ଲାଲ୍‌ ଶାଢ଼ି ପିନ୍ଧି ଲାଲ୍‌ବାଗ୍‌ ରାଜାଙ୍କ ଦର୍ଶନ କଲେ ନୀଳ ନୟନା

ମୁମ୍ୱାଇ (ଓଡ଼ିଶା ରିପୋର୍ଟର): ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ନିଜ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଏବେ ତାଙ୍କ ଲାଲ୍ ଶାଢ଼ିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ସେ ଲାଲବାଗ୍‌ର ରାଜାଙ୍କ ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସେ ଏକ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧିଥିଲେ। ଆଉ ଏହି ଶାଢ଼ିରେ ସେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଥିଲେ। ଶାଢ଼ିକୁ ଗୋଲ୍‌ଡେନ୍ ରଙ୍ଗର ଧାଗାରେ ସଜ୍ଜା ଯାଇଥିଲା। ଏହସହିତ ସେ କାନରେ ଗୋଲ୍‌ଡେନ […]

Rakesh Mallick
  • Published: Tuesday, 05 September 2017
  • Updated: 05 September 2017, 05:40 PM IST

Sports

Latest News

ମୁମ୍ୱାଇ (ଓଡ଼ିଶା ରିପୋର୍ଟର): ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ନିଜ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଏବେ ତାଙ୍କ ଲାଲ୍ ଶାଢ଼ିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ସେ ଲାଲବାଗ୍‌ର ରାଜାଙ୍କ ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସେ ଏକ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧିଥିଲେ। ଆଉ ଏହି ଶାଢ଼ିରେ ସେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଥିଲେ। ଶାଢ଼ିକୁ ଗୋଲ୍‌ଡେନ୍ ରଙ୍ଗର ଧାଗାରେ ସଜ୍ଜା ଯାଇଥିଲା। ଏହସହିତ ସେ କାନରେ ଗୋଲ୍‌ଡେନ ଇୟର ରିଂ ପିନ୍ଧି ଥିଲେ। ତାଙ୍କର କିଛି ଫ୍ୟାନ୍ ତାଙ୍କର ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଗତ ରବିବାର ଐଶ୍ୱର୍ଯ୍ୟାଙ୍କ ଶ୍ୱଶୁର ଅମତାଭ ବଚ୍ଚନ, ସ୍ୱାମୀ ଅଭିଷେକ ବଚ୍ଚନ, ସଚିନ ତେନ୍ଦୁଲକର ଓ ପ୍ରିୟଙ୍କା ଚୋପ୍ରା ପରିବାର ସହିତ ଆସି ମୁମ୍ୱାଇର ପ୍ରସିଦ୍ଧ ଲାଲ୍‌ବାଗର ରାଜାଙ୍କ ଦର୍ଶନ କରିଥିଲେ।

ଐଶ୍ୱର୍ଯ୍ୟା ଖୁବଶୀଘ୍ର ଓମ୍‌ ପ୍ରକାଶ ମେହାରାଙ୍କ ଆଗାମୀ ଫିଲ୍ମ ’ଫୁନେଲ୍‌ ଖାନ୍’ ନଜରକୁ ଆସିବେ। ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅନୀଲ କାପୁର, ରାଜକୁମାର ରାଓ ଓ ଦିବ୍ୟା ଦତ୍ତାଙ୍କୁ ଦେଖିବାକୁ ମିଳିବ। ‘ହମାରା ଦିଲ୍‌ ଆପକେ ପାଶ୍‌ ହେ’ ଅନୀଲ କୁପରଙ୍କ ସହ ଐଶ୍ୱର୍ଯ୍ୟାଙ୍କୁ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos