ଏକାଠି କାମ କରିବେ କାଜୋଲ ଓ ଅଜୟ: ସର୍ତ୍ତ ମାତ୍ର ଏତିକି

ମୁମ୍ବାଇ: ଅଜୟ ଦେବଗନ୍‌ ଓ କାଜୋଲଙ୍କର ଅନ୍‌ ସ୍କ୍ରିନ୍‌ କେମେଷ୍ଟ୍ରି ଯେତିକି ହିଟ୍‌ ରିଅଲ୍‌ ଲାଇଫ୍‌ରେ ବି ସେମାନେ ସେତିକି ହିଟ୍‌ ଓ ସଫଳ ଯୋଡ଼ି। ଅନେକ ଦିନ ହେବ ଦୁହିଁଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିନି। ତେଣୁ ଦର୍ଶକ ଏହି ଯୋଡ଼ିକୁ ଅନ୍‌ସ୍କ୍ରିନ୍‌ ଦେଖିବାକୁ ଚାହୁଁଛନ୍ତି। ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ କାହିଁକି ସେମାନେ ଏକାଠି ଅଭିନୟ କରୁନାହାଁନ୍ତି। ନିକଟରେ ଏହାର  ସତ ସାମ୍ନାକୁ ଆସିଛି। ଦୁହେଁ ଆଗକୁ ଏକାଠି କାମ କରିପାରନ୍ତି। କିନ୍ତୁ ଏଥିପାଇଁ […]

kajol-ajay

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 09:56 AM IST

ମୁମ୍ବାଇ: ଅଜୟ ଦେବଗନ୍‌ ଓ କାଜୋଲଙ୍କର ଅନ୍‌ ସ୍କ୍ରିନ୍‌ କେମେଷ୍ଟ୍ରି ଯେତିକି ହିଟ୍‌ ରିଅଲ୍‌ ଲାଇଫ୍‌ରେ ବି ସେମାନେ ସେତିକି ହିଟ୍‌ ଓ ସଫଳ ଯୋଡ଼ି। ଅନେକ ଦିନ ହେବ ଦୁହିଁଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିନି। ତେଣୁ ଦର୍ଶକ ଏହି ଯୋଡ଼ିକୁ ଅନ୍‌ସ୍କ୍ରିନ୍‌ ଦେଖିବାକୁ ଚାହୁଁଛନ୍ତି। ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ କାହିଁକି ସେମାନେ ଏକାଠି ଅଭିନୟ କରୁନାହାଁନ୍ତି। ନିକଟରେ ଏହାର  ସତ ସାମ୍ନାକୁ ଆସିଛି। ଦୁହେଁ ଆଗକୁ ଏକାଠି କାମ କରିପାରନ୍ତି। କିନ୍ତୁ ଏଥିପାଇଁ ଦୁହିଁଙ୍କର କିଛି ସର୍ତ୍ତ ରହିଛି। ଚାଲନ୍ତୁ ଜାଣିବା କ’ଣ ରହିଛି ସେହି ସର୍ତ୍ତ।

ନିକଟେରେ ଅଜୟ ଡିଏନ୍‌ଏକୁ ଦେଇଥିବା ଏକ ସାକ୍ଷକକାରରେ ନିଜ ସର୍ତ୍ତ ବିଷୟରେ କହିଥିଲେ। ସେ କହିଥିଲେ, ‘‘କାଜୋଲ ଓ ମୁଁ ନିଜ କ୍ୟାରିୟରର ଏମିତି ଏକ ସ୍ଥରରେ ପହଞ୍ଚି ଯାଇଛୁ, ଯେଉଁଠି ଆମେ ଲଭ୍‌ ଷ୍ଟୋରୀ, ରୋମାନ୍ସ ଭଳି ଷ୍ଟେରିଓ ଟାଇପ୍‌  ଚରିତ୍ରରେ ଅଭିନୟ କରିବାକୁ ଚାହୁଁନାହୁଁ। ଆମେ ଏମିତି ଚରିତ୍ରର ସନ୍ଧାନରେ ଅଛୁ ଯେଉଁଥିରେ ଆମେ ଆମ ଅସ୍ତିତ୍ୱ ଓ ଅଭିନୟକୁ ସାବ୍ୟସ୍ତ କରିପାରୁଥିବୁ।’’

ପୂର୍ବରୁ ସେମାନେ ‘ହଲଚଲ୍‌’,‘ପ୍ୟାର ତୋ ହୋନା ହି ଥା’, ‘ରାଜୁ ଚାଚା’ ଓ ‘ଇସ୍କ’ ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି। ଅଜୟ କୁହନ୍ତି କାଜୋଲଙ୍କ ସହ କାମ କରିବାକୁ ତାଙ୍କୁ ଖୁବ୍‌ ଭଲ ଲାଗେ।

Related story