ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାଗୁଡ଼ିକ ବନିଯାଇଛି ମନୋରଞ୍ଜନ ଜଗତର ହିଟ୍ ଫମୂର୍ଲା। ବଲିଉଡ୍ ଫିଲ୍ମ ହେଉ କି ଟେଲିଭିଜିନର ଧାରାବାହିକ ସବୁଠି ମୋଦିଙ୍କ ଯୋଜନା ସଂପର୍କରେ ଶୁଣିବାକୁ ମିଳୁଛି।
ନିକଟରେ ରିଲିଜ୍ ହୋଇଥିଲା ବରୁଣ ଧାୱନ ଓ ଆଲିଆ ଭଟ୍ଟଙ୍କ ‘ବଦ୍ରୀନାଥ କି ଦୁଲ୍ହନିଆ’। ଏଥିରେ ‘ଯୌତୁକ ଏକ କୁପ୍ରଥା’ ଏବଂ ‘ବେଟୀ ବଚାଓ, ବେଟୀ ପଢ଼ାଓ’ ସଂପର୍କରେ ଶୁଣିବାକୁ ମିଳିଥିଲା। ବିଦ୍ୟୁତ୍ ଜାମୱାଲଙ୍କ ‘କମାଣ୍ଡୋ ୨’ରେ କଳା ଟଙ୍କା ସଂପର୍କରେ ଉଲ୍ଲେଖ ଥିଲା। ସେହିପରି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଟଏଲେଟ: ଏକ ପ୍ରେମ କଥା’ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ପ୍ରେରିତ ହୋଇ ନିର୍ମିତ ହୋଇଛି।