ରଣବୀରଙ୍କୁ ସମାଲୋଚନା କରିବାରୁ... କଙ୍ଗନାଙ୍କୁ ଜବାବ ଦେଲେ ଆଲିଆ

ମୁମ୍ବାଇ: କିଛି ଦିନ ତଳେ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଅଭିନେତା ରଣବୀର କପୁରଙ୍କୁ ଦାୟିତ୍ୱହୀନ ବୋଲି କହିବା ସହ ସମାଲୋଚନା କରିଥିଲେ। ଆଉ ଏହାର କାରଣ ହେଲା, ରଣବୀରଙ୍କୁ ରାଜନୀତି ବିଷୟରେ ପଚରାଯିବା ପରେ ସେ କହିଥିଲେ, ‘ମୁଁ ରାଜନୀତି ବିଷୟରେ କ’ଣ କହିବି? ଆମକୁ ଫିଲ୍ମ ବିଷୟରେ ପଚାର ଆମେ କହିବୁ। ଆମ ଘରକୁ ତ ବିଜୁଳି ପାଣି ଆସୁଛି।’ ଏହା ପରେ କଙ୍ଗନା ଏହାର କଡ଼ା ଜବାବ ରଖି କହିଥିଲେ, ‘ଆପଣ ଦେଶ ପାଇଁ […]

kangana

Chinmayee Roy
  • Published: Saturday, 09 March 2019
  • , Updated: 09 March 2019, 07:54 AM IST

ମୁମ୍ବାଇ: କିଛି ଦିନ ତଳେ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଅଭିନେତା ରଣବୀର କପୁରଙ୍କୁ ଦାୟିତ୍ୱହୀନ ବୋଲି କହିବା ସହ ସମାଲୋଚନା କରିଥିଲେ। ଆଉ ଏହାର କାରଣ ହେଲା, ରଣବୀରଙ୍କୁ ରାଜନୀତି ବିଷୟରେ ପଚରାଯିବା ପରେ ସେ କହିଥିଲେ, ‘ମୁଁ ରାଜନୀତି ବିଷୟରେ କ’ଣ କହିବି? ଆମକୁ ଫିଲ୍ମ ବିଷୟରେ ପଚାର ଆମେ କହିବୁ। ଆମ ଘରକୁ ତ ବିଜୁଳି ପାଣି ଆସୁଛି।’ ଏହା ପରେ କଙ୍ଗନା ଏହାର କଡ଼ା ଜବାବ ରଖି କହିଥିଲେ, ‘ଆପଣ ଦେଶ ପାଇଁ ଅଛନ୍ତି। ଆପଣଙ୍କ ଘର ଏଇଠି। ଏ ସବୁ ଦେଶବାସୀମାନଙ୍କର ଟଙ୍କା ଯେଉଁ ଟଙ୍କାରେ ଆପଣ ମସେର୍ଡିଜ୍‌ ଭଳି ଗାଡ଼ି ଚଢୁଛନ୍ତି। ଏଭଳି କଥା ଆପଣ କିପରି କହି ପାରୁଛନ୍ତି। ନିଜ ସହ ଦେଶବାସୀଙ୍କ କଥା ବି ଭାବନ୍ତୁ। ଯେଉଁମାନଙ୍କୁ ବିଜୁଳି ଏବଂ ପାଣି ମିଳୁ ନାହିଁ, ସେମାନଙ୍କ ପାଇଁ ସ୍ୱର ଉଠାନ୍ତୁ।’

https://www.instagram.com/p/Bus5f0iFZD8/?utm_source=ig_web_copy_link

କଙ୍ଗନା ରଣବୀରଙ୍କୁ ନେଇ ଏଭଳି ବୟାନ ଦେବା ପରେ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,  କୌଣସି ଜିନିଷକୁ ନେଇ ଖୋଲାଖୋଲି ଭାବରେ କହିବାର କ୍ଷମତା ମୋ ପାଖରେ ନାହିଁ, ଯେମିତି କଙ୍ଗନା କୁହନ୍ତି। ମୁଁ ବାସ୍ତବରେ ତାଙ୍କୁ ବହୁତ ସମ୍ମାନ କରେ। ମୋ ବାପା ମୋତେ କୁହନ୍ତି, ଦୁନିଆରେ ପ୍ରତିଟି ଲୋକ ଗୋଟେ ବିଷୟକୁ ନେଇ ନିଜ ବିଚାର ରଖିଥାଏ। ସେ ମଧ୍ୟରେ ଯଦି ତୁମେ ନିଜର ବିଚାର ରଖୁନାହଁ, ତେବେ କିଛି ଫରକ ପଡ଼ିବ ନାହିଁ। ତେଣୁ ମୋର ବିଚାର ମଧ୍ୟ ସମାନ। ମୁଁ ମୋ ବିଚାର କେବଳ ନିଜ ପର୍ଯ୍ୟନ୍ତ ହିଁ ରଖେ।’

Related story