ସେପ୍ଟେମ୍ୱର ୨ରେ ଆସିବ ସେ।ନକ୍ଷୀଙ୍କ ଅଭିନୀତ ଫିଲ୍ମ ‘ଅକିରା’

ମୁମ୍ୱାଇ: ଦବଙ୍ଗ ଗାର୍ଲଙ୍କ ସେ।ନାକ୍ଷୀ ସିହ୍ନା ଅଭିନୀତ ଆଗାମୀ ଫିଲ୍ମ ‘ଅକିରା’ ଆସନ୍ତା ସେପ୍ଟେମ୍ୱର ୨ରେ ରିଲିଜ ହେବ। ଏନେଇ ସେ ଆଜି ସୋସିଆଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି।   ପୂର୍ବରୁ ଏହି ଫିଲ୍ମଟି ସେପ୍ଟେମ୍ୱର ୨୩ ରେ ରିଲିଜ ହେବାକୁ ନିର୍ଦ୍ଧାରିତ ହୋଇଥିଲା। ରିଲିଜ୍‌ର ୨୧ ଦିନ ପୂର୍ବରୁ ଏହାକୁ ରିଲିଜ୍‌ କରିବାକୁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି।  ୨୯ ବର୍ଷୟା ସେ।ନାକ୍ଷୀ ନିଜ ଟ୍ୱିଟର ପେଜ୍ ରେ ଲେଖିଛନ୍ତି, “ମୁଁ ଏବଂ ଆପଣ […]

Akira

Rakesh Mallick
  • Published: Tuesday, 21 June 2016
  • , Updated: 21 June 2016, 08:26 PM IST

ମୁମ୍ୱାଇ: ଦବଙ୍ଗ ଗାର୍ଲଙ୍କ ସେ।ନାକ୍ଷୀ ସିହ୍ନା ଅଭିନୀତ ଆଗାମୀ ଫିଲ୍ମ ‘ଅକିରା’ ଆସନ୍ତା ସେପ୍ଟେମ୍ୱର ୨ରେ ରିଲିଜ ହେବ। ଏନେଇ ସେ ଆଜି ସୋସିଆଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି।  

ପୂର୍ବରୁ ଏହି ଫିଲ୍ମଟି ସେପ୍ଟେମ୍ୱର ୨୩ ରେ ରିଲିଜ ହେବାକୁ ନିର୍ଦ୍ଧାରିତ ହୋଇଥିଲା। ରିଲିଜ୍‌ର ୨୧ ଦିନ ପୂର୍ବରୁ ଏହାକୁ ରିଲିଜ୍‌ କରିବାକୁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି।  ୨୯ ବର୍ଷୟା ସେ।ନାକ୍ଷୀ ନିଜ ଟ୍ୱିଟର ପେଜ୍ ରେ ଲେଖିଛନ୍ତି, “ମୁଁ ଏବଂ ଆପଣ ଦୁହେଁ ଏହା ଦେଖିବାକୁ ଆଉ ଅପେକ୍ଷା  କରିପାରିବାନି। ମୁର୍ଗଦେ।ସ ‘ଅକିରା’ରେ ମେ।ର କିଭଳି ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ଆମେ ଏବେ ଏହାକୁ ସେପ୍ଟେମ୍ୱର ୨ ରେ ରିଲିଜ୍ କରୁଛୁ”।

ଫିଲ୍ମରେ ସେ।ନାକ୍ଷୀ ଆକ୍ସନ୍ ଅବତାରରେ ନଜର ଆସିବେ। ଏହାପାଇଁ ସେ ବହୁତ ପରିଶ୍ରମ କରିବା ସହ କଠିନ ତାଲିମ୍ ନେଇଛନ୍ତି।

“ହଲିଡେ: ଏ ସେ।ଲଜର ଇଜ୍ ନେଭର ଅଫ୍ ଡ୍ୟୁଟି” ଓ ‘ଗଜନୀ’ ପରି ସଫଳଫିଲ୍ମ ପରେ ମୁର୍ଗଦେ।ସଙ୍କ ସାଥିରେ ସେ।ନାକ୍ଷୀଙ୍କର ଏହା ଦ୍ୱିତୀୟ ଫିଲ୍ମ। ଫିଲ୍ମରେ ତାଙ୍କୁ ର୍ମାଶଲ ଆର୍ଟ କରୁଥିବାର ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କର ପିତା ତଥା ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା ମଧ୍ୟ ଅଛନ୍ତି।

Related story