ଅକ୍ଷୟ କୁମାର ମୋ ପାଇଁ ଶୁଭଙ୍କର: ମିକ୍କା ସିଂହ

ମୁମ୍ବାଇ: “ଖିଲାଡି ଷ୍ଟାର ଅକ୍ଷୟ କୁମାର ମୋ ପାଇଁ ବହୁତ ଶୁଭଙ୍କର। ଏହି ସୁପରଷ୍ଟାର ଜଣଙ୍କ ବହୁ ଗୁଣର ଅଧିକାରୀ।” ରବିବାର ବିଲଉଡର ଷ୍ଟାର ସିଙ୍ଗର ମିକ୍କା ସିଂହ କହିଛନ୍ତି। ହାଉସ୍‌ଫୁଲ-୩ର ଏକ ଗୀତ ‘ଟାଙ୍ଗ୍ ଉଠାକେ’ର ରିଲିଜ ଅବସରରେ ଅକ୍ଷୟ କୁମାର ତାଙ୍କ ପାଇଁ ଶୁଭଙ୍କର କି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ଅକ୍ଷୟ ମୋ ପାଇଁ ବହୁତ ଲକି, ସେଥିରେ କୌଣସି ସନ୍ଦେହ ନାହିଁ। ମୋର ପ୍ରଥମ ଗୀତ ‘ସିଙ୍ଗ ଇଜ୍‌ […]

5mika-akshay-759

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 05:35 PM IST

ମୁମ୍ବାଇ: “ଖିଲାଡି ଷ୍ଟାର ଅକ୍ଷୟ କୁମାର ମୋ ପାଇଁ ବହୁତ ଶୁଭଙ୍କର। ଏହି ସୁପରଷ୍ଟାର ଜଣଙ୍କ ବହୁ ଗୁଣର ଅଧିକାରୀ।” ରବିବାର ବିଲଉଡର ଷ୍ଟାର ସିଙ୍ଗର ମିକ୍କା ସିଂହ କହିଛନ୍ତି।

ହାଉସ୍‌ଫୁଲ-୩ର ଏକ ଗୀତ ‘ଟାଙ୍ଗ୍ ଉଠାକେ’ର ରିଲିଜ ଅବସରରେ ଅକ୍ଷୟ କୁମାର ତାଙ୍କ ପାଇଁ ଶୁଭଙ୍କର କି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ଅକ୍ଷୟ ମୋ ପାଇଁ ବହୁତ ଲକି, ସେଥିରେ କୌଣସି ସନ୍ଦେହ ନାହିଁ। ମୋର ପ୍ରଥମ ଗୀତ ‘ସିଙ୍ଗ ଇଜ୍‌ କିଙ୍ଗ’ ବହୁତ ଲୋକପ୍ରିୟତା ପାଇଥିଲା। ସେହି ପରି “ଚିନ୍ତା ତା...ଚିନ୍ତା ତା..” ପରି ୮ରୁ ୧୦ ଗୀତ ମଧ୍ୟ ବହୁତ ହିଟ୍‌ ସାବ୍ୟସ୍ତ ହୋଇଛି। ଅକ୍ଷୟ ପା’ଜି ବେଳେବେଳେ ମୋ ଗୀତରେ ଏପରି ଡ୍ୟାନ୍ସ କରନ୍ତ ତାହା ହିଟ୍‌ ହୋଇଯାଏ।”

ସୂଚନାଯୋଗ୍ୟ, ମିକ୍କା ସିଂହ ହାଉସ୍‌ଫୁଲର ପ୍ରଥମ ଫିଲ୍ମରେ ‘ଧନୋ’, ‘ସିଙ୍ଗ ଇଜ୍‌ କିଙ୍ଗ’ର ‘ଭୁତ୍‌ନୀ କେ’ ଓ ‘ଖିଲାଡି ୭୮୬’ର ‘ଲଙ୍ଗ ଡ୍ରାଇଭ୍‌’ ପରି ଗୀତ ଗାଇ ବହୁତ ଲୋକପ୍ରିୟତା ହାସଲ କରିଛି।

Related story