ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଥିବା ଦୁଇଟି ଫିଲ୍ମ ‘ଏ ଦିଲ୍ ହେ ମୁସକିଲ’ ଓ ‘ଶିବାୟ’ର ଆଡଭାନ୍ସ ଟିକଟ ବୁକିଂକୁ ନେଇ ହୋଇଥିବା ଜୋରଦାର ଲଢ଼େଇରେ କରଣ ଜୋହରଙ୍କ ‘ଏ ଦିଲ ହେ ମୁସକିଲ’ ବାଜି ମାରି ନେଇଥିଲା।
ରିପୋର୍ଟ ଅନୁଯାୟୀ ବକ୍ସ ଅଫିସରେ ‘ଏ ଦିଲ୍ ହେ ମୁସକିଲ’ ପ୍ରଥମ ଦିନ ୧୩.୨୫କୋଟି ଟଙ୍କା ଆୟ କରିଥିବା ବେଳେ ଅଜୟଙ୍କ ‘ଶିବାୟ’ ୮.୨୫କୋଟି ଟଙ୍କା ଆୟ କରିଛି।
‘ଏ ଦିଲ ହେ ମୁସକିଲ’ ରଣବୀର କପୁରଙ୍କ ‘ତମାସା’ର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି। ସେପଟେ ‘ଶିବାୟ’ ଅଜୟଙ୍କ ଶେଷ ଫିଲ୍ମ ‘ଦୃଶ୍ୟମ’ର ରେକର୍ଡକୁ ଭାଙ୍ଗିଛି।