ଜର୍ମାନୀରେ ଆକ୍ସନ୍ ତାଲିମ ନେବେ ଅଜୟ ଓ ସୁରଜ

ମୁମ୍ବାଇ: କୋରିଓଗ୍ରାଫରରୁ ନିର୍ଦ୍ଦେଶକ ସାଜି ଥିବା ରେମୋ ଡି’ସୌଜାଙ୍କ ଆଗାମୀ ଫିଲ୍ମଟି ଉଭୟ ଡ୍ୟାନ୍ସ ଓ ଆକ୍ସନ୍‌ରେ ଭରପୂର ରହିବ। ଆକ୍ସନ୍‌ ପୂରା ଜବରଦସ୍ତ ରହିବ ବୋଲି ଏବେଠୁ ଜଣାପଡ଼ି ଗଲାଣି। କାରଣ ଆକ୍ସନ୍‌ ପାଇଁ ତାଲିମ ନେବାକୁ ଫିଲ୍ମର ଅଭିନେତା ଅଜୟ ଦେବଗନ ଓ ସୁରଜ ପାଞ୍ଚୋଲିଙ୍କୁ ଜର୍ମାନ ପଠାଉଛନ୍ତି ରେମୋ। ସେଠାରେ ସେମାନେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଷ୍ଟଣ୍ଟ ନିର୍ଦ୍ଦେଶକମାନଙ୍କ ଅଧୀନରେ ତିନି ମାସ ତାଲିମ ନେବେ। ତେବେ ସେମାନେ କେଉଁ ପ୍ରକାରର ତାଲିମ ନେବେ […]

ajay

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 04:34 PM IST

ମୁମ୍ବାଇ: କୋରିଓଗ୍ରାଫରରୁ ନିର୍ଦ୍ଦେଶକ ସାଜି ଥିବା ରେମୋ ଡି’ସୌଜାଙ୍କ ଆଗାମୀ ଫିଲ୍ମଟି ଉଭୟ ଡ୍ୟାନ୍ସ ଓ ଆକ୍ସନ୍‌ରେ ଭରପୂର ରହିବ। ଆକ୍ସନ୍‌ ପୂରା ଜବରଦସ୍ତ ରହିବ ବୋଲି ଏବେଠୁ ଜଣାପଡ଼ି ଗଲାଣି। କାରଣ ଆକ୍ସନ୍‌ ପାଇଁ ତାଲିମ ନେବାକୁ ଫିଲ୍ମର ଅଭିନେତା ଅଜୟ ଦେବଗନ ଓ ସୁରଜ ପାଞ୍ଚୋଲିଙ୍କୁ ଜର୍ମାନ ପଠାଉଛନ୍ତି ରେମୋ। ସେଠାରେ ସେମାନେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଷ୍ଟଣ୍ଟ ନିର୍ଦ୍ଦେଶକମାନଙ୍କ ଅଧୀନରେ ତିନି ମାସ ତାଲିମ ନେବେ। ତେବେ ସେମାନେ କେଉଁ ପ୍ରକାରର ତାଲିମ ନେବେ ତାହା କହି ନାହାନ୍ତି ରେମୋ।

ଏପର୍ଯ୍ୟନ୍ତ ନାମକରଣ ହୋଇ ନ ଥିବା ଏହି ଫିଲ୍ମରେ ଡ୍ୟାନ୍ସକୁ ଊଣା କରିବାକୁ ଚାହୁଁନାହାନ୍ତି ରେମୋ। ତେଣୁ ଉଭୟଙ୍କୁ ମୁମ୍ବାଇରେ ଡ୍ୟାନ୍ସ ତାଲିମ୍‌ ବି ଦିଆଯିବ ବୋଲି ସେ କହିଛନ୍ତି।

ଫିଲ୍ମଟିର କାହାଣୀ ଦୁଇ ଭାଇଙ୍କୁ ନେଇ ପର୍ଯ୍ୟବସିତ। ଅଜୟ ଦେବଗନ ଫିଲ୍ମସ୍ ଓ ଟି-ସିରିଜ୍ ଫିଲ୍ମସ୍ ମିଳିତ ଭାବେ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି।

Related story