ସମନ୍ଥାଙ୍କ ସହ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ନାଗା

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ଏକଦା ଏମାନେ ଥିଲେ ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ୍‌ ଯୋଡିଙ୍କ ମଧ୍ୟରୁ ଜଣେ। ଫିଲ୍ମ ହେଉ ଅବା ବ୍ୟକ୍ତିଗତ ଜୀବନ ନାଗା ଓ ସମନ୍ଥାଙ୍କ ଯୋଡିକୁ ଖୁବ୍‌ ପସନ୍ଦ କରୁଥିଲେ ଫ୍ୟାନ୍‌। ତେବେ ବିବାହର ଚାରିବର୍ଷ ପରେ ଏଦୁହେଁ ଅଲଗା ହୋଇ ସାରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଛାଡପତ୍ର ନେଇ ନାଗା ଓ ସମନ୍ଥା ଘୋଷଣା କରିଥିଲେ। ଏବେ ଛାଡପତ୍ର ହେବାର ୩ ମାସ […]

Samantha and naga

Samantha and naga

Madhupriya Mistry
  • Published: Thursday, 13 January 2022
  • Updated: 13 January 2022, 01:04 PM IST

Sports

Latest News

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ଏକଦା ଏମାନେ ଥିଲେ ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ୍‌ ଯୋଡିଙ୍କ ମଧ୍ୟରୁ ଜଣେ। ଫିଲ୍ମ ହେଉ ଅବା ବ୍ୟକ୍ତିଗତ ଜୀବନ ନାଗା ଓ ସମନ୍ଥାଙ୍କ ଯୋଡିକୁ ଖୁବ୍‌ ପସନ୍ଦ କରୁଥିଲେ ଫ୍ୟାନ୍‌। ତେବେ ବିବାହର ଚାରିବର୍ଷ ପରେ ଏଦୁହେଁ ଅଲଗା ହୋଇ ସାରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଛାଡପତ୍ର ନେଇ ନାଗା ଓ ସମନ୍ଥା ଘୋଷଣା କରିଥିଲେ। ଏବେ ଛାଡପତ୍ର ହେବାର ୩ ମାସ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଅଭିନେତା ନାଗା ଚୈତନ୍ୟ।

ନିକଟରେ ଏକ ସାକ୍ଷାତକାର୍‌ରେ ନାଗା ଚୈତନ୍ୟ ସମନ୍ଥାଙ୍କ ସହ ଛାଡପତ୍ରକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, 'ଭିନ୍ନ ହେବା ଠିକ୍‌ ଥିଲା। ଏହା ଆପୋସ ସହମତିରେ ନିଆଯାଇଥିବା ନିଷ୍ପତ୍ତି ଥିଲା, ଯାହା ଦୁଇ ଜଣଙ୍କ ଖୁସି ପାଇଁ ନିଆଯାଇଛି। ଯଦି ସେ(ସମନ୍ଥା) ଖୁସି ଅଛି ଆଉ ମୁଁ ଖୁସି ଅଛି, ତେବେ ଏଭଳି ସ୍ଥିତିରେ ଛାଡପତ୍ର ଏକ ଭଲ ନିଷ୍ପତ୍ତି।'

ଗତବର୍ଷ ନାଗା ଚୈତନ୍ୟ ଓ ସମନ୍ତା ରୁଥ ପ୍ରଭୁଙ୍କ ଛାଡପତ୍ର ନେଇ ବେଶ ଚର୍ଚ୍ଚା ହୋଇଥିଲା। ପ୍ରଥମେ ତ ଏହି ଦମ୍ପତ୍ତି ଛାଡପତ୍ର ଖବରକୁ ନେଇ ଚୁପ୍‌ ରହିଥିଲେ କିନ୍ତୁ ଅକ୍ଟୋବର ମାସରେ ଦୁହେଁ ଏହି ଚର୍ଚ୍ଚା ଉପରେ ମୋହର ମାରିଥିଲେ। ଆଉ ଛାଡପତ୍ର ନେଇଥିବା ନେଇ ଘୋଷଣା କରିଥିଲେ।

ଡିସେମ୍ବର ମାସରେ ଫିଲ୍ମଫେଆର୍‌ ଆୱାର୍ଡ ସମାରୋହରେ ସମନ୍ଥା ନିଜ ଛାତପତ୍ର ବିଷୟରେ ସର୍ବସମ୍ମୁଖରେ ଆଲୋଚନା କରିଥିଲେ। ସେ କହିଥିଲେ, 'ମୁଁ ଏବେବି ମୋ ଜୀବନ ବଞ୍ଚିବା ବା ଉପଭୋଗ କରିବା ବାକି ଅଛି। ମୁଁ ଜାଣିଛି ମୁଁ ଏବେବି ମୋ ବ୍ୟକ୍ତିଗତ କିଛି ସମସ୍ୟାକୁ ନେଇ ବଞ୍ଚିବାକୁ ପଡିବ। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ମୁଁ କେତେ ଶକ୍ତିଶାଳୀ ଥିଲି। ଭାବିଥିଲି ମୁଁ ଦୁର୍ବଳ ପଡିଯିବି ବୋଲି। ଆଜି ମୁଁ ମୋ ନିଜ ଉପରେ ଗର୍ବ ଅନୁଭବ କରୁଛି, ଯେ ମୁଁ ଜଣେ ଶକ୍ତିଶାଳୀ।'

ସମନ୍ଥାଙ୍କୁ ନିକଟରେ ସୁପରହିଟ୍‌ ଫିଲ୍ମ 'ପୁଷ୍ପା'ର ଏକ ଆଇଟମ୍‌ ଗୀତରେ ଦେଖିବାକୁ ମିଳିଥିଲା। ସେ ଖୁବ୍‌ଶୀଘ୍ର ନିଜ ହଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ନିର୍ଦ୍ଦେଶକ ଫିଲିପ ଜନ୍‌ଙ୍କ ଫିଲ୍ମ The Arrangements of Loveରେ ନଜର ଆସିବେ। ସେପଟେ ନାଗା ଚୈନନ୍ୟ ମଧ୍ୟ ତାଙ୍କ ଅପ୍‌କମିଂ ଫିଲ୍ମ 'ବଙ୍ଗାରରାଜୁ'ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ଶେଷଆଡକୁ ପରଦାକୁ ଆସିପାରେ।

https://twitter.com/a2zaddaofficial/status/1481203390961295363?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos