ହାଇଦ୍ରାବାଦ: ମୁହାଁମୁହିଁ ହେଲେ ଦୁଇ ସାଉଥ ସୁପରଷ୍ଟାର୍ଙ୍କ ଫ୍ୟାନ୍। ହଲ୍ ବାହାରେ ହେଲେ ପିଟାପିଟି। କଥା ଏତେ ବଢ଼ିଗଲା ଯେ, ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଲା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚେନ୍ନାଇରେ।
ଥଲପତି ବିଜୟଙ୍କ ଫିଲ୍ମ ‘ବାରିସୁ’ ଓ ଅଜିତ କୁମାରଙ୍କ ଫିଲ୍ମ ‘ଥୁନିବୁ’ ଆଜି ରିଲିଜ ହୋଇଛି। ଏହି ଦୁଇ ଷ୍ଟାର୍ଙ୍କ ଫିଲ୍ମକୁ ନେଇ ଆଜି ଫ୍ୟାନ୍ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ବଢ଼ି ଯାଇଛି। ଦୁଇ ଷ୍ଟାର୍ଙ୍କ ଫିଲ୍ମ ଦେଖିବା ପାଇଁ ଥିଏଟର୍ ବାହାରେ ଫ୍ୟାନମାନଙ୍କ ଭିଡ ମଧ୍ୟ ଜମିଛି। ତେବେ ଏହି ସମୟରେ ଦୁଇ ଷ୍ଟାର୍ଙ୍କ ଫ୍ୟାନ୍ମାନେ ମୁହାଁମୁହିଁ ହୋଇଛନ୍ତି।
ହଲ୍ ବାହାରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା। ଫ୍ୟାନ୍ମାନେ ଦୁଇ ଷ୍ଟାର୍ଙ୍କ ଫିଲ୍ମର ପୋଷ୍ଟର ଚିରି ଦେଇଛନ୍ତି । ସ୍ଥିତି ଉପରେ ହୋଇଛି ଯେ, ଭିଡକୁ କାବୁ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଛି। ଏଥିସହ ଚେନ୍ନାଇ ପୁଲିସ କିଛି ବ୍ୟକ୍ତିଙ୍କୁ ଅଟକ ମଧ୍ୟ ରଖିଛି।
ଅଜିତ ଓ ବିଜୟ ଏହି ଦୁଇ ସୁପରଷ୍ଟାର୍ ଦୀର୍ଘ ୯ ବର୍ଷ ପରେ ଫିଲ୍ମ ଜରିଆରେ ମୁହାଁମୁହିଁ ହୋଇଛନ୍ତି। ତାମିଲନାଡୁ ସରକାର ଷ୍ଟାର୍ମାନଙ୍କ ବଡ କଟ୍-ଆଉଟ୍ ଯୋଗୁଁ କୌଣସି କ୍ଷୀର ଅଭିଷେକ କରିବା ଉପରେ ବ୍ୟାନ୍ ଲଗାଇଛନ୍ତି। ପୋଙ୍ଗଲ ଉତ୍ସବ ସପ୍ତାହ ହେବା ଯୋଗୁଁ ସକାଳ ୪ ଓ ୫ଟାରେ ଫିଲ୍ମ ରିଲିଜିଂ କରିବା ନେଇ ମଧ୍ୟ ରଦ୍ଦ କରିଛନ୍ତି।