ବିବାହ କରିବେ।

କେଉଁ କେଉଁ ଅତିଥି ସାମିଲ ହେବେ?

ରିପୋର୍ଟ ଅନୁଯାୟୀ, ଦୀପିକା-ରଣଭୀର୍‌ଙ୍କ ବାହାଘରରେ ଅତି କମ୍‌ ଲୋକ ସାମିଲ ହେବେ। ଖବର ମୁତାବକ, ଲେକ୍‌ କୋମୋକୁ ମାତ୍ର ୩୦ଜଣ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଡକାଯାଇଛି। ସେହିପରି ବଲିଉଡ୍‌ରୁ କେବଳ ଶାହାରୁଖ ଖାନ୍‌, ଫାର୍‌ହା ଖାନ୍‌ ଓ ସଞ୍ଜୟ ଲୀଲା ବଂଶାଲୀ ହିଁ ସାମିଲ ହେବେ।

କେବେ ଓ କେଉଁଠି ହେବ ରିସେପ୍‌ସନ୍‌ ପାର୍ଟି?

'ଦୀପ୍‌ଭୀର୍‌'ଙ୍କ ଦ୍ୱିତୀୟ ରିସେପ୍‌ସନ୍‌ ପାର୍ଟି ନଭେମ୍ବର୨୮ରେ ମୁମ୍ବାଇର ହୋଟେଲ୍‌ ଗ୍ରାଣ୍ଡ ହାୟlତ୍‌ରେ ହେବ। ଏହା ରାତି ୮ଟାରୁ ଆରମ୍ଭ ହେବ। ଏହି ପାର୍ଟି ରଣଭୀରଙ୍କ ବାପା-ମା'ଙ୍କ ତରଫରୁ ରଖାଯାଇଛି। ସେପଟେ ନଭେମ୍ବର ୨୧ରେ ଦୀପିକାଙ୍କ ହୋମଟାଉନ୍ ବେଙ୍ଗାଲୁରୁରେ ପ୍ରଥମ ରିସେପ୍‌ସନ୍‌ ପାର୍ଟି ଦିଆଯିବ। ଏହି ପାର୍ଟି ଦୀପିକାଙ୍କ ବାପା-ମା' ରଖିଛନ୍ତି।

Related story