ନିଜର ଖାସ୍‌ ଡ୍ରେସ୍‌କୁ ନିଲାମ୍‌ କରିବେ ଅକ୍ଷୟ, କାରଣ ବି ଖାସ୍‌

ମୁମ୍ବାଇ: ଅନେକ ଦିନ ହେଲାଣି ଅଭିନେତା ଅକ୍ଷୟ କୁମାର କେବଳ ସାମାଜିକ ପ୍ରସଙ୍ଗ ଆଧାରିତ ଫିଲ୍ମରେ କାମ କରିବା ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ‘ଟଏଲେଟ୍‌’ ଓ ‘ପ୍ୟାଡ୍‌ମ୍ୟାନ୍‌’ ଭଳି ସାମାଜିକ ପ୍ରସଙ୍ଗ ଭିତ୍ତିକ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟ କୃଷକମାନଙ୍କ ସହ ମିଶି ବୃକ୍ଷରୋପଣ କରିବା ପାଇଁ ଚାଲିଥିବା ଏକ ଅଭିଯାନରେ ସାମିଲ ହୋଇଛନ୍ତି। ସେହିପରି ଭାରତୀୟ ଯବାନମାନଙ୍କ ପରିବାର ଲୋକଙ୍କ ପାଇଁ ସେ ଏକ ଫାଉଣ୍ଡେସନ୍ ବି ଗଠନ […]

akshay

Rakesh Mallick
  • Published: Thursday, 26 April 2018
  • , Updated: 26 April 2018, 06:06 PM IST

ମୁମ୍ବାଇ: ଅନେକ ଦିନ ହେଲାଣି ଅଭିନେତା ଅକ୍ଷୟ କୁମାର କେବଳ ସାମାଜିକ ପ୍ରସଙ୍ଗ ଆଧାରିତ ଫିଲ୍ମରେ କାମ କରିବା ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ‘ଟଏଲେଟ୍‌’ ଓ ‘ପ୍ୟାଡ୍‌ମ୍ୟାନ୍‌’ ଭଳି ସାମାଜିକ ପ୍ରସଙ୍ଗ ଭିତ୍ତିକ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟ କୃଷକମାନଙ୍କ ସହ ମିଶି ବୃକ୍ଷରୋପଣ କରିବା ପାଇଁ ଚାଲିଥିବା ଏକ ଅଭିଯାନରେ ସାମିଲ ହୋଇଛନ୍ତି। ସେହିପରି ଭାରତୀୟ ଯବାନମାନଙ୍କ ପରିବାର ଲୋକଙ୍କ ପାଇଁ ସେ ଏକ ଫାଉଣ୍ଡେସନ୍ ବି ଗଠନ କରିଛନ୍ତି। ଏବେ ସେ ପଶୁମାନଙ୍କ ଲାଳନପାଳନ ଓ ସୁରକ୍ଷା ପ୍ରସଙ୍ଗ ସହିତ ବି ଜଡ଼ିତ ହୋଇଛନ୍ତି। ଏଥିପାଇଁ ଅର୍ଥ ଯୋଗାଡ଼ କରିବାକୁ ସେ ଏକ ବିଶେଷ ବ୍ୟବସ୍ଥା କରିଛନ୍ତି। ‘ରୁସ୍ତମ’ ଫିଲ୍ମରେ ଅକ୍ଷୟ ଆର୍ମି ଅଫିସ୍‌ର ଭୂମିକାରେ ଅଭିନୟ କରିଥିଲେ। ସେ ସେଥିରେ ପିନ୍ଧିଥିବା ଆର୍ମି ପୋଷାକକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଲାମ ବେଳେ ଯିଏ ସବୁଠୁ ଅଧିକ ଟଙ୍କା ଦେବାକୁ ରାଜି ହେବ ତାଙ୍କୁ ଏହି ପୋଷାକ ଦିଆଯିବ ଏବଂ ଏଥିରୁ ଯେଉଁ ଅର୍ଥ ମିଳିବ ତାକୁ ପଶୁଙ୍କ ଲାଳନପାଳନ ଓ ସୁରକ୍ଷା କାର୍ଯ୍ୟରେ ବ୍ୟବହାର କରାଯିବ।

ଅକ୍ଷୟ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। SaltScout.com ନାମକ ୱେବସାଇଟ୍‌ରେ ଏହି ନିଲାମ ଡକାଯିବ। ସାରା ବିଶ୍ୱରୁ ଯେକୌଣସି ସ୍ଥାନରୁ କେହି ବି ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇ ପାରିବେ।

‘ରୁସ୍ତମ’ ଫିଲ୍ମ ୨୦୧୬ରେ ରିଲିଜ୍‌ ହୋଇଥିଲା। ଏଥିରେ ଅକ୍ଷୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ବିପକ୍ଷରେ ଅବତୀର୍ଣ୍ଣ ହୋଇଥିଲେ ଇଲିଆନା ଡିକ୍ରୁଜ୍‌। ଏହି ଫିଲ୍ମଟି ୯ ଦିନରେ ୧୦୧.୦୮ କୋଟି ଟଙ୍କା ଆୟ କରିଥିଲା।

Related story