ଭୟଙ୍କର ରୂପରେ ‘୨.୦’ରେ ଅକ୍ଷୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଅକ୍ଷୟ କୁମାର ତାଙ୍କ ଅପକମିଂ ଫିଲ୍ମ ‘୨.୦’ରେ ଏକ ଭିନ୍ନ ତଥା ଭୟଙ୍କର ରୂପରେ ପରଦାରେ ଦେଖା ଦେବେ। ଫିଲ୍ମଟିକୁ ରୋବର୍ଟ-୨ ମଧ୍ୟ କୁହାଯାଉଛି। ଅକ୍ଷୟ କୁମାରଙ୍କ ବ୍ୟତିତ ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବଂ ଆମି ଜ୍ୟାକ୍ସନ ଏଥିରେ ପ୍ରମୁଖ ଭୂମିକାରେ ଦେଖା ଦେବେ। ୨୦୧୦ରେ ସୁପରହିଟ୍‌ ତାମିଲ ଫିଲ୍ମ ଏମଥିରନ(ହିନ୍ଦି ରୋବର୍ଟ)ର ଏହା ଏକ ସିକ୍ୱେଲ ବୋଲି ଜଣାପଡ଼ିଛି।  ତେବେ ବଡ଼ କଥା ହେଲା ଏହା ପ୍ରଥମ ଭାରତୀୟ ଫିଲ୍ମ […]

akhaya

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 07:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଅକ୍ଷୟ କୁମାର ତାଙ୍କ ଅପକମିଂ ଫିଲ୍ମ ‘୨.୦’ରେ ଏକ ଭିନ୍ନ ତଥା ଭୟଙ୍କର ରୂପରେ ପରଦାରେ ଦେଖା ଦେବେ। ଫିଲ୍ମଟିକୁ ରୋବର୍ଟ-୨ ମଧ୍ୟ କୁହାଯାଉଛି। ଅକ୍ଷୟ କୁମାରଙ୍କ ବ୍ୟତିତ ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବଂ ଆମି ଜ୍ୟାକ୍ସନ ଏଥିରେ ପ୍ରମୁଖ ଭୂମିକାରେ ଦେଖା ଦେବେ। ୨୦୧୦ରେ ସୁପରହିଟ୍‌ ତାମିଲ ଫିଲ୍ମ ଏମଥିରନ(ହିନ୍ଦି ରୋବର୍ଟ)ର ଏହା ଏକ ସିକ୍ୱେଲ ବୋଲି ଜଣାପଡ଼ିଛି।  ତେବେ ବଡ଼ କଥା ହେଲା ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହା ସିଧାସଳଖ ଥ୍ରୀ’ଡ଼ିରେ ସୁଟିଂ ହେବ। କିନ୍ତୁ ଦର୍ଶକଙ୍କୁ ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଫିଲ୍ମଟିର ରିଲିଜ୍‌ ତାରିଖ ଅକ୍ଟୋବର ୧୮, ୨୦୧୮ ରଖାଯାଇଛି। ଉଭୟ ହିନ୍ଦୀ ଓ ତାମିଲ ଭାଷାରେ ଫିଲ୍ମଟି ରିଲିଜ୍‌ ହେବ। ଏ ଏ ଫିଲ୍ମସ ଏବଂ ଗ୍ଲୋବାଲ ସିନେମା ଏହାର ବିତରଣ ଦାୟିତ୍ୱ ନେଇଛନ୍ତି। ଏସ୍‌.ଶଙ୍କର କାହାଣୀର ଲେଖକ ତଥା ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବା ବେଳେ ଅଲିରାଜହ ସୁବାସ କରଣ ପ୍ରଡ୍ୟୁସର ଅଛନ୍ତି।

Related story